ଗଣମାଧ୍ୟମର ଛାଟ ପରେ Dominosର ଚେତା ଫେରିଲା!
Advertisement
Article Detail0/zeeodisha/odisha1303591

ଗଣମାଧ୍ୟମର ଛାଟ ପରେ Dominosର ଚେତା ଫେରିଲା!

ରବିବାର Dominos ତାର ଆଧିକାରୀକ ଟ୍ୱିଟର ହ୍ୟାଣ୍ଡେଲ @dominos_indiaରେ ଟ୍ୱିଟ କରି କହିଛି ଯେ, ସେମାନେ ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷାକୁ ନେଇ ବିଶ୍ୱ ସ୍ତରୀୟ ପ୍ରଟୋକଲ ପାଳନ କରନ୍ତି। ଆଉ ଏହି ଅପରେସନ୍ ଷ୍ଟାଣ୍ଡାର୍ଡର ଉଲ୍ଲଙ୍ଘନକୁ କମ୍ପାନୀ ସହ୍ୟ କରିବ ନାହିଁ।

ପ୍ରତିକାତ୍ମକ ଫଟୋ

ବେଙ୍ଗାଲୁରୁ: ଲୋକପ୍ରିୟ ପିଜ୍ଜା ବିକ୍ରେତା Dominosର ଏକ ଆଉଟଲେଟରେ ଅପରିସ୍କାର ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ନେଇ ଚର୍ଚ୍ଚା ଚାଲିଛି। ଅଭିଯୋଗର ୨୧ ଦିନ ପରେ କମ୍ପାନୀ ମୁହଁ ଖୋଲିଛି। ସାଧାରଣ ଜନତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉନଥିବା  @dominos_india ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହେବା ପରେ ରବିବାର ସଫେଇ ଦେଇଛି। ମାମଲାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରୋ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଛି।

ରବିବାର Dominos ତାର ଆଧିକାରୀକ ଟ୍ୱିଟର ହ୍ୟାଣ୍ଡେଲ @dominos_indiaରେ ଟ୍ୱିଟ କରି କହିଛି ଯେ, ସେମାନେ ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷାକୁ ନେଇ ବିଶ୍ୱ ସ୍ତରୀୟ ପ୍ରଟୋକଲ ପାଳନ କରନ୍ତି। ଆଉ ଏହି ଅପରେସନ୍ ଷ୍ଟାଣ୍ଡାର୍ଡର ଉଲ୍ଲଙ୍ଘନକୁ କମ୍ପାନୀ ସହ୍ୟ କରିବ ନାହିଁ। ବେଙ୍ଗାଲୁରୁ ଆଉଟଲେଟ ଘଟଣା ଏବେ ତାଙ୍କ ନଜରକୁ ଆସିଛି। ମାମଲାର ତଦନ୍ତ କରାଯାଉଛି ଏବଂ ଏହା ଉପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଏହା ବ୍ୟତୀତ ଗ୍ରାହକଙ୍କ ସୁରକ୍ଷା ପ୍ରତି କୌଣସି ସାଲିସ କରାଯିବ ନାହିଁ ବୋଲି Dominos କହିଛି।

Also Read: Pizza ଖାଉଥିଲେ ସାବଧାନ! ସାମନାକୁ ଆସିଲା ଏମିତି ଦୃଶ୍ୟ

ତେବେ ଘଟଣାର ୨୧ ଦିନ ପରେ କମ୍ପାନୀ ଏହି ପ୍ରତିକ୍ରିୟା ଦେଇଛି। ସାହିଲ କାରନାନି ଗତ ଜୁଲାଇ ୨୪ରେ ତାଙ୍କ ଟ୍ୱିଟର ଆକାଉଣ୍ଟ @sahilkarnany ରେ ଅପରିସ୍କାର ପରିବେଶ ମଧ୍ୟରେ Dominos ପିଜ୍ଜା ତିଆରି କରୁଥିବା ଅଭିଯୋଗ କରିଥିଲେ। କିନ୍ତୁ ଏହାକୁ କମ୍ପାନୀ ଭୃକ୍ଷେପ କରିନଥିଲା। କିନ୍ତୁ ଯେତେବେଳେ ସାହିଲଙ୍କ ଫଟୋ ଭାଇରାଲ ହେଲା ଆଉ ଏହା ଗଣମାଧ୍ୟମରେ ପ୍ରକାଶିତ ହେଲେ ସେତେବେଳେ Dominosର ନିଦ ଭାଙ୍ଗିଲା। ଶେଷରେ ନିଜର ଭାବମୂର୍ତ୍ତିକୁ ସୁରକ୍ଷା ଦେବା ପାଇଁ କମ୍ପାନୀ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି।

 

ସୂଚନାଯୋଗ୍ୟ, ସାହିଲ କାରନାନି ଗତ ଜୁଲାଇ ୨୪ରେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଥିଲେ। ଯହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାହିଲ ଦୁଇଟି ଫୋଟ ସେୟାର କରିବା ସହ ଲେଖିଛନ୍ତି ଯେ, ଦେଖନ୍ତୁ @dominos_india ଆମକୁ କିଭଳି ଫ୍ରେସ ପିଜ୍ଜା ଦେଉଛି। ଏହା ଅତ୍ୟନ୍ତ ଘୃଣାସ୍ପଦ। ଘଟଣାଟି ବେଙ୍ଗାଲୁରୁର ବୋଲି ସାହିଲ ଦାବି କରିବା ସହ ଏଥିରେ @fssaiindia @MoHFW_INDIA @mla_sudhakar @mansukhmandviya ଙ୍କୁ ସେ ଟ୍ୟାଗ କରିଛନ୍ତି।

Also Read: ମାର୍ଟିନ ଗୁପଟିଲ ପୁଣିଥରେ ଭାଙ୍ଗିଲେ ରୋହିତ ଶର୍ମାଙ୍କ ଏହି ବିଶ୍ୱ ରେକର୍ଡ

 ସାହିଲ ସେୟାର କରିଥିବା ଦୁଇଟି ଫଟୋରେ ଏକ ନୈରାଶ୍ୟଜନକ ଦୃଶ୍ୟ ଦେଖିବାକୁ ମିଳୁଛି। କିଛି ଟ୍ରେ'ରେ ପିଜ୍ଜା ପାଇଁ ସାମଗ୍ରୀ ରଖାଯାଇଛି। ଆଉ ସେହି ଖାଦ୍ୟ ସାମଗ୍ରୀ ଉପରେ ଟୋଏଲେଟ ସଫା କରିବା ବ୍ରସ ଓ ଘର ଝାଡିବାକୁ ବ୍ୟବହାର କରାଯାଉଥିବା ଝାଡୁ ଛୁଲୁଛି। ଯାହାକୁ ଦେଖି ସୋସିଆଲ ମିଡିଆ ୟୁଜର୍ସମାନେ Domino’sର ସ୍ୱଚ୍ଛତା ଓ ପରିସ୍କାର ପରିଚ୍ଛନ୍ନତା ଉପରେ ପ୍ରଶ୍ନ ଉଠାଇଛନ୍ତି। ତେବେ ଏହି ଅଭିଯୋଗର ୨୧ ଦିନ ପରେ କମ୍ପାନୀ ପକ୍ଷରୁ ପ୍ରତିକ୍ରିୟା ଆସିଛି।