Weather Report: ଏହି ୧୬ ଜିଲ୍ଲାକୁ ୟେଲୋ ୱାର୍ଣିଂ, ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା...
Advertisement
Article Detail0/zeeodisha/odisha2272304

Weather Report: ଏହି ୧୬ ଜିଲ୍ଲାକୁ ୟେଲୋ ୱାର୍ଣିଂ, ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା...

Weather Report: ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ୧୬ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବା ନେଇ କହିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, କଟକ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ଗଜପତି, ଏହି ସବୁ ଜିଲ୍ଲାମାନଙ୍କ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

 

Weather Report: ଏହି ୧୬ ଜିଲ୍ଲାକୁ ୟେଲୋ ୱାର୍ଣିଂ, ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା...

Weather Report: ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ଅସହ୍ୟ ଗରମ ଓ ଗୁଳୁଗୁଳି। ଆହୁରି ୩ଦିନ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହା କାରଣରୁ ରାଜ୍ୟରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ରାଜ୍ୟର କେତେକ ଜିଲ୍ଲାରେ ଏବେ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଥିବା ବେଳେ ଆଉ କିଛି ଜିଲ୍ଲାରେ ବର୍ଷା ଦେଖିବାକୁ ମିଳିଛି। ପଶ୍ଚିମ ଓଡ଼ିଶାରେ ଏବେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିବା ବେଳେ, ଉତ୍ତର ଓଡିଶାରେ ବର୍ଷା ଆରମ୍ଭ ହୋଇଛି।

ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ୧୬ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବା ନେଇ କହିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, କଟକ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ଗଜପତି, ଏହି ସବୁ ଜିଲ୍ଲାମାନଙ୍କ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ସେପଟେ କେରଳ ଉପକୂଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଯାହା ଫଳରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ମୌସୁମୀ ପହଞ୍ଚିବା ବିଳମ୍ବ ହେବା ନେଇ ପୂର୍ବାନୁମାନ କରିଛି ବିଭାଗ। ମାତ୍ର ମୌସୁମୀର ସ୍ଥିତି ଦେଖିଲେ ଲାଗୁଛି ଯେ ଜୁନ୍‌ ୧୦ରୁ ୧୧ ତାରିଖ ବେଳକୁ ଏହା ଓଡ଼ିଶା ଛୁଇଁପାରେ। ଜୁନ୍‌ ପ୍ରଥମ ସପ୍ତାହ ପରେ‌ ମୌସୁମୀ ଠିକ୍‌ ଭାବେ ଅଗ୍ରଗତି ନ କରିଲେ ଓଡ଼ିଶାରେ ପହଞ୍ଚିବା ବିଳମ୍ବିତ ହୋଇପାରେ।