Odisha Weather Update: ୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ, ଆଉ ଦୁଇ ଦିନ ପ୍ରବଳ ବର୍ଷିବ
Advertisement
Article Detail0/zeeodisha/odisha1347891

Odisha Weather Update: ୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ, ଆଉ ଦୁଇ ଦିନ ପ୍ରବଳ ବର୍ଷିବ

Odisha Weather Update: ଦକ୍ଷିଣ ଛତିଶଗଡ ଉପରେ ଅବପାତ! ବର୍ତ୍ତମାନ ଏହା ଭବାନୀପାଟଣା ଠାରୁ ପଶ୍ଚିମ -ଉତ୍ତର-ପଶ୍ଚିମ ଦିଗରେ ୧୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହେବାର ସମ୍ଭାବନା ରହିଛି।

 

Odisha Weather Update: ୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ, ଆଉ ଦୁଇ ଦିନ ପ୍ରବଳ ବର୍ଷିବ

Odisha Weather Update, ଭୁବନେଶ୍ୱର: ଦକ୍ଷିଣ ଛତିଶଗଡ ଉପରେ ଅବପାତ ଅବସ୍ଥିତ ଅଛି। ଏହା ଧୀରେ ଧୀରେ ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ଭବାନୀପାଟଣା ଠାରୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ୧୯୦ କିମି ଦୂରରେ ଅବପାତ କେନ୍ଦ୍ରୀଭୂତ ହୋଇଛି। ଫଳରେ ସୋମବାର ଓ ମଙ୍ଗଳବାର ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏଥିପାଇଁ ବିଶେଷ କରି ପଞ୍ଚିମ ଓଡିଶାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପୁଣିଥରେ ମୌସୁମୀ ସକ୍ରିୟ ହୋଇଛି। ଯାହାର ପ୍ରଭାବରେ ସୋମବାର ବି ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ଅଛି।  ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ଆକଳନ କରାଯାଇଛି। ୧୩ ତାରିଖ ଯାଏଁ ଓଡିଶା ଉପକୂଳ ଅଶାନ୍ତ ରହିବ, ସେଥିପାଇଁ ଆସନ୍ତା ଦୁଇ ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ହୋଇଛି। ବଙ୍ଗୋପସାଗରରେ ଲଘୁଚାପକୁ ଦୃଷ୍ଟିରେ ରଖି ପୁରୀ, ଗୋପାଳପୁର, ଧାମରା ଏବଂ ଚାନ୍ଦବାଲିରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ସେହିପରି ପ୍ରବଳ ବର୍ଷା ଯୋଗୁ ବଂଶଧାରା ନଦୀ ମଧ୍ୟ ଫୁଲୁଛି।

Also Read: Naveen Patnaik Visits Mumbai: ପୁଞ୍ଜି ଯୋଗାଡ଼ ପାଇଁ ମଙ୍ଗଳବାର ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ସୋମବାର ୧୬ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ତେଣୁ ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୈଦ୍ଧ, ବରଗଡ, ସମ୍ବଲପୁର, ଅନୁଗୁଳ, ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ, କେନ୍ଦୁଝର, ଢେଙ୍କାନାଳ ଓ ମୟୂରଭାଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ମଙ୍ଗଳାବର ସକାଳ ସାଢେ ୮ଟା ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। କିନ୍ତୁ ଏହି ସମୟରେ ରାଜ୍ୟର ଉପକୂଳ ଜିଲ୍ଲାରେ ପ୍ରାୟତଃ ଶୁଖିଲା ପାଗ ରହିବ। ସେହିପରି ମଙ୍ଗଳବାର ମଧ୍ୟ ପଞ୍ଚିମ ଓଡିଶାରେ ବର୍ଷା ଜାରି ରହିବ। ତେଣୁ କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ସୋନପୁର, ବରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ, କେନ୍ଦୁଝରକୁ ସତର୍କ କରାଯାଇଛି 

 

ଅନ୍ୟପଟେ ଆସନ୍ତା ୧୭ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ତେଣୁ ୧୫ ତାରିଖ ବେଳକୁ ରାଜ୍ୟରେ ପୁଣି ଥରେ ବର୍ଷାର ପରିମାଣ ବୃଦ୍ଧି ହୋଇପାରେ। ଘନଘନ ଲଘୁଚାପ ସୃଷ୍ଟି ହେଉଥିବାରୁ ରାଜ୍ୟବାସୀ ମଧ୍ୟ ଚିନ୍ତାରେ ଅଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଗତ ମାସରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ତ୍ତମାନ ସୁଦ୍ଧା ତାହାର କ୍ଷୟକ୍ଷତିର ସଠିକ ଆକଳନ ହୋଇନଥିବା ଅଭିଯୋଗ ହୋଇଛି। ଏହାରି ମଧ୍ୟରେ ବାରମ୍ବାର ହେଉଥିବା ଲଘୁଚାପ ବର୍ଷା କୃଷକଙ୍କ ମୁଣ୍ଡର ଚଡକ ପକାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସ୍ୱାଭାବିକ ଠାରୁ ୨୭୦% ଅଧିକ ବର୍ଷା ରେକର୍ଡ କରାଯାଇଛି। ଢେଙ୍କାନାଳରେ ସର୍ବାଧିକ ୧୫୪ ମିମି ବର୍ଷା ହୋଇଛି।