Advertisement
Photo Details/zeeodisha/odisha2473536
photoDetails0hindi

Mangal Gochar 2024: ୫ ଦିନ ପରେ କର୍କଟରେ ମଙ୍ଗଳ ଚଳନ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଭାଗ୍ୟ

Mangal Gochar 2024: ମଙ୍ଗଳ ମିଥୁନ ରାଶିରୁ ବାହାରି ଅକ୍ଟୋବର ୨୦ ରେ କର୍କଟ ରାଶିରେ ଚଳନ କରିବେ । ମଙ୍ଗଳ କର୍କଟ ରାଶିରେ ଦୁର୍ବଳ ହୋଇଯାଆନ୍ତି ତେଣୁ ଅନେକ ରାଶି ଉପରେ ଏହା ଗଭୀର ପ୍ରଭାବ ପକାଇଥାଏ । 

1/13

ମେଷ ରାଶି

ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ଚାପକୁ ହ୍ରାସ କରିବ । ପୂର୍ବରୁ ଥିବା ସମସ୍ତ ଅସୁବିଧା ଧିରେ ଧିରେ ଦୂର ହେବାକୁ ଲାଗିବ । ଅନେକ କ୍ଷେତ୍ରରେ ଆପଣଙ୍କୁ ଆରାମ ମିଳିବ । ଅଫିସ୍ ଏବଂ କ୍ୟାରିଅରରେ ଥିବା ସମସ୍ୟା ଶେଷ ହେବ । ପାରିବାରିକ ବିବାଦର ଅନ୍ତ ଘଟିବ । ସମ୍ପର୍କରେ ମଧୁରତା ଆସିବ ।

2/13

ବୃଷ ରାଶି

ଯଦି କୌଣସି ପାରିବାରିକ ବିବାଦ କିମ୍ବା ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ରହିଛି ତେବେ ଆପୋଷ ବୁଝାମଣା ହେବ । କାର୍ଯ୍ୟାଳୟରେ କାର୍ଯ୍ୟ କରିବା ସହିତ ଆପଣଙ୍କର ସୃଜନଶୀଳତା ବୃଦ୍ଧି ପାଇବ । ଯାହା ଆପଣଙ୍କୁ ନୂଆ ସଫଳତା ଆଣିଦେବ ।

3/13

ମିଥୁନ ରାଶି

ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଆପଣଙ୍କୁ ମାନସିକ ଏବଂ ଶାରୀରିକ ସ୍ତରରେ ଆରାମ ଦେବ । ଆପଣଙ୍କ ଜୀବନରେ ଚାଲିଥିବା ଚିନ୍ତା ହ୍ରାସ ପାଇବ । ମୁଣ୍ଡବିନ୍ଧା କିମ୍ବା ନିଦ୍ରା ଜନିତ ସମସ୍ୟା ଥିଲେ ତାହା ଦୂରେଇଯିବ । କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରୁଥିଲେ ଏହି ସମୟ ଉପଯୁକ୍ତ ।

4/13

କର୍କଟ ରାଶି

ଆପଣଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଖାସ୍ । ନିଜର ଜ୍ଞାନ ଏବଂ କୌଶଳ ବଢାଇବାକୁ ଚାହୁଁଥିଲେ ସମୟ ଅନୁକୁଳ । ବିଶେଷ କରି ମହିଳାମାନେ ବୃତ୍ତିଗତ ପାଠ୍ୟକ୍ରମରେ ନାମ ଲେଖାଇ ନିଜ କ୍ୟାରିଅରକୁ ନୂଆ ଦିଗ ଦେଇପାରିବେ । ଔଷଧ କିମ୍ବା MBA କ୍ଷେତ୍ର ସହିତ ଜଡିତ ବ୍ୟକ୍ତିମାନେ ଏହି ସମୟରେ ଭଲ ଲାଭ ପାଇବେ ।

5/13

ସିଂହ ରାଶି

ଆପଣଙ୍କ ପାଇଁ ଚାକିରି ସ୍ଥାନାନ୍ତର ଏବଂ ଅଗ୍ରଗତିର ସମୟ । ଧାର୍ମିକ ଯାତ୍ରା ପାଇଁ ଯୋଜନା କରୁଥିଲେ ଏହା ଉପଯୁକ୍ତ ସମୟ । ଆର୍ଥିକ ପ୍ରସଙ୍ଗରେ ସତର୍କ ରହିବା ଆବଶ୍ୟକ । ଋଣ ନେଇ କିଛି କିଣାକିଣି କରିବା ଠାରୁ ଦୂରେଇ ରୁହନ୍ତୁ ।

 

6/13

କନ୍ୟା ରାଶି

ଏହି ସମୟରେ ଆପଣ କାର୍ଯ୍ୟରେ ସଠିକ ଭାବେ ଧ୍ୟାନ ଦେବା ଉଚିତ୍ । ଆର୍ଥିକ ଲାଭ ପାଇବା ପାଇଁ କଠିନ ଏବଂ ସଚ୍ଚୋଟ ଭାବରେ କାର୍ଯ୍ୟ କରନ୍ତୁ । କାର୍ଯ୍ୟର ଗୁଣ ଉପରେ ବିଶେଷ ଭାବେ ଧ୍ୟାନ ଦିଅନ୍ତୁ । ପରିବାର ସଦସ୍ୟଙ୍କୁ ସମୟ ଦେବା ଆବଶ୍ୟକ ।

7/13

ତୁଳା ରାଶି

ବ୍ୟବସାୟ ଏବଂ ଚାକିରି ଉଭୟ କ୍ଷେତ୍ରରେ ଆପଣ ଶୁଭ ଫଳାଫଳ ପାଇବେ । କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି । ପୂର୍ବରୁ ଅଟକି ରହିଥିବା କାର୍ଯ୍ୟ ବର୍ତ୍ତମାନ ଆଗେଇବ । କାର୍ଯ୍ୟରେ ସଫଳତା ହାସଲ କରିବେ ।

8/13

ବିଛା ରାଶି

ଆପଣଙ୍କ ପାଇଁ ଦୀର୍ଘ ନିଶ୍ୱାସ ନେବାର ସମୟ । କାରଣ ପୂର୍ବରୁ ବାକିଥିବା କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବେ । ଆପଣଙ୍କର ଲୁକ୍କାୟିତ ସମସ୍ୟାର ସମାଧାନ ପାଇଁ ମଧ୍ୟ ଏହି ସମୟ ଅନୁକୁଳ । ରୋଗ, ଋଣ ଏବଂ ଶତ୍ରୁମାନଙ୍କଠାରୁ ମୁକ୍ତି ପାଇବେ । ଆର୍ଥିକ ଲାଭ ପାଇଁ ସୁଯୋଗ ମିଳିପାରେ ।

9/13

ଧନୁ ରାଶି

ଆପଣଙ୍କ ପାଇଁ କ୍ୟାରିୟର ଉନ୍ନତିର ସମ୍ଭାବନା ରହିଛି । ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ପାଇବ । ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଉପକୃତ ହେବେ । ବରିଷ୍ଠ ବ୍ୟକ୍ତିଙ୍କ ମାର୍ଗଦର୍ଶନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ । ହଜମ ଜନିତ ସମସ୍ୟା ଦେଖା ଦେଇପାରେ ତେଣୁ ବାହାର ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।

10/13

ମକର ରାଶି

ଆପଣଙ୍କ ପାଇଁ ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଶୁଭ । ଲୋକସମ୍ପର୍କ ବଢାଇବାରେ ଆପଣ ସକ୍ଷମ ହେବେ । ଭବିଷ୍ୟତରେ ବୃତ୍ତିଗତ କିମ୍ବା ବ୍ୟକ୍ତିଗତ ଭାବରେ ଲାଭ ଉଠାଇ ପାରିବେ । କୌଣସି ବଡ଼ ବିନିଯୋଗ କରିବା ପୂର୍ବରୁ ଆର୍ଥିକ ପ୍ରସଙ୍ଗରେ ସାବଧାନ ରୁହନ୍ତୁ ।

11/13

କୁମ୍ଭ ରାଶି

ଖାଦ୍ୟ ଏବଂ ଦୈନନ୍ଦିନ କାର୍ଯ୍ୟର ଯତ୍ନ ନେବା ଆବଶ୍ୟକ । ଆର୍ଥିକ ଦୃଷ୍ଟିକୋଣରୁ ଏହି ସମୟ ଟିକେ ଚ୍ୟାଲେଞ୍ଜିଂ ହୋଇପାରେ । ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ସଞ୍ଚୟ କରିବା ପାଇଁ ଚେଷ୍ଟା କରନ୍ତୁ । କୌଣସି ପୁରୁଣା ଋଣ ପରିଶୋଧ କରିବାକୁ ଯୋଜନା କରୁଥିଲେ ସମୟ ଭଲ ।

12/13

ମୀନ ରାଶି

ଛୋଟ କଥାକୁ ନେଇ କ୍ରୋଧିତ ହୁଅନ୍ତୁ ନାହିଁ । ଚାପଗ୍ରସ୍ତ ହେବା ଠାରୁ ଦୂରେଇ ରହିବା ଉଚିତ୍ । ନଚେତ ଏହା ଆପଣଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ସମ୍ପର୍କକୁ ଖରାପ କରିପାରେ । କ୍ୟାରିଅରରେ କିଛି ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ସୃଜନଶୀଳତା ଏବଂ ଧୈର୍ଯ୍ୟ ବଜାୟ ରଖି ସେଗୁଡିକୁ ଦୂର କରିପାରିବେ । ପିଲାମାନଙ୍କର ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ ।

13/13

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।