Weather Update: ଆସୁଛି ଆଉ ଏକ ଲଘୁଚାପ, ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି
Advertisement
Article Detail0/zeeodisha/odisha2373472

Weather Update: ଆସୁଛି ଆଉ ଏକ ଲଘୁଚାପ, ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଗାଙ୍ଗେଇୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବର୍ତ୍ତୀ ଝାଡଖଣ୍ତ ଓ ଉତ୍ତର ଓଡି଼ଶା ଇପରେ ଏକ ସଂଲଗ୍ନ  ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।  ଏହାର ପ୍ରଭାବରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।  ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। 

Weather Update: ଆସୁଛି ଆଉ ଏକ ଲଘୁଚାପ, ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଗାଙ୍ଗେଇୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବର୍ତ୍ତୀ ଝାଡଖଣ୍ତ ଓ ଉତ୍ତର ଓଡି଼ଶା ଇପରେ ଏକ ସଂଲଗ୍ନ  ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।  ଏହାର ପ୍ରଭାବରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।  ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ରାଜ୍ୟରେ ୧୩ ତାରିଖ ଯାଏଁ ପ୍ରବଳ ବର୍ଷା ହେବ।

 

ALSO READ: Today Horoscope: ଏହିସବୁ ରାଶିଙ୍କୁ ରହିଛି ଧନଲାଭର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସବୁ ଜିଲ୍ଲା ଗୁଡିକ ହେଲା,  ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ଦେବଗଡ଼, ସମ୍ବଲପୁର, କୋରାପୁଟ, ନବରଙ୍ଗପୁରକୁ ସତର୍କ ସୂଚନା ଜାରି କରାଯାଇଛି । ତେବେ,  ଏହିସବୁ ଜିଲ୍ଲା ଗୁଡିକରେ,  ୭ରୁ ୧୦ ସେଣ୍ଟିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି । ଏହା ବ୍ୟତୀତ ପ୍ରବଳ ବର୍ଷା ନେଇ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୧୬ଟି ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି ।

ସେପଟେ, ରାଜ୍ୟରେ ଏପର୍ଯ୍ୟନ୍ତ ୫୩୦.୩ ମିମି ବର୍ଷା ରେକର୍ଡ଼ ହୋଇଛି। ମୌମୁମୀ ଋତୁରେ ଏହି ସମୟରେ ସ୍ବାଭାବିକ ବର୍ଷା ପରିମାଣ ୬୨୯.୩ ମିମି ଥିବା ବେଳେ ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ମାଲକାନଗିରିରେ ସର୍ବାଧିକ ବର୍ଷା ରେକର୍ଡ଼ ହୋଇଥିବା ବେଳେ ୩ଟି ଜିଲ୍ଲାରେ ଅଧିକ ,୧୫ ଜିଲ୍ଲାରେ ସ୍ବାଭାବିକ୍ ଓ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ଼ ହୋଇଛି।