ଅଧ୍ୟକ୍ଷାଙ୍କ ଇସାରାରେ ଚାଲୁଛି ପୌର ପାଳିକା! କାଉଁସିଲର ଘର ଆଗରେ ଧାରଣା ଦେବେ ସଫେଇ କର୍ମଚାରୀ
Advertisement
Article Detail0/zeeodisha/odisha1209701

ଅଧ୍ୟକ୍ଷାଙ୍କ ଇସାରାରେ ଚାଲୁଛି ପୌର ପାଳିକା! କାଉଁସିଲର ଘର ଆଗରେ ଧାରଣା ଦେବେ ସଫେଇ କର୍ମଚାରୀ

ରବିବାର ମାଁ ମାଣିକେଶ୍ୱରୀ ସଫେଇ କର୍ମଚାରୀ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କର୍ମଚାରୀଙ୍କ ଦାବି ଉପସ୍ଥାପନ କରାଯାଇଛି। ଦାବି ପୂରଣ ନ ହେଲେ ଆଗକୁ କାଉଁସିଲରଙ୍କ ଘର ଆଗରେ ଧାରଣା ଦିଆଯିବ ବୋଲି ସଫେଇ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।

ଡିଜାଇନ୍ ଫଟୋ

କଳାହାଣ୍ଡି: ଭବାନୀପାଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି। ସ୍ଥାୟୀ ନିଯୁକ୍ତି ଦାବିରେ ସଫେଇ କର୍ମଚାରୀ ଧାରଣାକୁ ଓହ୍ଲାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୌର ବିଭାଗ କୌଣସି ପଦକ୍ଷପ ଗ୍ରହଣ କରିନାହିଁ। ଏନେଇ ରବିବାର ମାଁ ମାଣିକେଶ୍ୱରୀ ସଫେଇ କର୍ମଚାରୀ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କର୍ମଚାରୀଙ୍କ ଦାବି ଉପସ୍ଥାପନ କରାଯାଇଛି। ଦାବି ପୂରଣ ନ ହେଲେ ଆଗକୁ କାଉଁସିଲରଙ୍କ ଘର ଆଗରେ ଧାରଣା ଦିଆଯିବ ବୋଲି ସଫେଇ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।

ମାଣିକେଶ୍ୱରୀ ସଫେଇ କର୍ମଚାରୀ ସଂଘ କହିଛି ଯେ, ସୋମବାର ବସିବାକୁ ଥିବା କାଉନସିଲିଂ ବୈଠକରେ କର୍ମଚାରୀଙ୍କ ଦାବିକୁ ଉପସ୍ଥାପନ ନ କଲେ ଆସନ୍ତା ୯ ତାରିଖରେ କାଉନସିଲରଙ୍କ ଘର ସାମ୍ନାରେ କର୍ମଚାରୀମାନେ ଧାରଣାରେ ବସିବେ। ତେଣୁ ଯଥାଶୀଘ୍ର ସମସ୍ତଙ୍କ ଦାବି ପୂରଣ ପାଇଁ ସଂଘର ସଭାପତି ଚିନ୍ମୟ ବେହେରା ଓ ବିଜେପି ମହିଳା ମୋର୍ଚ୍ଚା ସଦସ୍ୟା ବିନିତା ଦାସ ସାମ୍ବାଦିକ ସମ୍ମିଳନୀରେ ମତ ରଖିଥିଲେ।

Also Read: ଧର୍ମଗଡ଼ରେ ଏସିଆର ଦ୍ୱିତୀୟ ସର୍ବବୃହତ ପାରଦ ଲିଙ୍ଗ; ଜାଣନ୍ତୁ, କେମିତି ହୋଇଥିଲେ ଆବିର୍ଭାବ?

ସୂଚନା ଅନୁଯାୟୀ କଳାହାଣ୍ଡି ଭବାନୀପାଟଣା ପୌର ପାଳିକାର ପରିମଳ ବ୍ୟବସ୍ଥା ପାଇଁ ଏକ ଠିକା ସଂସ୍ଥାକୁ ଟେଣ୍ଡର ଦିଆଯାଇଛି। ସମସ୍ତ ସଫେଇ କର୍ମଚାରୀଙ୍କୁ ଟେଣ୍ଡର ପାଇଥିବା ସଂସ୍ଥା ଅଧୀନରେ କାର୍ଯ୍ୟ କରିବା ନେଇ ପୌର ବିଭାଗ ନିଷ୍ପତ୍ତି ନେଇଥିଲା। ସରକାରଙ୍କ ନିୟମ ଅନୁଯାୟୀ ୨୩୦ ଦିନରୁ ଊର୍ଦ୍ଧ୍ବ ଦିନ କାମ କରିଥିବା ସଫେଇ କର୍ମଚାରୀଙ୍କୁ NMR ମାଧ୍ୟମରେ ସ୍ଥାୟୀ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଭବାନୀପାଟଣା ପୌର ବିଭାଗ ଏହି ନିୟମକୁ ଅଣଦେଖା କରୁଛି। ତେଣୁ ସମସ୍ତ କାଉଁସିଲର ଏହାକୁ ବିରୋଧ କରିବା ସତ୍ତ୍ୱେ ମଧ୍ୟ ପୌର ଅଧ୍ୟକ୍ଷା ନିଜ ଇଚ୍ଛାରେ ପୌର ବିଭାଗକୁ ଚଳାଉ ଥିବା ସଫେଇ କର୍ମଚାରୀ ସଂଘ ଅଭିଯୋଗ କରିଥିଲେ।