Bachan not first choice for film don: ଜିତେନ୍ଦ୍ରଙ୍କ ପାଇଁ ଅମିତାଭ୍ ପାଇଥିଲେ ‘ଡନ୍’,ଫୋନ୍ କରି ବିଗ୍ ବି’ଙ୍କୁ ଦେଇଥିଲେ ଅଫର
Advertisement
Article Detail0/zeeodisha/odisha1952345

Bachan not first choice for film don: ଜିତେନ୍ଦ୍ରଙ୍କ ପାଇଁ ଅମିତାଭ୍ ପାଇଥିଲେ ‘ଡନ୍’,ଫୋନ୍ କରି ବିଗ୍ ବି’ଙ୍କୁ ଦେଇଥିଲେ ଅଫର

  ଡନ୍' ପାର୍ଟ୍ ୩  ଘୋଷଣା ହେବା ପରଠାରୁ  ସୁପରହିଟ୍ ଫ୍ରାଞ୍ଚାଇଜ୍ 'ଡନ୍'କୁ ନେଇ ସବୁଆଡେ ଆଲୋଚନା ହେଉଛି। ଓରିଜିନାଲ ଡନ’ରେ ଡନ୍ ଯଦି ଅମିତାଭ ବନିଥିଲେ ତେବେ ନୂଆ ପ୍ରାଂଚାଇଜକୁ ନୂଆ ଜୀବନ ଦେଇଥିଲେ ଶାରାରୁଖ ଖାନ । ତେବେ ସୃଜନାତ୍ମକ ମତଭେଦ କାରଣରୁ ଡନର ଦୁଇଟି ପାର୍ଟରେ କାମ କରିଥିବା ଶାହାରୁଖ

SOCIAL MEDIA

Bachan not first choice for film don: 

ଡନ୍' ପାର୍ଟ୍ ୩  ଘୋଷଣା ହେବା ପରଠାରୁ  ସୁପରହିଟ୍ ଫ୍ରାଞ୍ଚାଇଜ୍ 'ଡନ୍'କୁ ନେଇ ସବୁଆଡେ ଆଲୋଚନା ହେଉଛି। ଓରିଜିନାଲ ଡନ’ରେ ଡନ୍ ଯଦି ଅମିତାଭ ବନିଥିଲେ ତେବେ ନୂଆ ପ୍ରାଂଚାଇଜକୁ ନୂଆ ଜୀବନ ଦେଇଥିଲେ ଶାରାରୁଖ ଖାନ । ତେବେ ସୃଜନାତ୍ମକ ମତଭେଦ କାରଣରୁ ଡନର ଦୁଇଟି ପାର୍ଟରେ କାମ କରିଥିବା ଶାହାରୁଖ ଏଥରେ ଡନ୍ ରେ ନଜର ଆସିବେନି । ଡନର ଯାତ୍ରାକୁ ଆଗକୁ ବଢାଇବେ  ରଣବୀର ସିଂ  । ଡନ୍  ଫ୍ରାଞ୍ଚାଇଜ୍ ର ତୃତୀୟ ଚଳଚ୍ଚିତ୍ର ଦେଖିବା ପାଇଁ ଆପଣଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡିବ, କିନ୍ତୁ ଆଜି ଆମେ ଆପଣଙ୍କୁ ଓରିଜିନାଲ 'ଡନ୍'ର ପରଦା ପଛର କାହାଣୀ କହିବୁ । କେମିତି ଅମିତାଭ୍ ଡନ୍ ବନିଥିଲେ ଓ କେମିତି ଏହି ଫିଲ୍ମ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା ।

 

୧୯୭୮କୁ  ହିନ୍ଦୀ ସିନେମା ଜଗତରେ ଅମିତାଭ ବଚ୍ଚନଙ୍କ ବର୍ଷ ଭାବରେ ମଧ୍ୟ ଜଣାଯାଏ । ସେହି ବର୍ଷ ସର୍ବାଧିକ ଆୟ କରିଥିବା ୧୦ ଚଳଚ୍ଚିତ୍ର ମଧ୍ୟରେ ଥିଲା ଅମିତାଭ ବଚ୍ଚନଙ୍କର ୩ ଫିଲ୍ମ ।୧୯୭୮ରେ ଯେତେବେଳେ ନିର୍ଦ୍ଦେଶକ ଚନ୍ଦ୍ର ବାରୋଟ୍ ଏହି ଚଳଚ୍ଚିତ୍ର ନିର୍ମାଣ କରିଥିଲେ,ସେତେବେଳେ ବୋଧହୁଏ ସେ ସ୍ୱପ୍ନରେ ମଧ୍ୟ ଭାବି ନଥିବେ ଯେ ତାଙ୍କ ଫିଲ୍ମ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିବ । ଏହି ଚଳଚ୍ଚିତ୍ର ମାଧ୍ୟମରେ ସଲିମ-ଜାଭେଦ ଯୋଡି ପୁଣି ଥରେ ନିଜ କଲମର ଯାଦୁକୁ ପରଦା ଉପରେ ଦେଖାଇଥିଲେ । 

ସଲିମ-ଜାଭେଦଙ୍କ ଅନ୍ୟାନ୍ୟ ସୁପରହିଟ୍ ଚଳଚ୍ଚିତ୍ର ପରି ଅମିତାଭ ବଚ୍ଚନ ମଧ୍ୟ ଏହି ଚଳଚ୍ଚିତ୍ର ପାଇଁ ସେମାନଙ୍କ ପ୍ରଥମ ପସନ୍ଦ ନଥିଲେ। ସଲିମ-ଜାଭେଦଙ୍କ ପ୍ରଥମ ପସନ୍ଦ ଥିଲେ ହି’ମ୍ୟାନ୍ ଧର୍ମେନ୍ଦ୍ର । କିନ୍ତୁ ହି-ମ୍ୟାନ୍ ଧର୍ମେନ୍ଦ୍ର ଏହି ଚଳଚ୍ଚିତ୍ରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଏହାପରେ ଲେଖକ ଦ୍ୱୟ ସେମାନଙ୍କ ସ୍କ୍ରିପ୍ଟ ସହିତ ଜିତେନ୍ଦ୍ରଙ୍କ ପାଖକୁ ଯାଇଥିଲେ, କିନ୍ତୁ ଜିତେନ୍ଦ୍ର ମଧ୍ୟ ଫିଲ୍ମ ସାଇନ୍ କରିବାକୁ ମନା କରିଦେଇଥଇଲେ ।

 

ଜିତେନ୍ଦ୍ର ଏଇଥିପାଇଁ ପ୍ରତ୍ୟାଖାନ କରିଥିଲେ ଫିଲ୍ମ

ଜିତେନ୍ଦ୍ର ଫିଲ୍ମକୁ ପ୍ରତ୍ୟାଖାନ କରିବାର କାରଣ ଥିଲା ଇଣ୍ଡଷ୍ଟ୍ରୀର ଗୋଟିଏ ନିୟମ । ଏହି ନିୟମ ଅନୁସାରେ ସେତେବେଳେ ଜଣେ ଅଭିନେତା ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଫିଲ୍ମ ହିଁ ସାଇନ୍ କରିପାରିବେ । କାରଣ ଅନେକ ଅଭିନେତା ଲୋଭର ବଶବର୍ତ୍ତି ହୋଇ ଅଧିକ ଫିଲ୍ମ ସାଇନ କରୁଥିଲେ । ଯେଉଁଥଇପାଇଁ ଗୋଟିଏ ଫିଲ୍ମ ସୁଟିଂ ସରିବାକୁ ୩ରୁ ୪ ବର୍ଷ ଲାଗି ଯାଉଥିଲା । ଫଳରେ ପ୍ରଯୋଜକଙ୍କୁ ଆର୍ଥିକ କ୍ଷତିର ସମ୍ମୁଖୀ ହେବାକୁ ପଡୁଥିଲା  । ପ୍ରଯୋଜକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି ନିୟମ ପ୍ରଣୟନ ହୋଇଥିଲା । ଜିତେନ୍ଦ୍ର ସେଇ ନିୟମ ପାଇଁ ଫିଲ୍ମ ସାଇନ୍ କରିପାରିନଥିଲେ । କିନ୍ତୁ ଫିଲ୍ମର ସ୍କ୍ରିପ୍ଟ ତାଙ୍କୁ ପସନ୍ଦ ଥିଲା ।

ଅମିତାଭଙ୍କୁ କରିଥିଲେ ଫୋନ୍

ଜିତେନ୍ଦ୍ର ସ୍କ୍ରିପ୍ଟ ପସନ୍ଦ କରିବା ସତ୍ତ୍ୱେ ଫିଲ୍ମ କରିବା ପରିସ୍ଥିତିରେ ନଥିଲେ । ତେବେ ଏହି ଫିଲ୍ମ ପାଇଁ ସେ ଅମିତାଭଙ୍କ ନାମ ସୁପାରିସ କରିଥିଲେ । ଜିତେନ୍ଦ୍ର ନିଶ୍ଚିତ ଥିଲେ ଯେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ କେବଳ ଅମିତାଭ୍ ହିଁ  'ଡନ୍'କୁ ନ୍ୟାୟ ଦେଇ ପାରିବେ । ତେଣୁ ସେ ତାଙ୍କୁ ନେଇ ଫିଲ୍ମ କରିବାକୁ ପ୍ରଯୋଜକଙ୍କୁ ପରାମର୍ଶ ଦେଇଥିଲେ । ଏମିତିକି ଅମିତାଭ,ଜିତେନ୍ଦ୍ରଙ୍କୁ ଫୋନ୍ କରି ଫିଲ୍ମ କରିବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ଫିଲ୍ମର ସ୍କ୍ରିପ୍ଟ ଭଲ ଏବଂ ଆପଣ ଫିଲ୍ମକୁ ହାତରୁ ଯିବାକୁ ଦିଅନ୍ତୁ ନାହିଁ। ପରେ ଏହି ଚଳଚ୍ଚିତ୍ର ବିଗ୍ ବି’ଙ୍କ କ୍ୟାରିୟରରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇଥିଲା । ଗୀତ 'ଖାଇକ ପାନ ବନାରସ ୱାଲା ...' ହେଉ କିମ୍ବା ଏହି ଚଳଚ୍ଚିତ୍ରର ସଂଳାପ,ସବୁକିଛି ଏବେ ମଧ୍ଯ ଦର୍ଶକଙ୍କ ମନରେ ସତେଜ ଅଛି ।

ଅମିତାଭ ବଚ୍ଚନ ଜିତେନ୍ଦ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି

'ଡନ୍'ର ସଫଳତା ଅମିତାଭ ବଚ୍ଚନଙ୍କ ଖ୍ୟାତିକୁ ଏକ ନୂତନ ସ୍ତରକୁ ନେଇଯାଇଥିଲା । ବଲିଉଡର ସୁପରଷ୍ଟାର ହେବାରେ ଏହି ଫିଲ୍ମର ଯୋଗଦାନ ଥିଲା । ଏଥିପାଇଁ ଅମିତାଭ ପରେ ତାଙ୍କ ବନ୍ଧୁ ଜିତେନ୍ଦ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜିତେନ୍ଦ୍ରଙ୍କୁ ପ୍ରଶଂସା କରି ଅମିତାଭ ବଚ୍ଚନ କହିଥିଲେ ଯେ ସ୍କ୍ରିପ୍ଟକୁ ସେ  ସର୍ବଦା ଭଲରେ ବୁଝି ପାରନ୍ତି ।