Super Cyclone 1999: ମହାବତ୍ୟାକୁ ୨୩ ବର୍ଷ, ଶ୍ରୀମନ୍ଦିର ଚର୍ଚ୍ଚା ଘରୁ ଖସିଲା ପଥର
Advertisement
Article Detail0/zeeodisha/odisha1415215

Super Cyclone 1999: ମହାବତ୍ୟାକୁ ୨୩ ବର୍ଷ, ଶ୍ରୀମନ୍ଦିର ଚର୍ଚ୍ଚା ଘରୁ ଖସିଲା ପଥର

Odisha super cyclone: ୧୯୯୯ ମହାବାତ୍ୟାକୁ ୨୩ ବର୍ଷ ପୁରିଛି। ଆଜି ମଧ୍ୟ ଏହି ପ୍ରଳୟଙ୍କାରୀ ବତ୍ୟାର ଛାପ ରାଜ୍ୟବାସୀଙ୍କ ମନରୁ ଲିଭିନାହିଁ। ବାତ୍ୟାରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିଲା। ହଜାର ହଜାର ଗାଈଗୋରୁ ମଧ୍ୟ ପ୍ରାଣ ହରାଇଥିଲେ।

Super Cyclone 1999: ମହାବତ୍ୟାକୁ ୨୩ ବର୍ଷ, ଶ୍ରୀମନ୍ଦିର ଚର୍ଚ୍ଚା ଘରୁ ଖସିଲା ପଥର

Super Cyclone 1999, ପୁରୀ: ଆଜି ଅକ୍ଟୋବର ୨୯, ମନେପଡ଼େ ୧୯୯୯ର ପ୍ରଳୟଙ୍କାରୀ ମହାବାତ୍ୟା ପରର ଦୃଶ୍ୟ। ସୁପର ସାଇକ୍ଲୋନକୁ ୨୩ ବର୍ଷ ପୂର୍ତ୍ତି ହୋଇଛି। କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ପରି ଉପକୂଳବର୍ତ୍ତୀ ଅଞ୍ଚଳରେ ମହାବାତ୍ୟା ତାଣ୍ଡବ ରଚିଥିଲା। ଏଥିରେ ସରକାରୀ ଭାବେ ୧୦ ହଜାର ଲୋକ ପ୍ରାଣ ହରାଇଥିଲେ। କିନ୍ତୁ ବେସରକାରୀ ଭାବେ ତାହା ୩୦ ହଜାରରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି। ତେବେ ମହାବତ୍ୟାକୁ ୨୩ ବର୍ଷ ପୂରିବା ଦିନ ଶ୍ରୀମନ୍ଦିରରରେ ଏକ ଅଘଟଣ ଘଟିଛି। ଜଗମୋହନ ବାହାର ପାର୍ଶ୍ୱ ମାଜଣା ମଣ୍ଡପ ପାଖ ଚର୍ଚ୍ଚା ଘରୁ ପଥର ଖସିଥିବା ସୂଚନା ମିଳିଛି। ତେବେ ଏହାକୁ ଏକ ଅଶୁଭ ସଙ୍କେତ ବୋଲି କୁହାଯାଉଛି।

ମହାବାତ୍ୟାରେ ରାଜ୍ୟର ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା। ୧୦ ହଜାର ଲୋକ ପ୍ରାୟ ହରାଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ଆହତ ହୋଇଥିଲେ। ସମସ୍ତେ ପରିବାର ସଦସ୍ୟଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହୋଇଥିଲେ। କେବଳ ମଣିଷ ନୁହଁ ହଜାର ହଜାର ସଂଖ୍ୟାରେ ଗୋରୁ ଗାଈଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ସଚେତନତାର ଅଭାବ ଯୋଗୁଁ ରାଜ୍ୟବାସୀ ମହାବାତ୍ୟାର ମୁକାବିଲା କରିପାରିନଥିଲେ। ମହାବାତ୍ୟା ପରଠାରୁ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଯାହା ଫଳରେ ଓଡିଶାର ବିପର୍ଯ୍ୟୟର ମୁକାବିଲାକୁ ବିଶ୍ୱ ଦରବାରରେ ପ୍ରଶଂସା କରାଯାଉଛି।

Also Read: Bhadrak: ପୁଣି ନଗ୍ନତା ହେଲା କାଳ: ଖୋଲା ମଞ୍ଚରେ କଳାକାରଙ୍କୁ ଚପଲ ମାଡ଼ କେଉଁଠାରେ ଜାଣନ୍ତୁ

ବିପର୍ଯ୍ୟୟକୁ ନେଇ ଏବେ ରାଜ୍ୟରେ ସଚେତନତା ସୃଷ୍ଟି ସହ ହେନ୍ତାଳ ବଣ ସୃଷ୍ଟି କରିବାକୁ ପରିବେଶବିତମାନେ ମତ ରଖିଛନ୍ତି। ହେନ୍ତାଳ ବଣ ପାଇଁ କେନ୍ଦ୍ରାପଡାବାସୀ ବଡ଼ ବିପର୍ଯ୍ୟୟରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ସଚେତନତା ସହ ବ୍ୟାପକ ହେନ୍ତାଳ ବଣର ଆବଶ୍ୟକତା ଜରୁରୀ ବୋଲି କୁହାଯାଉଛି। ସରକାର ବାତ୍ୟା ଆଶ୍ରୟସ୍ଥଳି ମଧ୍ୟ ତିଆରି କରିଛନ୍ତି। ପ୍ରତିବର୍ଷ ସରକାର ବାତ୍ୟା ଆଶ୍ରୟସ୍ଥଳୀରେ ଗାଁର ଯୁବକଯୁବତୀମାନଙ୍କୁ ବାତ୍ୟାର ସଫଳ ମୁକାବିଲା ପାଇଁ ମକଡ୍ରିଲ୍ ମାଧ୍ୟମରେ ପ୍ରଶିକ୍ଷଣ ଦେଉଛନ୍ତି । ସଚେତନତା ସହ ସମୁଦ୍ର ଉପକୂଳରେ ବ୍ୟାପକ ହେନ୍ତାଳ ବଣ ସୃଷ୍ଟି ପରିବେଶବିତମାନେ ଜୋର୍ ଦେଇଛନ୍ତି।

ସେପଟେ ଶନିବାର ବାତ୍ୟାକୁ ୨୩ ବର୍ଷ ପୂର୍ତ୍ତି ହେଉଥିବା ବେଳେ ଏକ ଅଘଟଣ ଘଟିଛି। ଶ୍ରୀମନ୍ଦିରରୁ ଏକ ପଥର ଖସିଥିଲା ସୂଚନା ମିଳିଛି। ଜେଟିପି ଚର୍ଚ୍ଚାଘର ବାହାର ପାର୍ଶ୍ୱରୁ ପଥର ଖସିଛି। ଏନେଇ  ଶ୍ରୀମନ୍ଦିର ପ୍ରଶାସନ ASIକୁ ଅବଗତ କରିଛି। ଦୀପାବଳି ବେଳେ ଶ୍ରୀମନ୍ଦିର ବେହଣ ଦ୍ୱାର ଓ ମୁଦୁଲି ଦ୍ୱାର ମଝିରେ ଏହି ପଥର ଖସିଛି। କିପରି ଓ କେଉଁ କାରଣରୁ ପଥର ଖସିଲା ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ପଥରର ଆକାର ପ୍ରାୟ ଦେଢ ଫୁଟ ଓ ଓଜନ ତିନି କିଲୋଗ୍ରାମ ହେବ ବୋଲି ASI ଅଧିକାରୀ ସୂଚନା ଦେଇଛନ୍ତି। ତେବେ ମାଙ୍କଡଙ୍କ ପାଇଁ ପଥର ଖସିଥିବା ଅନୁମାନ କରାଯାଉଛି। ଅନ୍ୟପଟେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ସେବାୟତମାନେ ଚିନ୍ତା ପ୍ରକଟ କରିବା ସହ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

 

 

-