Attack to Dharmasala MLA: ଯାଜପୁରରେ ଦୁଇ ଶକ୍ତିଶାଳୀ ରାଜନୀତିକ ଗୋଷ୍ଠୀ ଭିତରେ ସଂଘର୍ଷ ଦେଖାଦେଇଛି। ରାଜ ରାସ୍ତାରେ ଠେଙ୍ଗା, ଖଡ୍ଗ ଧରି ବିଧାୟକଙ୍କୁ ଆକ୍ରମଣ ହୋଇଛି। ଏପରିକି ବିଧାୟକଙ୍କ ସୁନା ଚେନ୍କୁ ଦୁର୍ବୃତ୍ତ ଛିଣ୍ଡାଇ ନେଇ ଯାଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ମାମଲା ରୁଜୁ ହୋଇଛି ଆଉ ଥାନାରେ ପୂର୍ବତନ ବିଧାୟକଙ୍କ ଭାଇଙ୍କୁ ବସିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ।
ଘଟଣା ଅନୁସାରେ ଯାଜପୁର ସହରର ବୁଢ଼ାପୋଲଠାରେ ଏହି ହିଂସାକାଣ୍ଡ ଦେଖିବାକୁ ମିଳିଛି। ଧର୍ମଶାଳା ବିଧା୍ରୟକ କୌଣସି ବୈଂଠକରେ ଯୋଗ ଦେବା ଲାଗି ଯାଉଥିବା ବେଳେ ହଠାତ୍ କିଛି ଯୁବକ ତାଙ୍କ ଉପରକୁ ଢେଙ୍ଗାରେ ଆକ୍ରମଣ କରିବାକୁ ଆସିଥିଲେ। ଏହି ସମୟରେ ବିଧାୟକଙ୍କୁ ଗାଡ଼ି ଭତରେ ଥିବା ଦେଖି ମଧ୍ୟ ସେମାନେ ବିଧାୟକଙ୍କ କାର୍ ଉପରକୁ ଆକ୍ରମଣ କରିବା ସହ ତାଙ୍କ ଚେନ୍ ଛିଣ୍ଡାଇ ନେଇଥିବା ବିଧାୟକ ହିମାଂଶୁ ଶେଖର ସାହୁ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି। ଏପରିକି ତାଙ୍କ ଭାଇ ଏହି ଘଟଣାରେ ସିଧାସଖ ସମ୍ପୃକ୍ତ ଥିବା କୁହାଯାଉଛି।
ଅପରପକ୍ଷେ ପୂର୍ବତନ ବିଧାୟକ ଶ୍ରୀ ଦାସ ଏହି ଘଟଣାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସେ ହୁଅନ୍ତୁ ବା ତାଘଙ୍କ ପରିବାର କେହି ହିଂସାକୁ ବିଶ୍ୱାସ କରନ୍ତି ନାହିଁ। ‘ମୋ ଭାଇ ଏହି ଘଟଣାରେ ସମ୍ପୃକ୍ତ ନାହିଁ। ଏଣୁ ମୁଁ ଭାଇକୁ କହିଛି ସେ ରାତି ସାରା ଥାନାରେ ବସିବ।‘
ଘଟଣା ସମ୍ପର୍କରେ ହିମାଂଶୁ ପୋଲିସ ଆଗରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ”ବୁଧବାର ଡିଡିଏମ୍ଙ୍କ ସହିତ ଥିବା ବୈଠକରେ ଯୋଗଦେବାକୁ ଅଫିସକୁ ଯାଉଥିଲି। ଏତିକିବେଳେ ରାସ୍ତାରେ କିଛି ଲୋକ ରାସ୍ତାରୋକ କରିଥିଲେ। ରାସ୍ତା ବନ୍ଦ ଥିବାରୁ ମୋ ଗାଡ଼ି ସେଠାରେ ଅଟକି ଥିଲା, ଏତିକି ବେଳେ କିଛି ଲୋକ ମୋ ଆଡ଼କୁ ମାଡ଼ି ଆସିଥିଲେ। ସେମାନଙ୍କ ନିକଟରେ ରଡ୍, ଠେଙ୍ଗା ଥିଲା।
ଏଥିରେ ସେମାନେ ମୋ ଗାଡ଼ିକୁ ପିଟିଥିଲେ। ଏହାପରେ ଗାଡ଼ିରେ ମୋତେ ଦେଖି ମୋ ଆଡ଼କୁ ମାଡ଼ି ଆସିଥିଲେ। ସମସ୍ତେ ମିଶି ମୋତେ ପିଟି, ମୋ ଚେନ୍ ଛିଡ଼ାଇ ନେଇଛନ୍ତି। ଆକ୍ରମଣ କରିବା ସମୟରେ ସେମାନେ ବବି ଭାଇ ଜିନ୍ଦାବାଦ୍ କହି ନାରା ଦେଇଥିଲେ।”
ବିଧାୟକଙ୍କୁ ମାଡ଼ ଆକ୍ରମଣର ପ୍ରତିବାଦ କରି ଘଟଣାସ୍ଥଳରେ ଭାଜପା କର୍ମୀମାନେ ରାସ୍ତାରୋକ କରିଛନ୍ତି। ଭିଯୁକ୍ତଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ରାସ୍ତାରୁ ହଟିବୁନି ବୋଲି ସେମାନେ କହିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ କରୁଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛି।