Odisha Weather Update: ଅବପାତରେ ପରିଣତ ହେଲା ଲଘୁଚାପ, ଏହି ସବୁ ଜିଲ୍ଲାରେ ୨୪ ଘଣ୍ଟା ବିକ୍ଷିପ୍ତ ବର୍ଷା
Advertisement
Article Detail0/zeeodisha/odisha1346312

Odisha Weather Update: ଅବପାତରେ ପରିଣତ ହେଲା ଲଘୁଚାପ, ଏହି ସବୁ ଜିଲ୍ଲାରେ ୨୪ ଘଣ୍ଟା ବିକ୍ଷିପ୍ତ ବର୍ଷା

Odisha Weather Update: ରବିବାର ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ସୋନପୁର, ବରଗଡ, ବୈଦ୍ଧ, କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ତେଣୁ ଏହି ସବୁ ଜିଲ୍ଲା ଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହୋଇପାରେ ତେଣୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। 

Odisha Weather Update: ଅବପାତରେ ପରିଣତ ହେଲା ଲଘୁଚାପ, ଏହି ସବୁ ଜିଲ୍ଲାରେ ୨୪ ଘଣ୍ଟା ବିକ୍ଷିପ୍ତ ବର୍ଷା

Odisha Weather Update, ଭୁବନେଶ୍ୱର: ଦକ୍ଷିଣ ଓଡିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୁଦୃଶଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଗୋପାଳପୁର ଠାରୁ ଉତ୍ତର ପଶ୍ଚିମ ଦୂରରେ ୨୦ କିଲୋମିଟର ଦୂରରେ ଅବପାତ ଅଛି। ଆସନ୍ତା ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ ଓଡିଶା ଦେଇ ଦକ୍ଷିଣ ଛତିଶଗଡ ଆଡକୁ ଗତି କରିବ। ତା'ପରେ ଅବପାତ ଧୀରେ ଧୀରେ ଦୁର୍ବଳ ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। 

ସକ୍ରିୟ ସୁଦୃଶ ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ଲାଗିରହିଛି। ରବିବାର ମଧ୍ୟ ରାଜ୍ୟରେ ବିସ୍ତୃତି ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ଅଛି। ଲଘୁଚାପ ପ୍ରଭାବରେ ଓଡିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିଛି। ତଣୁ ୧୨ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାପାଇଁ ବାରଣ କରାଯାଇଛି। ଗୋପାଳପୁର ଠାରୁ ଉତ୍ତର-ପଶ୍ଚିମ ଦିଗରେ ୨୫ କିମି ଦୂରରେ ଅବପାତ କେନ୍ଦ୍ରୀଭୂତ ହୋଇଛି। ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଦକ୍ଷିଣ ଓଡିଶା ତଥା ଦକ୍ଷିଣ ଛତିଶଗଡ ଦେଇ ଗତିକରିବା ସହ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି।

Also Read: Contractual Employees Protest: ଆଜି ମହାସଙ୍ଘର ମହାଆନ୍ଦୋଳନ, ୪୦୦୦୦ ଠିକା କର୍ମଚାରୀ ଘେରିବେ..

ରବିବାର ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ସୋନପୁର, ବରଗଡ, ବୈଦ୍ଧ, କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ତେଣୁ ଏହି ସବୁ ଜିଲ୍ଲା ଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହୋଇପାରେ ତେଣୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ତେବେ ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁରରେ ଶୁଖିଲା ପାଗ ରହିପାରେ। ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ଓ ତଳିଆ ଅଞ୍ଚଳରେ ପାଣି ଜମିବାର ସମ୍ଭାବନା ରହିଛି। ସମୁଦ୍ର ଭିତରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ପର୍ଯ୍ୟନ୍ତ ଝଡ ସହ ପବନ ବହିବାର ଆଶଙ୍କା ରହିଛି। 

 

ସୂଚନାଯୋଗ୍ୟ, ରାଜ୍ୟରେ ଚଳିତ ବର୍ଷ ଜୁନ ୧ରୁ ୯ ସେପ୍ଟେମ୍ବର ମଧ୍ୟରେ ୧୦୨୩.୦ ମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ବାଭାବିକ ବର୍ଷା ୧୦୦୧.୧ ମି ବର୍ଷା ତୁଳନାରେ ୨ ପ୍ରତିଶତ ଅଧିକ। ୨୫ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଭଦ୍ରକ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୪ ଜିଲ୍ଲାରେ ସ୍ବାଭାବିକ ବର୍ଷା ଠାରୁ ଅଧିକ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ଠାରେ ୯୪.୪ ମିଲିମିଟର ସର୍ବାଧିକ ବର୍ଷା ରେକର୍ଟ କରାଯାଇଛି। କୋରାପୁଟ ଜିଲ୍ଲା ପଟାଙ୍ଗିରେ ୭୨ମିମି ଓ ଭୁବନେଶ୍ୱର ୨୦ ମି.ମି ବର୍ଷା ରେକର୍ଡ କରାଯାଇଛି।