NPA Recovery: ୫ ବର୍ଷରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ମାଫ୍ କରିଛନ୍ତି ବାଣିଜ୍ୟିକ ବ୍ୟାଙ୍କ
Advertisement
Article Detail0/zeeodisha/odisha1996167

NPA Recovery: ୫ ବର୍ଷରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ମାଫ୍ କରିଛନ୍ତି ବାଣିଜ୍ୟିକ ବ୍ୟାଙ୍କ

  ଦେଶର ସମସ୍ତ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧୦.୬ ଲକ୍ଷ କୋଟି ଟଙ୍କାର ଋଣ ଛାଡ କରିଛନ୍ତି ବୋଲି ମଙ୍ଗଳବାର ରାଜ୍ୟସଭାକୁ ସୂଚିତ କରିଛନ୍ତି । ଏହି ୧୦.୬ ଲକ୍ଷ କୋଟି ଟଙ୍କା ଋଣ ମଧ୍ଯରୁ ପ୍ରାୟ ୫୦ ପ୍ରତିଶତ କର୍ପୋରେଟ୍ ହାଉସଙ୍କ ନାମରେ ଥିଲା । ରାଜ୍ଯସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍

SOCIAL MEDIA

NPA Recovery: 

ଦେଶର ସମସ୍ତ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧୦.୬ ଲକ୍ଷ କୋଟି ଟଙ୍କାର ଋଣ ଛାଡ କରିଛନ୍ତି ବୋଲି ମଙ୍ଗଳବାର ରାଜ୍ୟସଭାକୁ ସୂଚିତ କରିଛନ୍ତି । ଏହି ୧୦.୬ ଲକ୍ଷ କୋଟି ଟଙ୍କା ଋଣ ମଧ୍ଯରୁ ପ୍ରାୟ ୫୦ ପ୍ରତିଶତ କର୍ପୋରେଟ୍ ହାଉସଙ୍କ ନାମରେ ଥିଲା । ରାଜ୍ଯସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭଗବତ କରଦ ଏହା କହିଛନ୍ତି । ଭାଗବତ କରଦ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, “ଆରବିଆଇର ତଥ୍ୟ ଅନୁଯାୟୀ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ (ଏସସିବି) ଗତ ୫ଟି ଆର୍ଥିକ ବର୍ଷରେ ୧୦.୫୭ ଲକ୍ଷ କୋଟି ଟଙ୍କାର ଋଣ ମାଫ କରିଛନ୍ତି । ଏହାସହିତ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡିକ ଗତ ପାଞ୍ଚ ବର୍ଷ ମଧ୍ୟରେ ୭.୧୫ ଲକ୍ଷ କୋଟି ଟଙ୍କାର ଅଣ-ପ୍ରଦର୍ଶନ ସମ୍ପତ୍ତି (ଏନପିଏ) ଉଦ୍ଧାର କରିଛନ୍ତି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ରାଜ୍ୟସଭାରେ କହିଥିଲେ ।

ଏନପିଏ ଉଦ୍ଧାର ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି । ବାଣିଜ୍ୟକ ବ୍ୟାଙ୍କ ଗୁଡ଼ିକ ଗତ ପାଞ୍ଚ ଆର୍ଥିକ ବର୍ଷ କାଳରେ ମାଫ୍ ହୋଇଥିବା  NPA ଆକାଉଣ୍ଟରୁ ପ୍ରାୟ ୭,୧୫.୫୦୭  କୋଟି ଟଙ୍କା ଆର୍ଥିକ ବର୍ଷ ୨୦୨୨-୨୩ରେ ଉଦ୍ଧାର କରିଛନ୍ତି ବୋଲି  ଅର୍ଥ ରାଷ୍ଟ୍ରମନ୍ତ୍ରୀ ରାଜ୍ୟସଭାକୁ ସୂଚିତ କରିଛନ୍ତି ।

ଏକ ପୃଥକ ପ୍ରଶ୍ନର ଉତ୍ତରରେ କରଦ କହିଛନ୍ତି ଯେ, ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡିକ ଗତ ପାଞ୍ଚଟି ଆର୍ଥିକ ବର୍ଷ ଅର୍ଥାତ ୨୦୧୮-୧୯ରୁ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ବୃହତ କରପୋରେଟ୍ ହାଉସଙ୍କର ୫.୫୨ ଲକ୍ଷ କୋଟି ଟଙ୍କା ମାଫ କରିଛନ୍ତି । ଏହା ମଧ୍ଯରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଜାଲିଆତି ହେତୁ ସମସ୍ତ ବ୍ୟାଙ୍କ ହରାଇଥିବା ୯୩ ହଜାର ୮୭୪ କୋଟି ଟଙ୍କା ଅନ୍ତର୍ଭୁକ୍ତ ।

କରଦ କହିଛନ୍ତି ଯେ ବ୍ୟାଙ୍କ ଗୁଡିକ ନିଜ ବାଲାନ୍ସ ସିଟ୍ ଠିକ କରିବାକୁ,ଟିକସ ସୁବିଧା ହାସଲ କରିବାକୁ ଓ ପୁଞ୍ଜି ପ୍ରବାହକୁ ବଢାଇବା ପାଇଁ ଋଣଛାଡର ପ୍ରଭାବ ସମ୍ପର୍କରେ ନିୟମିତ ମୂଲ୍ୟାଙ୍କନ କରିଥାନ୍ତି

ଏହିପରି ଋଣଛାଡ ଦ୍ୱାରା ଋଣକାରୀ କୌଣସି ଲାଭ ପାଇନଥାନ୍ତି ବୋଲି କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ଋଣଛାଡ ପରେ ମଧ୍ଯ ଋଣଖିଲାପକାରୀଙ୍କଠାରୁ ଋଣ ଟଙ୍କା ଆଦାୟ ପାଇଁ ବ୍ୟାଙ୍କ ଉପଲବ୍ଧ ଆଇନର ଆଶ୍ରୟ ନେଇଥାନ୍ତି । ଋଣଛାଡ ପରେ ମଧ୍ଯ ଋଣକାରୀ ଋଣ  ପରିଶୋଧ ପାଇଁ ଉତ୍ତରଦାୟୀ ରହିଥାନ୍ତି ।