Odisha Weather Update: ଦଶହରା ପରେ ବି ଗର୍ଜୁଛି ଗଗନ, ଆଉ ଏତିକି ଦିନ ରାଜ୍ୟରେ ଜାରି ରହିବ ବର୍ଷା...
Advertisement
Article Detail0/zeeodisha/odisha1384292

Odisha Weather Update: ଦଶହରା ପରେ ବି ଗର୍ଜୁଛି ଗଗନ, ଆଉ ଏତିକି ଦିନ ରାଜ୍ୟରେ ଜାରି ରହିବ ବର୍ଷା...

Odisha Weather Update: ଅକ୍ଟୋବର ଦ୍ୱତୀୟ ସପ୍ତାହ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପ୍ରାକ୍‌ ଆକଳନ କରିଛି। ରାଜ୍ୟସାରା ବର୍ଷା ହେଉଥିବା ବେଳେ ପଶ୍ଚିମ ଓଡିଶାରେ ପାଗ ଶୁଖିଲା ରହିବ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। କିନ୍ତୁ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ଫସଲ ସୁରକ୍ଷା ପାଇଁ ଚାଷୀଙ୍କୁ ସତର୍କ କରାଯାଇଛି।

Odisha Weather Update: ଦଶହରା ପରେ ବି ଗର୍ଜୁଛି ଗଗନ, ଆଉ ଏତିକି ଦିନ ରାଜ୍ୟରେ ଜାରି ରହିବ ବର୍ଷା...

Odisha Weather Update, ଭୁବନେଶ୍ୱର: ତେଲେଙ୍ଗାନା ଏବଂ ବିଦର୍ଭ ଅଞ୍ଚଳରେ ବାୟୁମଣ୍ଡଳର ୧.୫ କିମି଼ରୁ ୩.୧ କିମି ମଧ୍ୟରେ ସକ୍ରିୟ ଘୁର୍ଣ୍ଣିବଳୟ ଭାସମାନ ଅବସ୍ଥାରେ ଅଛି। ସକ୍ରିୟ ଘୁର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ଜାରି ରହିଛି। ତେବେ ଅକ୍ଟୋବର ଦ୍ୱିତୀୟ ସପ୍ତାହ ବେଳକୁ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଆସିବ ଏହି ସମୟରେ ବର୍ଷାର ପରିମାଣ ହ୍ରାସ ପାଇବାର ସମ୍ଭାବନା ରହିଛି। 

ଶୁକ୍ରବାର ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହୋଇପାରେ। ଏଥିପାଇଁ ୨୦ ଜିଲ୍ଲାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, ବୌଦ୍ଧ, ଖୋର୍ଦ୍ଧା, ପୁରୀ, କଟକ, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରକୁ ସତର୍କ କରାଯାଇଛି।। ଶନିବାର ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ନୟାଗଡ, ଜଗତସିଂହପୁର, କେନ୍ଦ୍ରପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ବର୍ଷା ସହ ବଜ୍ରପାତ ହୋଇପାରେ।

Also Read: Odisha Weather Update: ଦଶହରାରେ ଦରଦ ଦେଲା ବର୍ଷା! ବିଜୁଳି, ଘଡ଼ଘଡ଼ି ନେଇ ଏହି ସବୁ ଜିଲ୍ଲାକୁ ସତର୍କତା

ସେହିପରି, ଶନିବାର ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ କରାଯାଇଥିବା ବେଳେ ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁରକୁ ସତର୍କ କରାଯାଇଛି। ତେବେ ବିସ୍ତାରିତ ପରିସର ଆକଳନର ଜାରିହୋଇଥିବା ସୂଚନା ଅନୁଯାୟୀ, ଚଳିତ ମାସର ଦ୍ୱିତୀୟ ସପ୍ତାହ ୧୪ରୁ ୨୦ ଅକ୍ଟୋବର ୨୦୨୨ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ଯଥେଷ୍ଟ କମ ରହିବ। ଆଉ ସ୍ୱାଭାବିକ ବର୍ଷାର ହାରାହାରି ପରିମାଣ କମ ରହିବା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି।

 

ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଅକ୍ଟୋବର ୧ରୁ ୭ ମଧ୍ୟରେ ରାଜ୍ୟରେ ୬୯.୫ ମିମି ବର୍ଷା ରେକର୍ଡ କରାଯାଇଛି। ଏହି ଅବଧି ମଧ୍ୟରେ ସ୍ୱାଭାବିକ ବର୍ଷା ୩୮.୬ ମିମି ତୁଳନାରେ ୮୦ ପ୍ରତିଶତ ଅଧିକ ରହିଛି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୧୭୭.୪ ମିମି ବର୍ଷା ହୋଇଛି। ରାୟଗଡାରେ ୧୭୫.୬ ମିମି ଏବଂ ଭଦ୍ରକ ଜିଲ୍ଲାରେ ୧୭୦.୧ ମିମି ବର୍ଷା ରେକର୍ଡ କରାଯାଇଛି।