Advertisement
Photo Details/zeeodisha/odisha2635098
photoDetails0hindi

Lucky Zodiac Sign: ଫେବୃଆରୀ ୭ରେ ଇନ୍ଦ୍ର ଏବଂ ମାଳବ୍ୟ ରାଜଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 7 February 2025: ଚନ୍ଦ୍ର ବୃଷ ରାଶିରେ ବୃହସ୍ପତିଙ୍କ ସହିତ ଚଳନ କରୁଛନ୍ତି ଏବଂ ଗଜକେଶରୀ ଯୋଗ ଗଠନ କରୁଛନ୍ତି। ଏଥିସହ ଦିନଟିରେ ରୋହିଣୀ ନକ୍ଷତ୍ରର ମିଶ୍ରଣ ସହ ଇନ୍ଦ୍ର ଯୋଗର ପ୍ରଭାବ ମଧ୍ୟ ରହିଛି । ପ୍ରଭାବରେ ୫ଟି ରାଶିର ବ୍ୟକ୍ତି ଶୁଭଫଳ ପାଇବେ ।

1/6

ମେଷ ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଭାଗ୍ୟ ଆପଣଙ୍କୁ ପ୍ରତ୍ୟେକ ଦିଗରୁ ଲାଭ ପ୍ରଦାନ କରିବ। ପୂର୍ବରୁ କରିଥିବା ନିବେଶରୁ ଭଲ ଲାଭ ପାଇବେ । ଆର୍ଥିକ ସ୍ଥିତି ସୁଦୃଢ ରହିବ । କାର୍ଯ୍ୟକ୍ଷେତ୍ରରେ ଦୂରଯାତ୍ରାର ଯୋଗ ରହିଛି । ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ । ପାରିବାରିକ ଜୀବନରେ ସମୟ ଅନୁକୂଳ ରହିବ । ଦିନଟିରେ ସକାରାତ୍ମକ ଅନୁଭବ କରିବେ । ସଞ୍ଚୟ ଯୋଜନାରେ ଟଙ୍କା ନିବେଶ କରିବାକୁ ଚାହୁଁଥିଲେ ସମୟ ଉପଯୁକ୍ତ । 

2/6

ମିଥୁନ ରାଶି

ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । କର୍ମକ୍ଷେତ୍ରରେ ନିଜ ପ୍ରୟାସର ଶୁଭ ଫଳାଫଳ ପାଇବେ। କାର୍ଯ୍ୟକ୍ଷେତ୍ରରେ କରିଥିବା ଯୋଜନା ସଫଳ ହେବ। ବିଭିନ୍ନ ସୁତ୍ରରୁ ଆର୍ଥିକ ଲାଭ ମିଳିବ । ଛାତ୍ରଛାତ୍ରୀମାନେ ଶିକ୍ଷାଗତ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ । ବହୁ ପ୍ରତୀକ୍ଷିତ ଇଚ୍ଛା ପୂରଣ ହୋଇପାରେ । ବ୍ୟବସାୟରେ ଭଲ ଲାଭ ହେବ। ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢିବ । ଅଜଣା ବ୍ୟକ୍ତିଙ୍କ ସାହାଯ୍ୟ ପାଇ ଖୁସି ହେବେ ।

3/6

ତୁଳା ରାଶି

ଆପଣଙ୍କ ପାଇଁ ଏକ ସଫଳ ଦିନ । ମନୋବଳ ଉଚ୍ଚ ରହିବା ସହ ଆତ୍ମବିଶ୍ୱାସ ବଢିବ । ନିଜ ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରି ସଫଳ ହେବେ । ଏପରି କିଛି ଖବର ମିଳିପାରେ ଯାହା ଆପଣଙ୍କୁ ଖୁସି କରିବ। ଶତ୍ରୁମାନେ ଚାହିଁଲେ ମଧ୍ୟ ଆପଣଙ୍କର କିଛି କ୍ଷତି କରିପାରିବେ ନାହିଁ। କର୍ମକ୍ଷେତ୍ରରେ ଆପଣଙ୍କର ବିଶ୍ୱସନୀୟତା ସୁଦୃଢ଼ ହେବ । ଉପରିସ୍ଥ ଅଧିକାରୀଙ୍କଠାରୁ ସମର୍ଥନ ମିଳିବ। ଅଟକି ରହିଥିବା କାମ ଶେଷ କରିପାରନ୍ତି । ନିଜର ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ଯୋଜନା କରୁଥିଲେ ଦିନଟି ଅନୁକୁଳ । ଜୀବନସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ ।

4/6

ବିଛା ରାଶି

ଆପଣଙ୍କ ପାଇଁ ଦିନଟି ଖୁସିର ସହ କଟିବ । ଯେଉଁ ଖବର ପାଇଁ ଅପେକ୍ଷା କରିଥିଲେ ତାହା ମିଳିପାରେ । ବ୍ୟବସାୟ କରୁଥିଲେ କଠିନ ପରିଶ୍ରମ ଅନୁଯାୟୀ ଯଥେଷ୍ଟ ଅଧିକ ଲାଭ ପାଇବେ । ଅଟକି ରହିଥିବା କାମ ଗୁଡିକ ଶେଷ କରିବାରେ ସଫଳ ହେବେ । ଜୀବନରେ ଚାଲିଥିବା ଅନେକ ସମସ୍ୟାର ସମାଧାନ ସହଜରେ ହୋଇଯିବ। ବିଦେଶ ଯିବାର ଇଚ୍ଛା ଥିଲେ ସଫଳତା ହାସଲ କରିପାରନ୍ତି । ସାମାଜିକ ସ୍ତରରେ କ୍ଷେତ୍ରରେ ମାନ ସମ୍ମାନ ବଢିବ । ସମ୍ପତ୍ତିରେ ନିବେଶ କରିବାକୁ ଚାହୁଁଥିଲେ ସମୟ ଅନୁକୂଳ ।

5/6

କୁମ୍ଭ ରାଶି

ଆର୍ଥିକ କ୍ଷେତ୍ରରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିଛି । ଆମଦାନୀ-ରପ୍ତାନି କ୍ଷେତ୍ରର କାମ କରୁଥିଲେ ବିଶେଷ ଲାଭ ହାସଲ କରିବେ । ଚାକିରି ପରିବର୍ତ୍ତନ ପାଇଁ ଚେଷ୍ଟା କରୁଥିଲେ ସକାରାତ୍ମକ ଖବର ପାଇବେ । ସମ୍ପର୍କୀୟଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ । ଶିକ୍ଷା ଏବଂ ଗବେଷଣା କାର୍ଯ୍ୟରେ ମଧ୍ୟ ବିଶେଷ ସଫଳତା ହାସଲ କରିବେ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ବ୍ୟବସାୟରେ ଆୟ ବୃଦ୍ଧି ବଢିବ । ରାଜନୈତିକ କ୍ଷେତ୍ରରେ ମଧ୍ୟ ଲାଭ ହାସଲ କରିବେ ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।