ଦଶହରା ପର ଦିନ ପୂଜା ହୋଇଥିବା କର୍ମା ଠାକୁରଙ୍କୁ ସକାଳେ ବିଷର୍ଜନ କରାଯାଏ । ବିଷର୍ଜନ ବେଳେ ସେହିଭଳି ନାଚଗୀତର ସମସ୍ତ ମଜା ନେଇଥାଆନ୍ତି। ଏହି ଅଂଚଳର ଆଦିବାସୀମାନେ ଏହି ପର୍ବକୁ ବର୍ଷକ ଭିତରେ ସବୁଠାରୁ ବଡ଼ ପର୍ବ ବୋଲି ମାନନ୍ତି ।
Trending Photos
ସୋର (ଦେବେନ୍ଦ୍ର ନାୟକ): ଆଦିବାସୀ କହିଲେ ସରଳ ସାଧାରଣ ଜନଜାତିଙ୍କୁ ବୁଝାଏ। ସେମାନଙ୍କ ଚଳଣି ଖୁବ୍ ସରଳ। ପ୍ରତ୍ୟେକ ପୂଜା ପାର୍ବଣରେ ନୂଆ ଲୁଗା ସହିତ ନାଚଗୀତ କରି ଜୀବନକୁ ଉପଭୋଗ କରିବା ଏମାନଙ୍କଠାରେ ଦେଖାଯାଏ। ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ୍ ବଣା ଗାଁରେ ଆଦିବାସୀ ଲୋକମାନେ ଦଶହରା ପର୍ବ ଏକ ନିଆରା ଢ଼ଙ୍ଗରେ ମନାଉଥିବାର ଦେଖିବାକୁ ମିଳିଛି। ଦଶହରା ପରୀପେକ୍ଷୀରେ ଆଦିବାସୀ ଲୋକମାନେ ରଙ୍ଗବେରଙ୍ଗରେ ସର୍ଜିତ ହୋଇ ଏକ ନୃତ୍ୟ ପରିବେଷଣ କରିଥାନ୍ତି। ଏହି ଆଦିବାସୀ ସଂପ୍ରଦାୟର ଲୋକମାନେ କର୍ମା ପୂଜା କରିଥାନ୍ତି। ଯାହାକି ଶିବପାର୍ବତୀର ପୂଜା ଭଳି କୁହାଯାଏ।
୧୦୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଆଦିବାସୀ ଲୋକମାନେ ଦଶହରା ଦିନ ମାନସିକ ପୁରଣ ବା ଗାଁ ଲୋକମାନଙ୍କ ନିଜର ମଙ୍ଗଳ କାମନା ପାଇଁ ଏହି କର୍ମା ପୂଜା କରିଥାନ୍ତି। କର୍ମୀମାନେ ଶିବ ଓ ଧର୍ମାମାନେ ପାର୍ବତୀ ଏହି ଦୁଇ ଜଣଙ୍କର ପୂଜାର୍ଚ୍ଚନା କରି ସବୁ ବୟସର ଲୋକମାନେ ମିଳିମିଶି ନାଚିଥାଆନ୍ତି। ଶିବରାତ୍ରୀ ଭଳି ଏହି କର୍ମା ପୂଜାରେ ଉପବାସ ରହି ପୂଜାର୍ଚ୍ଚନା କରନ୍ତି। ରାତି ସାରା ନାଚ ପରିବେଷଣ ହୋଇଥାଏ । ବାଲି ରେ ମୁଗ ପକାଇଆନ୍ତି ଗଜାହେବା ପରେ କଇ ଗଛ ର ଡାଲକୁ ପୋତି ପୂଜା କରିଆନ୍ତି ।
ବଣା ଗ୍ରାମରେ ଏହି ସଂପ୍ରଦାୟର ଲୋକମାନଙ୍କ କହିବା ଅନୁଯାୟୀ ବନ୍ଧୁବାନ୍ଧବ ଏକତ୍ରିତ ହୋଇ ଏହି ପର୍ବ ପାଳନ କରିଥାଆନ୍ତି। ଖାଦ୍ୟ ପାଇଁ ବିଶେଷ କରି ହାଣ୍ଡିଆ ସହିତ ଖଟା, କଞ୍ଚାଲଙ୍କା, ରସୁଣ ଓ ବିଶେଷ ଢ଼ଙ୍ଗରେ ନିର୍ମିତ। ଖଣାର ପରିବେଶଷ କରାଯାଏ। ଏହି ଖାଦ୍ୟ ଖାଇ ଖୁସିରେ ରାତିସାରା ନାଚଗୀତରେ ମସଗୁଲ ରହିଥାଆନ୍ତି । ଆଦିବାସୀ ସଂପ୍ରଦାୟର ମୁଣ୍ଡ୍ରା ଜାତିର ଲୋକମାନେ ଅପେକ୍ଷାରେ ଥାନ୍ତି କେବେ ଆସିବ ଦଶହରା ଓ କର୍ମାପୂଜାର ଆନନ୍ଦ ଉଠାଇବେ ।
ଦଶହରା ପର ଦିନ ପୂଜା ହୋଇଥିବା କର୍ମା ଠାକୁରଙ୍କୁ ସକାଳେ ବିଷର୍ଜନ କରାଯାଏ । ବିଷର୍ଜନ ବେଳେ ସେହିଭଳି ନାଚଗୀତର ସମସ୍ତ ମଜା ନେଇଥାଆନ୍ତି। ଏହି ଅଂଚଳର ଆଦିବାସୀମାନେ ଏହି ପର୍ବକୁ ବର୍ଷକ ଭିତରେ ସବୁଠାରୁ ବଡ଼ ପର୍ବ ବୋଲି ମାନନ୍ତି । ବିଶେଷ କରି ଯୁବ ପିଢ଼ି ଏହି ପର୍ବରେ ସାମିଲ ହୋଇ ନାଚଗୀତରେ ଭରପୁର ମନରଞ୍ଜନ କରିଥାଆନ୍ତି । ବୟସ୍କ ବୃଦ୍ଧବୃଦ୍ଧାମାନେ ହାତଧରାଧରି ହୋଇ ଢ଼ୋଲ ଓ ମାଧଳ ଶବ୍ଦର ତାଳେ ତାଳେ ନାଚିଥାନ୍ତି ।
୩ ଦିନ ଧରି କର୍ମା ପୂଜା ସରିବା ପରେ ଏହି ଗାଁରେ ଏହି ପରି ଏକ ନିଆରା ନାଚ ଦେଖିବା ପାଇଁ ଆଖପାଖ ଗ୍ରାମରୁ ଶତାଧିକ ଲୋକଙ୍କ ସମାଗମ ହୋଇଥାଏ । ଏହି ନାଚ ସଂଧ୍ୟା ୫ଟାରୁ ରାତିସାରା ହୋଇଥାଏ । ଦୁର୍ଗାପୂଜାର ଏହି ପୁରାତନ ଐତିହାସକ କର୍ମପୂଜା ଆଦିବାସୀ ସଂପ୍ରଦାୟର ଲୋକମାନଙ୍କ ମନରେ ଭକ୍ତି ଓ ଶ୍ରଧା ଆଣିଦେଇଥାଏ ।