Advertisement
Photo Details/zeeodisha/odisha2589413
photoDetails0hindi

weather update: କମିବ ଶୀତ, ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ତାପମାତ୍ରା

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ମାତ୍ରା କମିବ। ସର୍ବନିମ୍ନ ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହାଦ୍ୱାରା ଶୀତର ପ୍ରକୋପ ହ୍ରାସ ପାଇବ। ଏହି ସମୟ ମଧ୍ୟରେ ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଦା, ଗଜପତି, ଗଞ୍ଜାମ, ଓ ରାୟଗଡ଼ାରେ କେତେକ ସ୍ଥାନରେ କୁହୁଡି ପଡିବା ନେଇ ମଧ୍ୟରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

1/3

ସେପଟେ ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ୧୦ ଡିଗ୍ରୀ ତଳେ ୯ଟି ସହର ଓ ଜିଲ୍ଲା ରହିଛି। ଘୁମୁସୁର ଉଦୟଗିରି ରବିବାର ରାଜ୍ୟର ଶୀତଳ ସହର ପାଲଟିଥିଲା। ଏଠାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରେକର୍ଡ କରାଯାଇଛି।  ଏହା ବ୍ୟତୀତ ସିମିଳିଗୁଡାରେ ୫.୯ ଡିଗ୍ରୀ, ଫୁଲବାଣୀରେ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। 

2/3

ସେହିପରି ଦାରିଙ୍ଗବାଡିରେ ୮.୫ ଡିଗ୍ରୀ, କୋରାପୁଟରେ ୯.୪ ଡିଗ୍ରୀ, ଭବାନୀପାଟଣାରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ସେହିପରି ଭୁବନେଶ୍ୱରରେ ୧୨.୭ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ସୋମବାରରେ ଭୁବନେଶ୍ୱର ସମେତ ରାଜ୍ୟରେ ତାପମାତ୍ରାରେ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

3/3

ଆଗାମୀ ୪ ଦିନ ମଧ୍ୟରେ ଭୁବନେଶ୍ୱରର ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଫଳରେ ୧୨ ଡିଗ୍ରୀରୁ ବୃଦ୍ଧି ପାଇ ୧୫ ରୁ ୧୬ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।