Advertisement
Photo Details/zeeodisha/odisha2637418
photoDetails0hindi

Sun Transit 2025: ସୂର୍ଯ୍ୟଙ୍କ ଚଳନ ବଦଳାଇବ ଏହି ସବୁ ରାଶିଙ୍କ ଭାଗ୍ୟ, ବଢିବ ବ୍ୟାଙ୍କ୍ ବାଲାନ୍ସ ସହ ମିଳିବ ଖୁସି ଖବର...

Sun Transit 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ  ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ମାର୍ଚ୍ଚ ୧୪ ତାରିଖ ଅପରାହ୍ନ ୩ଟା ୩୦ ମିନିଟ୍ ସମୟରେ ମେଷ ରାଶିକୁ ଚଳନ କରିବେ। ସୂର୍ଯ୍ୟଙ୍କ ଏହି ଚଳନ କିଛି ରାଶି ପାଇଁ ବେଶ୍ ଶୁଭ ରହିବ। ଯଦି ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ରୁହେ, ତେବେ, ବ୍ୟକ୍ତି ଜଣକ ନିଜ ଜୀବନରେ ସୁଖି ହେବା ସହିତ କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ହାସଲ କରିଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ସୂର୍ଯ୍ୟଙ୍କ କୃପାରୁ କେଉଁ ସବୁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।...

1/3
ମିଥୁନ: ସୂର୍ଯ୍ୟଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ରହିବ। କୌଣସି ସଂସ୍ଥାରେ ପୁଞ୍ଜିଂ ବିନିଯୋଗ ପାଇଁ ସମୟ ଭଲ ରହିଛି। ଏହି ସମୟରେ ବିନିଯୋଗ କଲେ ଦ୍ବି-ଗୁଣିତ ଲାଭ ପାଇବେ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିପାରେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ଦରମାରେ ବୃଦ୍ଧି ଘଟିବ।  ପୁରୁଣା ବିନିଯୋଗରୁ ଲାଭ ମିଳିବ। ବ୍ୟବସାୟୀମାନେ ଏ-କ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ପରିବାର ସଦସ୍ୟଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଦୂର ହେବ। ବିଶେଷକରି ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକଜାମ୍ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନଙ୍କ ପାଇଁ ସମୟ ଭଲ ରହିଛି। ଋତୁ କାଳୀନ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ। ହେଲେ କୌଣସି ପୁରୁଣା କଥାକୁ ନେଇ ବିଚଳିତ ହେବେ।    ALSO READ: Asima Panda Viral Video: ସମୁଦ୍ର କୂଳରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ, ଦେଖନ୍ତୁ   ALSO READ: Navpancham Rajyog 2025: ୫ ରାଶିଙ୍କ ଭାଗ୍ୟ ଫିଟାଇବ ନବପଞ୍ଚମ ରାଜଯୋଗ , ମାଲାମାଲ୍ ହେବା ସହ କିଣିବେ ନୂଆ ଘର...

2/3

ସିଂହ:  ଏହି ରାଶିର ପ୍ରଭୁ ହେଉଛନ୍ତି ସୂର୍ଯ୍ୟ । ସୂର୍ଯ୍ୟଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ। ଯେଉଁମାନେ ମାର୍କେଟିଂ, ସାମ୍ବାଦିକତା, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଜଡି଼ତ ଅଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ।  ନୂଆ ଚାକିରି ମିଳିବା ନେଇ ଯୋଗ ରହିଛି। ବ୍ୟବସାୟୀମାନଙ୍କର ଆର୍ଥିକ କାରବାର ଭଲ ହେବ। ବିଦେଶରେ ଚାଲିଥିବା ବାଣିଜ୍ୟରେ ପ୍ରଚୁର ଲାଭ ପାଇବେ। ପରିବାରରେ ଚାଲିଥିବା ବିବାଦର ଅନ୍ତ ଘଟିବ। ପ୍ରେମ-ଜୀବନ ମଧ୍ୟ ଭଲ ରହିବ। ପରିବାର ସହିତ ଭଲ ସମୟ ଅତିବାହିତ କରିବେ।  ରିୟଲି-ଇ-ଷ୍ଟେଟ୍ କ୍ଷେତ୍ରରେ ବ୍ୟବସାୟ କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ଯେଉଁଥିରୁ ଅଧିକ ଟଙ୍କା ରୋଜଗାର କରିବାରେ ସଫଳ ହେବେ। 

3/3
  ଧନୁ:  ସୂର୍ଯ୍ୟଙ୍କ ଚଳନ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ବ୍ୟବସାୟୀମାନଙ୍କର କାରବାର ବୃଦ୍ଧି ପାଇବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଫଳରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସେୟାର ମାର୍କେଟ୍ ରୁ ଲାଭବାନ୍ ହେବେ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବା ସହିତ ଦରମା ବୃଦ୍ଧି ପାଇବ। ଯେଉଁମାନେ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ସଂସ୍ଥାରୁ ଭଲ ଚାକିରି ଅଫର ମିଳିବ। ବିଦେଶରେ ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ଆଶା ପୂରଣ ହେବ। ବାକି ପଡିଥିବା ଟଙ୍କା ମିଳିବ। ପରିବାର ସହ ଦୂର ଯାତ୍ରା କରିବେ। ନୂଆ  ଘର ଓ ଗାଡି଼ କିଣିବାର ସ୍ବପ୍ନ ସାକାର ହେବ।    (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)