Shraddha Murder: ପୋଲିସକୁ ମିଳିଲାଣି ୧୮ ଖଣ୍ଡ ହାଡ଼, ପୋଖରୀରେ ଲୁଚିଛି ସବୁ ରହସ୍ୟ
Advertisement
Article Detail0/zeeodisha/odisha1452739

Shraddha Murder: ପୋଲିସକୁ ମିଳିଲାଣି ୧୮ ଖଣ୍ଡ ହାଡ଼, ପୋଖରୀରେ ଲୁଚିଛି ସବୁ ରହସ୍ୟ

Shraddha Murder Update: ଦିଲ୍ଲୀ ମେହରୁଲି ସ୍ଥିତ ଶ୍ରଦ୍ଧା ହତ୍ୟା ମାମଲାକୁ ନେଇ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଆଫତାବକୁ ନିଜ ହେପାଜତରେ ରଖିଛି ଦିଲ୍ଲୀ ପୋଲିସ । ସେପଟେ ଆଫତାବର କହିବାନୁସାରେ, ଦିଲ୍ଲୀ ପୋଲିସ ନିଜ ତଦନ୍ତ ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୮ ଖଣ୍ଡ ଅସ୍ଥି ଉଦ୍ଧାର କରିଛି । ତେବେ ଏହି ଅସ୍ଥି ଶ୍ରଦ୍ଧାଙ୍କର କି ନୁହେଁ, ତାହା ପରୀକ୍ଷା ନିରୀକ୍ଷା ଚାଲିଛି।

Shraddha Murder: ପୋଲିସକୁ ମିଳିଲାଣି ୧୮ ଖଣ୍ଡ ହାଡ଼, ପୋଖରୀରେ ଲୁଚିଛି ସବୁ ରହସ୍ୟ

Shraddha Murder: ସାରା ଦେଶରେ ଚର୍ଚ୍ଚାରେ ବିଷୟ ପାଲଟିଥିବା ଶ୍ରଦ୍ଧା ହତ୍ୟା ମାମଲାରେ ଧିରେ ଧିରେ ପରଦା ହଟିବାରେ ଲାଗିଛି । ତଦନ୍ତ ଜାରି ରଖିଥିବା ଦିଲ୍ଲୀ ପୋଲିସ ଟିମ୍ କ୍ରମାଗତ ଭାବରେ ଶ୍ରଦ୍ଧା ହତ୍ୟା ମାମଲାର ତଦନ୍ତରେ ନିୟୋଜିତ ଅଛନ୍ତି ଏବଂ କ୍ରମାଗତଭାବେ ନୂଆ ଖୁଲାସା ହେଉଛି। ଏହି ମାମଲାରେ ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ଶ୍ରଦ୍ଧାଙ୍କ ଶରୀରର ୧୮ ଟି ହାଡ ଉଦ୍ଧାର କରିଛି। ଦିଲ୍ଲୀର ମେହେରୁଲି, ଛତ୍ରପୁର, ମୈଦାନଗଢି ଏବଂ ଗୁରୁଗ୍ରାମରୁ ଏହି ସବୁ ଅସ୍ଥି ଉଦ୍ଧାର କରାଯାଇଛି। ବର୍ତ୍ତମାନ ଏହି ଅସ୍ଥି ଶ୍ରଦ୍ଧାଙ୍କର କି କି ନୁହେଁ ପୋଲିସ ଜାଣିବାକୁ ଚେଷ୍ଟା କରୁଛି। ଏହା ଜାଣିବା ପାଇଁ ଅସ୍ଥି ଗୁଡିକୁ ଫୋରେନସିକ୍ ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଇଛି ।

ସିବିଆଇର CFSL ଟିମ୍ ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ଉଦ୍ଧାର ହୋଇଥିବା ୧୮ ଟି ଅସ୍ଥିକୁ ଯାଞ୍ଚ କରୁଛି। CFSL ଏକରୁ ଦୁଇ ସପ୍ତାହ ମଧ୍ୟରେ ଏହାର ରିପୋର୍ଟ ଦେଇପାରେ ଏବଂ ରିପୋର୍ଟ ଆସିବା ପରେ ହିଁ ଜଣା ପଡ଼ିବ ଯେ ଏହି ଅସ୍ଥି ମଣିଷଙ୍କର କି ନୁହେଁ। ଦିଲ୍ଲୀ ପୋଲିସ ଏବଂ ସିବିଆଇର ସିଏଫଏସଏଲ (CBI Cfsl Team) ଟିମ୍ ଆଫତାବଙ୍କ ଘରର ଟାଇଲ ମଧ୍ୟରେ ଲାଗିଥିବା ରକ୍ତ ଦାଗକୁ ସଂଗୃହିତ କରିଛନ୍ତି। ଏହା ବ୍ୟତୀତ ପୋଲିସ ଏପର୍ଯ୍ୟନ୍ତ ଅନୁସନ୍ଧାନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ପ୍ରମାଣ ପାଇଛି। ଏହା ସହିତ ଆଫତାବ ଏବଂ ଶ୍ରଦ୍ଧା ଅନେକ ଥର ବ୍ରେକଅପ୍ କରିଥିବା ପୋଲିସ ମଧ୍ୟ କହିଛି। କୁହାଯାଉଛି ଯେ ମୃତ୍ୟୁପୂର୍ବରୁ ଦୁହେଁ ଲିଭଇନ ପାର୍ଟନର ଭାବେ ରହିଆସୁଥିଲେ।

Also Read: Shraddha Murder: ଜାଣନ୍ତୁ କେମିତି ଓ କେଉଁ ପରିସ୍ଥିତିରେ କରାଯାଏ ନାର୍କୋ ଟେଷ୍ଟ

ଦିଲ୍ଲୀ ପୋଲିସ ଦିଲ୍ଲୀ ବ୍ୟତିତ ହିମାଚଳ ପ୍ରଦେଶ ଏବଂ ମୁମ୍ବାଇରେ ଶ୍ରଦ୍ଧା ହତ୍ୟା (Shraddha Murder) ମାମଲାର ଯାଞ୍ଚ କରୁଛି। ହିମାଚଳ ପ୍ରଦେଶରେ ଆଫତାବ ଏବଂ ଶ୍ରଦ୍ଧାଙ୍କ ଟୁରର ଲିଙ୍କ ଯୋଗାଡ କରୁଛି ପୋଲିସ। ଏହା ବ୍ୟତୀତ ମୁମ୍ବାଇରେ ପ୍ରତ୍ୟକ୍ଷଦର୍ଶୀ, ଶ୍ରଦ୍ଧାଙ୍କ ବନ୍ଧୁ ଏବଂ ପରିବାରବର୍ଗଙ୍କ ବୟାନ ନିଆଯାଉଛି। ସାଇବର ସେଲ୍ IFSO ୟୁନିଟ୍, ସାଉଥ୍ ସ୍ପେଶାଲ୍ ଷ୍ଟାଫ୍ ସମେତ ପ୍ରାୟ ୨୦୦ ପୋଲିସ୍ ଶ୍ରଦ୍ଧା ମାମଲାର ତଦନ୍ତରେ ନିୟୋଜିତ ଅଛନ୍ତି।

Also Read: Shraddha Murder Case: ପାଞ୍ଚ ରାଜ୍ୟରେ ପୋଲିସର ତନାଘନା, ମିଳିଲା ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ

ଆଗାମୀ ୪ ଦିନ ଦିଲ୍ଲୀ ପୋଲିସ (Delhi Police) ପାଇଁ ଶ୍ରଦ୍ଧା ହତ୍ୟା ମାମଲାର ଯାଞ୍ଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଆଜି ଅଭିଯୁକ୍ତ ଆଫତାବଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରୁ ତାଙ୍କୁ ୪ ଦିନ ପାଇଁ ରିମାଣ୍ଡରେ ପଠାଯାଇଛି। କୋର୍ଟରେ ଦିଲ୍ଲୀ ପୋଲିସ କହିଛି ଯେ, ଅଫତାବ ଏକ ସ୍କେଚ କରି ଏକ ପୋଖରୀ ବିଷୟରେ ପୋଲିସକୁ କହିଛି। ଏହାବାଦ୍ ପୋଲିସ ୧୮ ମେ ପରେ ଅଫତାବର ମୋବାଇଲ ଫୋନର ଲୋକେସନକୁ ଆଧାର କରି ଏକ ରୁଟ୍ ତିଆରି କରିଛି। ଯାହାର ଆଧାରକୁ ନେଇ ତଲାସି ଅଭିଯାନ ପୋଲିସ ଜାରି ରଖିଛି।