Shukra Guru Parivartan Rajyog: ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ବୃହସ୍ପତି ହେଉଛନ୍ତି ମୀନ ରାଶିର ଅଧିପତି ଏବଂ ଶୁକ୍ର ବୃଷ ରାଶିର ଆରାଧ୍ୟ । ବର୍ତ୍ତମାନ ଶୁକ୍ର ମୀନ ରାଶିରେ ଏବଂ ବୃହସ୍ପତି ବୃଷ ରାଶିରେ ଚଳନ କରୁଛନ୍ତି। ଏହି କାରଣରୁ, 'ପରିବର୍ତ୍ତନ ରାଜ ଯୋଗ' ଗଠନ ହେଉଛି, ଯାହାର ଶୁଭ ପ୍ରଭାବ ୫ଟି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଦେଖିବାକୁ ମିଳିବ ।
ବୃଷ ରାଶି
ଆପଣଙ୍କ ଉପରେ ଏହାର ବିଶେଷ ପ୍ରଭାବ ରହିବ । କାରଣ ବୃହସ୍ପତି ନିଜେ ଆପଣଙ୍କ ରାଶିରେ ଅବସ୍ଥିତ। ଗୁରୁଙ୍କ କୃପାରୁ ଆପଣ କ୍ୟାରିଅର ସମେତ ବ୍ୟବସାୟରେ ମଧ୍ୟ ଭଲ ଲାଭ ପାଇବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ । ବ୍ୟବସାୟୀମାନେ ପ୍ରଚୁର ଲାଭ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ । ପରିବାରରେ କିଛି ଶୁଭ କାର୍ଯ୍ୟ ହୋଇପାରେ । ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ଅନୁକୂଳ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ଅଧିକ ରହିଛି ।
ସିଂହ ରାଶି
ବୃହସ୍ପତି ଏବଂ ଶୁକ୍ରଙ୍କ ସକାରାତ୍ମକ ପ୍ରଭାବ ଆପଣଙ୍କ ରାଶିରେ ରହିଛି । ସାମାଜିକ ଏବଂ ବୃତ୍ତିଗତ ଜୀବନରେ ବିଶେଷ ପରିବର୍ତ୍ତନ ହୋଇପାରେ । ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ । କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି। ପ୍ରେମ ସମ୍ପର୍କ ସୁଦୃଢ ହେବ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହର ବାଟ ଖୋଲିବ । ବ୍ୟବସାୟରେ ଅତ୍ୟନ୍ତ ଲାଭଦାୟକ ଫଳାଫଳ ପାଇବେ । ନୂତନ ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ । ଆପଣଙ୍କର ମାନ ସମ୍ମାନ ବଢିବାକୁ ଲାଗିବ ।
ତୁଳା ରାଶି
ଶୁକ୍ର ଏବଂ ବୃହସ୍ପତିଙ୍କ ଚଳନ ଆପଣଙ୍କୁ ବିଶେଷ ଲାଭ ପ୍ରଦାନ କରିବ । ଆର୍ଥିକ ଅବସ୍ଥାରେ ବହୁତ ଉନ୍ନତି ହେବ । ପଦୋନ୍ନତିର ସୁଯୋଗ ରହିଛି । ଆୟ ବୃଦ୍ଧିର ସମ୍ଭାବନା ଅଛି । ଆର୍ଥିକ ଦୃଷ୍ଟିରୁ ସମୟ ବହୁତ ଶୁଭ । ପାରିବାରିକ ଜୀବନରେ ଖୁସିର ଲହରୀ ଖେଳିଯିବ । ଘରେ କୌଣସି ଶୁଭ କାର୍ଯ୍ୟ ଆୟୋଜନ ହେବାର ସମ୍ଭାବନା ରହିଛି। ଚାକିରି କିମ୍ବା ଉଚ୍ଚଶିକ୍ଷା ପାଇଁ ସମୟ ଅନୁକୁଳ । ଗ୍ରହମାନଙ୍କର ଶୁଭ ସ୍ଥିତି କାରଣରୁ ଜୀବନରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର ହୋଇଯିବ ।
ବିଛା ରାଶି
ଆପଣଙ୍କ ପାଇଁ ସମୟ ଅତ୍ୟନ୍ତ ଲାଭଦାୟକ । ବ୍ୟବସାୟ ଏବଂ ନିବେଶ କ୍ଷେତ୍ରରେ ଅଧିକ ଶୁଭଫଳ ହାସଲ କରିବେ । ଚାକିରି ପରିବର୍ତ୍ତନ ପାଇଁ ଚାହୁଁଥିଲେ ସମୟ ଅନୁକୁଳ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ବଢିବ । ଆଇନଗତ ମାମଲା ବିଚାରାଧୀନ ଥିଲେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସିବାର ସମ୍ଭାବନା ଅଧିକ ରହିଛି।
ମୀନ ରାଶି
ଶୁକ୍ରଙ୍କ ଉଚ୍ଚ ସ୍ଥିତି କାରଣରୁ ଆପଣଙ୍କ ଭାଗ୍ୟ ଚମକିବ। ଜୀବନରେ ସଫଳତାର ମିଳିବାର ସମ୍ଭାବନା ଅଧିକ । ଛାତ୍ର ଏବଂ ଗବେଷକମାନଙ୍କ ପାଇଁ ସମୟ ବହୁତ ଶୁଭ । ଏକାଗ୍ରତା ବୃଦ୍ଧି ପାଇବା ସହ ଅଧ୍ୟୟନରେ ସଫଳତା ପାଇବେ। ପ୍ରେମ ସମ୍ପର୍କରେ ନୂତନତା ଆସିବ । ଅବିବାହିତ ଥିଲେ ପ୍ରସ୍ତାବ ଚୁଡାନ୍ତ ହୋଇପାରେ । ଆଧ୍ୟାତ୍ମିକ କ୍ଷେତ୍ର ପ୍ରତି ଆଗ୍ରହ ବଢିବ । ମାନସିକ ଶାନ୍ତି ପାଇବେ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़