Mars Transit 2025: ୩ ଏପ୍ରିଲ ୨୦୨୫ରେ ରାଶି ପରିବର୍ତ୍ତନ କରିବେ ଗ୍ରହ ସେନାପତି ମଙ୍ଗଳ । ଏହି ରାଶି ପରିବର୍ତ୍ତନ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଏଥିସହ କିଛି ରାଶିର ବ୍ୟକ୍ତି ନକରାତ୍ମକ ଫଳାଫଳ ମଧ୍ୟ ପାଇପାରନ୍ତି । ଆସନ୍ତୁ ଜାଣିବା ୧୨ଟି ରାଶିର ଭାଗ୍ୟଫଳ...
ମେଷ ରାଶି
ଆପଣଙ୍କ କୁଣ୍ଡଳୀର ଚତୁର୍ଥ ଘରେ ମଙ୍ଗଳ ଚଳନ କରିବେ। ଏହା ଆପଣଙ୍କୁ ଜୀବନରେ ମିଶ୍ରିତ ଫଳାଫଳ ପ୍ରଦାନ କରିବ । ଏହି ସମୟ ମଧ୍ୟରେ ଆପଣଙ୍କୁ ଆପଣଙ୍କ ପିତାମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାର ଆବଶ୍ୟକତା ରହିଛି । ଜୀବନସାଥୀଙ୍କ ସହିତ ମଧ୍ୟ ଝଗଡ଼ା ହେବାର ସମ୍ଭାବନା ଅଛି। ଯେକୌଣସି କାମରେ ହାତ ରଖିଲେ ବି ସଫଳତା ମିଳିବାର ସମ୍ଭାବନା ଅଧିକ । ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି ।
ବୃଷ ରାଶି
ଆପଣଙ୍କ ଏହି ସମୟରେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି । କିନ୍ତୁ ଆପଣଙ୍କ ଜୀବନସାଥୀ ବୃତ୍ତିଗତ ଜୀବନରେ ସଫଳତା ହାସଲ କରିବେ । ଆପଣଙ୍କର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରିବାରେ ଆପଣ ସଫଳ ହେବେ।
ମିଥୁନ ରାଶି
ଆପଣଙ୍କ ରାଶିର ଦ୍ୱିତୀୟ ଘରେ ମଙ୍ଗଳଙ୍କ ଚଳନ ହେବ । ଏହାର ପ୍ରଭାବ ଆପଣଙ୍କ ବକ୍ତବ୍ୟ ଉପରେ ପଡିପାରେ । ଆପଣଙ୍କ କଥା ଅନ୍ୟଙ୍କୁ କଷ୍ଟ ଦେଇପାରେ । ତେଣୁ ଭାବିଚିନ୍ତି କଥାବାର୍ତ୍ତା କରନ୍ତୁ । ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
କର୍କଟ ରାଶି
ଆପଣଙ୍କ କୁଣ୍ଡଳୀର ପ୍ରଥମ ଘରେ ମଙ୍ଗଳ ଚଳନ କରିବେ। ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଛୋଟ ଛୋଟ ଭୁଲ କାରଣରୁ ଆପଣ କ୍ଷତି ସହିପାରନ୍ତି । ଜୀବନସାଥୀଙ୍କ ସହ କଥାବାର୍ତ୍ତା କରିବା ସମୟରେ ସତର୍କ ରୁହନ୍ତୁ । ନଚେତ୍ ଭୁଲ ବୁଝାମଣା ହେବାରୁ କଳହ ସୃଷ୍ଟି ହୋଇପାରେ ।
ସିଂହ ରାଶି
ଆପଣଙ୍କ ରାଶିର ଦ୍ୱାଦଶ ଘରେ ମଙ୍ଗଳ ଚଳନ ହେବ । ଉଚ୍ଚଶିକ୍ଷା କିମ୍ବା ଚାକିରି ପାଇଁ ବିଦେଶ ଯିବାର ସୁଯୋଗ ମିଳିପାରେ। କୋର୍ଟ କଚେରୀରେ ଆପଣଙ୍କ ସପକ୍ଷରେ ନିଷ୍ପତ୍ତି ଆସିପାରେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯନ୍ତ୍ର ନିଅନ୍ତୁ । ଖର୍ଚ୍ଚ ବଢିବାର ସମ୍ଭାବନା ରହିଛି ।
କନ୍ୟା ରାଶି
ଆପଣଙ୍କ ରାଶିକୁ ଶୁଭଫଳ ମିଳିବ । ମଙ୍ଗଳଙ୍କ ପ୍ରଭାବରେ ଆପଣ ବହୁତ ଲାଭ ପାଇବେ। ଆର୍ଥିକ ସମସ୍ୟା ଦୂର ହୋଇଯିବ । ବୈବାହିକ ଜୀବନରେ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରେମ ସମ୍ପର୍କରେ ଥିଲେ ସାଥୀଙ୍କ ପ୍ରତି ବିଶ୍ୱସ୍ତ ରୁହନ୍ତୁ। ବନ୍ଧୁମାନଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି।
ତୁଳା ରାଶି
ଆପଣଙ୍କ ରାଶିର ଦଶମ ଘରେ ମଙ୍ଗଳଙ୍କ ଚଳନ ହେବ । ଏହି ଘରଟି କ୍ୟାରିୟର ତଥା ବୃତ୍ତି ସହ ଜଡିତ। ବୃତ୍ତିଗତ ଜୀବନରେ ଆପଣ ସକାରାତ୍ମକ ଫଳାଫଳ ପାଇବେ । ଉଚ୍ଚପଦସ୍ଥ ଅଧିକାରୀ ଆପଣଙ୍କ କାମକୁ ପ୍ରଶଂସା କରିବେ। ପଦୋନ୍ନତି ମିଳିବାର ସମ୍ଭାବନା ଅଧିକ ରହିଛି । ପାରିବାରିକ ଜୀବନରେ ଟିକେ ସତର୍କ ରହିବାର ଆବଶ୍ୟକତା ଅଛି । ନଚେତ କଳହ ସୃଷ୍ଟି ହେବାର ସମ୍ଭାବନା ଅଛି। ନିଜ ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନେବା ଉଚିତ । ବାହାରର ଜଙ୍କଫୁଡ୍ ଖାଇବାଠାରୁ ଦୂରେଇ ରୁହନ୍ତୁ ।
ବିଛା ରାଶି
ଆପଣଙ୍କ ରାଶିର ନବମ ଘରେ ମଙ୍ଗଳଙ୍କ ଚଲନ ହେବ । ସଫଳତା ପାଇବା ପାଇଁ ଅଧିକ ସଂଘର୍ଷ କରିବାକୁ ପଡ଼ିପାରେ। ପିତାଙ୍କ ଆଶୀର୍ବାଦ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ଭାଇଭଉଣୀମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ନିଜ ମଧ୍ୟରେ ଥିବା ଗର୍ବକୁ ଦୂରେଇ ରଖନ୍ତୁ ।
ଧନୁ ରାଶି
ଆପଣଙ୍କ କୁଣ୍ଡଳୀର ଅଷ୍ଟମ ଘରେ ମଙ୍ଗଳଙ୍କ ଚଳନ ହେବ । କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆପଣଙ୍କ କଥାକୁ ଅନ୍ୟମାନେ ଭୁଲ ପ୍ରମାଣିତ କରି ପାରନ୍ତି । ଆପଣଙ୍କ ମନୋବଳ ଦୁର୍ବଳ ହୋଇପାରେ । ଦାମ୍ପତ୍ୟ ଜୀବନରେ ମଧ୍ୟ ବିବାଦ ହେବାର ସମ୍ଭାବନା ରହିଛି । ଗାଡି ଚଲାଇବା ସମୟରେ ସତର୍କ ରହିବା ଆବଶ୍ୟକ ।
ମକର ରାଶି
ଆପଣଙ୍କ କୁଣ୍ଡଳୀର ସପ୍ତମ ଘରେ ମଙ୍ଗଳ ଚଳନ କରିବେ । ଛୋଟ କଥାକୁ ନେଇ ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ। ଛାତ୍ରଛାତ୍ରୀମାନେ କୁସଙ୍ଗରୁ ଦୂରେଇ ରହିବା ଉଚିତ । ନଚେତ ଆପଣଙ୍କ ପାଠପଢ଼ାକୁ ପ୍ରଭାବିତ ହୋଇପାରେ । ସଫଳତା ପାଇଁ ଆପଣଙ୍କୁ ଅଧିକ କଠିନ ପରିଶ୍ରମ କରିବାକୁ ପଡିପାରେ ।
କୁମ୍ଭ ରାଶି
ଆପଣଙ୍କ ରାଶିର ଷଷ୍ଠ ଘରେ ମଙ୍ଗଳ ଚଳନ କରିବେ। ଅନ୍ୟମାନଙ୍କ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ । ବୈବାହିକ ଜୀବନରେ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି। ଖର୍ଚ୍ଚ ବୃଦ୍ଧି କାରଣରୁ ମାନସିକ ଚାପ ବଢିପାରେ।
ମୀନ ରାଶି
ଆପଣଙ୍କ ରାଶିର ପଞ୍ଚମ ଘରେ ମଙ୍ଗଳଙ୍କ ଚଳନ ହେବ । ପିଲାମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି । ଚାକିରି କ୍ଷେତ୍ରରେ ତଥା ବୃତ୍ତିଗତ ଜୀବନରେ ଶୁଭ ଫଳାଫଳ ମିଳିପାରେ । ଆୟରେ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବିଦେଶରେ ଉଚ୍ଚଶିକ୍ଷା ପାଇବାର ସୁଯୋଗ ମିଳିପାରେ। ପ୍ରେମ ଜୀବନ ପାଇଁ ସମୟ ଏତେଟା ଭଲ ନୁହେଁ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़