Odisha Flood Update: ବନ୍ୟାରେ ଧୋଇଗଲା ବର୍ଷକର ଚାଷ, ମୁଣ୍ଡରେ ହାତ ଦେଲାଣି ଚାଷୀ
Advertisement
Article Detail0/zeeodisha/odisha1311249

Odisha Flood Update: ବନ୍ୟାରେ ଧୋଇଗଲା ବର୍ଷକର ଚାଷ, ମୁଣ୍ଡରେ ହାତ ଦେଲାଣି ଚାଷୀ

ଛାଡିଲା ବର୍ଷା ଦେଇଗଲା ଚାଷୀଙ୍କୁ ଦୁଃଖ । ଚଳିତ ଖରିଫ ଋତୁରେ କ୍ଷୁଦ୍ର ନାମମାତ୍ର ଓ ବଡ଼ ଚାଷୀମାନେ ବହୁ କଷ୍ଟରେ ଧାନ ଚାଷ କରିଥିଲେ ଏଥିପାଇଁ ବ୍ୟାଙ୍କ ସୋସାଇଟିରୁ ଋଣ ଆଣି ଧାନ ଚାଷ କାମରେ ଖର୍ଚ୍ଚ କରିଥିଲେ ।

Odisha Flood Update: ବନ୍ୟାରେ ଧୋଇଗଲା ବର୍ଷକର ଚାଷ, ମୁଣ୍ଡରେ ହାତ ଦେଲାଣି ଚାଷୀ

Odisha Flood Update: ବରଗଡ଼: ଚିଖିଲି ପରେ ଏବେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକରେ ମହାନଦୀର ବନ୍ୟା ବିଭୀଷିକା ଦେଖାଦେଇଛି । ହୀରାକୁଦ ଡ୍ୟାମରେ ଅଧିକ ଜଳ ନିଷ୍କାସନ କରାଯିବାରୁ ଭେଡେନ ବ୍ଲକ ମହାନଦୀ ତଟରେ ଥିବା ବ୍ରାହ୍ମଣ ତୁରୁମ,ଗଣ୍ଡ ତୁରୁମ,ଦେଶ ଭଟଲି,ଡାଲବ ଆଦି ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମହାନଦୀର ପଛୁଆ ପାଣିରେ ବୁଡି ଯାଇଛି ଚାଷୀଙ୍କ ଶହ ଶହ ଏକର ଧାନ ଚାଷ ଜମି । ଗତ ଆଠ ଦିନ ଧରି ଚାଷଙ୍କ ଜମିରେ ସାତ ଫୁଟରୁ ଅଧିକ ପାଣି ଜମି ରହିଥିବାରୁ ନଷ୍ଟ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ଧାନ ଚାଷ । ଧାନ ଚାଷ କରି ପରିବାର ଗୁଜୁରାଣ କରୁଥିବା କ୍ଷୁଦ୍ର ମଧ୍ୟମ ଭାଗ ଚାଷୀ ଏବେ ଚିନ୍ତାରେ ସେପଟେ ମହାନଦୀରେ ପଛୁଆ ପାଣି ବୃଦ୍ଧି ପାଉଥିବା ରୁ ଭୟ ଓ ଆତଙ୍କ ଘେରରେ ରହିଛନ୍ତି ମହାନଦୀ ତଟବର୍ତୀ ଗାଁ ।

ମହାନଦୀର ପଛୁଆ ପାଣିରେ ବୁଡ଼ିଗଲା ଚାଷ ଜମି ।ଆଠ ଦିନ ଧରି ଜମିରେ ସାତ ଫୁଟରୁ ଅଧିକ ପାଣି ଜମି ରହିଥିବାରୁ ନଷ୍ଟ ହୋଇଗଲା ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କାର ଧାନ ଫସଲ । ବର୍ଷା ଛାଡିଲା ବନ୍ୟା ବି ଛାଡିଲା ହେଲେ ଗଲାନି ଚାଷୀଙ୍କ ଦୁଃଖ ଦୁର୍ଦଶା । ହୀରାକୁଦ ଡ୍ୟାମରେ ଜଳ ନିଷ୍କାସନ ପାଇଁ ଅଧିକ ଗେଟ ଖୋଳାଯିବାରୁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ପରେ ଏବେ ଭେଡେନ ବ୍ଲକରେ ସୃଷ୍ଟି ହୋଇଛି ବନ୍ୟା ବିଭୀଷିକା ।ମହାନଦୀର ପଛୁଆ ପାଣିରେ ନଷ୍ଟ ହୋଇଯାଇଛି ଭେଡେନ ବ୍ଲକର ବ୍ରାହ୍ମଣ ତୁରୁମ ,ଗଣ୍ଡ ତୁରୁମ,ଦେଶ ଭଟଲି,ଡାଲବ,ତିହିକିପାଳି,ଉଦେପୁର ଗାଁ ଚାଷୀଙ୍କ ଶହ ଶହ ଏକର ଚାଷ ଜମି ।ଆଉ ଦିନ କେଇଟା ପରେ ନୂଆଖାଇ ତିହାର ଆସିବ । ଫସଲ ନଷ୍ଟ ହୋଇଯାଇଥିବାରୁ କିଭଳି ଚାଷୀ ନୂଆଖାଇ ପାଳନ କରିବେ ତାକୁ ନେଇ ଚିନ୍ତାରେ ଚାଷୀ ।

ଛାଡିଲା ବର୍ଷା ଦେଇଗଲା ଚାଷୀଙ୍କୁ ଦୁଃଖ । ଚଳିତ ଖରିଫ ଋତୁରେ କ୍ଷୁଦ୍ର ନାମମାତ୍ର ଓ ବଡ଼ ଚାଷୀମାନେ ବହୁ କଷ୍ଟରେ ଧାନ ଚାଷ କରିଥିଲେ ଏଥିପାଇଁ ବ୍ୟାଙ୍କ ସୋସାଇଟିରୁ ଋଣ ଆଣି ଧାନ ଚାଷ କାମରେ ଖର୍ଚ୍ଚ କରିଥିଲେ । ଭଲ ଫସଲ ଉତ୍ପାଦନ ହେବ ବୋଲି ଚାଷୀମାନେ ଆଶା ବାନ୍ଧିଥିଲେ ହେଲେ ମହାନଦୀର ପଛୁଆ ପାଣି ଚାଷୀଙ୍କ ଧାନ ଫସଲ ଉଜାଡ଼ି ଦେଇଛି । ସେପଟେ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରାଯାଇଛି । ମହାନଦୀ ତଟବର୍ତୀ ଥିବା ଗାଁ ଗୁଡିକ ଲୋକଙ୍କୁ ସତର୍କ କରାଯାଇଛି। ପ୍ରଶାସନ ପକ୍ଷରୁ ବନ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ କରାଯାଇଛି । ଜମିରୁ ପାଣି ଶୁଖିଲା ପରେ ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯିବ ଓ ସରକାରଙ୍କ ନିୟମ ଅନୁସାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଭେଡେନ ତହସିଲଦାର କହିଛନ୍ତି ।

ଆଉ ଦିନ କେଇଟା ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ତିହାର୍ । ବନ୍ୟାରେ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଯିବାରୁ କେମିତି ନୂଆଖାଇ ତିହାର ପାଳନ କରିବେ ତାକୁ ନେଇ ଚାଷୀ ଚିନ୍ତାରେ ଥିବାବେଳେ ତୁରନ୍ତ ସରକାର ଚାଷୀଙ୍କୁ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।