Advertisement
Photo Details/zeeodisha/odisha2638114
photoDetails0hindi

Maha Shivratri 2025: ମହାଶିବରାତ୍ରୀରେ ବର୍ଷିବ ମହାଦେବଙ୍କ କୃପା, ୩ ରାଶିର ଫିଟିବ ଭାଗ୍ୟ

Maha Shivratri 2025 Shubh Yog: ଚଳିତ ବର୍ଷ ମହାଶିବରାତ୍ରୀ ୨୬ ଫେବୃଆରୀରେ ପାଳନ କରାଯିବ। ଏଥର ମହାଶିବରାତ୍ରୀ ଦିନ ଅନେକ ବିରଳ ଏବଂ ଶୁଭ ସଂଯୋଗ ସୃଷ୍ଟି ହେଉଛି । ଯାହାର ପ୍ରଭାବରେ ଦିନଟି ଆହୁରି ସ୍ୱତନ୍ତ୍ର ହେବ ।

1/4

ମେଷ ରାଶି

ମହାଶିବରାତ୍ରୀ ଆପଣଙ୍କ ପାଇଁ ଖୁସିର ଉପହାର ଆଣିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇଁ ବାଟ ଫିଟିବ । ଦରମା ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ଯେକୌଣସି କାମ କରନ୍ତୁ ନା କାହିଁକି ସେଥିରେ ସଫଳତା ମିଳିବାର ସମ୍ଭାବନା ରହିଛି । ବ୍ୟବସାୟ ପାଇଁ କରିଥିବା ଯୋଜନା ଫଳପ୍ରଦ ହୋଇପାରେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । କଠିନ ପରିଶ୍ରମର ଫଳ ନିଶ୍ଚିତ ପାଇବେ।

2/4

ମିଥୁନ ରାଶି

ମହାଶିବରାତ୍ରୀ ପର୍ବ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ନୂତନ କାମ ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ଶୁଭ । ଆପଣ ଏକ ଭଲ ଡିଲ୍ ପାଇପାରନ୍ତି । ବ୍ୟବସାୟରେ ଭଲ ଫଳାଫଳ ମିଳିବ । ଶିବ ଏବଂ ଶନିଙ୍କ ଆଶୀର୍ବାଦରୁ ଆର୍ଥିକ ଲାଭ ପାଇବେ ।

3/4

ସିଂହ ରାଶି

ମହାଶିବରାତ୍ରୀରେ ମହାଦେବଙ୍କ ଆଶୀର୍ବାଦ ଆପଣଙ୍କ ପ୍ରତି ରହିବ । ସୃଷ୍ଟି ହେଉଥିବା ବିରଳ ସଂଯୋଗରୁ ଆପଣ ପ୍ରଗତି କରିବେ । ଏହି ସମୟ ମଧ୍ୟରେ ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି। ଶିବରାତ୍ରୀ ଦିନ ଯାନବାହନ କିମ୍ୱା ସମ୍ପତ୍ତି କିଣିବାକୁ ଚାହୁଁଥିଲେ ସମୟ ଶୁଭ । ଅଧିକ ଟଙ୍କା ରୋଜଗାର କରିବାରେ ସମର୍ଥ ହେବେ । ବୈବାହିକ ଜୀବନରେ ଦୀର୍ଘ ସମୟ ଧରି ଚାଲିଥିବା ମତଭେଦ ଦୂର ହୋଇଯିବ।

4/4

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।