Jharkhand: ବିଜେପି ନେତ୍ରି ସୀମା ପାତ୍ରଙ୍କୁ ୧୪ ଦିନ ପାଇଁ ରିମାଣ୍ଡରେ ନେଲା ଝାଡଖଣ୍ଡ ପୋଲିସ
Advertisement
Article Detail0/zeeodisha/odisha1328580

Jharkhand: ବିଜେପି ନେତ୍ରି ସୀମା ପାତ୍ରଙ୍କୁ ୧୪ ଦିନ ପାଇଁ ରିମାଣ୍ଡରେ ନେଲା ଝାଡଖଣ୍ଡ ପୋଲିସ

Jharkhand: ଝାଡଖଣ୍ଡର (Jharkhand) ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ବିବି ପାତ୍ରଙ୍କ ପତ୍ନୀ ତଥା ନିଲମ୍ବିତ ବିଜେପି ନେତ୍ରି ସୀମା ପାତ୍ରାଙ୍କୁ (Seema Patra) 8 ବର୍ଷ ଧରି ଚାକରାଣୀକୁ ନିର୍ଯାତନା ଦେବା ପାଇଁ ଗିରଫ କରାଯାଇଛି । ଗିରଫ ପରେ ସୀମା ପାତ୍ର କହିଛନ୍ତି ଯେ ମୋତେ ଫସେଇ ଦିଆଯାଇଛି । ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଅଟେ ।

ସୌ: ସୋସିଆଲ ମିଡିଆ

Seema Patra Arrest: ଝାଡଖଣ୍ଡର (Jharkhand) ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ବିବି ପାତ୍ରଙ୍କ ପତ୍ନୀ ତଥା ନିଲମ୍ବିତ ବିଜେପି ନେତ୍ରି ସୀମା ପାତ୍ରାଙ୍କୁ (Seema Patra) 8 ବର୍ଷ ଧରି ଚାକରାଣୀକୁ ନିର୍ଯାତନା ଦେବା ପାଇଁ ଗିରଫ କରାଯାଇଛି । ଗିରଫ ପରେ ସୀମା ପାତ୍ର କହିଛନ୍ତି ଯେ ମୋତେ ଫସେଇ ଦିଆଯାଇଛି । ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଅଟେ । କୁହାଯାଉଛି ଯେ ସୀମା ପାତ୍ର ଜଣେ ୨୯ ବର୍ଷୀୟା ଭିନ୍ନକ୍ଷମ ଆଦିବାସୀ ଝିଅ ୮ ବର୍ଷ ଧରି ଘରେ ବନ୍ଧକ ରଖି ନିର୍ଯାତନା ଦେଇଥିଲେ ।

ପୀଡିତା ସୁନୀତା କହିଛନ୍ତି ତାଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ଦିଆଯାଉ ନ ଥିଲା । ତାଙ୍କୁ ରଡ଼ରେ ପିଟାଯିବା ସହିତ ଗରମ ତାୱାରେ ଚେଙ୍କ ଦିଆଯାଇଥିଲା । ସୁନୀତା କହିଛନ୍ତି ଯେ ସେ ଗୁମଲାର ବାସିନ୍ଦା । ଆରମ୍ଭରୁ ତାଙ୍କୁ ହଇରାଣ କରାଯାଉଥିଲା । ସେ କାମ ଛାଡିବାକୁ ଚାହୁଁଥିଲେ କିନ୍ତୁ ୮ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଘରେ ବନ୍ଧକ କରି ରଖା ଯାଇଥିଲେ । ଯେତେବେଳେ ସେ ଘରକୁ ଯିବାକୁ କହିଥିଲେ, ତାଙ୍କୁ ବହୁତ ମାଡ ମରାଯାଇଥିଲା । ସେ ଅସୁସ୍ଥ ଥିବାବେଳେ ମଧ୍ୟ ତାଙ୍କର ଚିକିତ୍ସା କରାଯାଇ ନଥିଲା ।

ସୁନୀତା କହିଛନ୍ତି ଯେ ଦିନେ ସରକାରୀ କର୍ମଚାରୀ ବିବେକ ଆନନ୍ଦଙ୍କୁ ମୋବାଇଲରେ ମେସେଜ ପଠାଇ ତାଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ସୂଚନା ଦେଇଥିଲେ, ଏହା ପରେ ରାଞ୍ଚି ପୋଲିସ ଓ ଜିଲ୍ଲା ପ୍ରଶାସନ ଟିମ୍ ଅର୍ଗୋରା ଥାନାରେ ଅଭିଯୋଗ ପଞ୍ଜିକରଣ କରି ସୁନୀତାଙ୍କୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ସେ ଚିକିତ୍ସିତ ହେଉଛନ୍ତି ।

ସୀମା ପାତ୍ରଙ୍କ ସ୍ୱାମୀ ମହେଶ୍ୱର ପାତ୍ର ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସଚିବ ଥିବାବେଳେ ସିମା ଜଣେ ବିଜେପି ନେତା ରହି ସାରିଛନ୍ତି । ତାଙ୍କୁ ଦଳ ଦ୍ୱାରା ବେଟି ବାଚାଓ-ବେଟି ପଢ଼ାଓ ଅଭିଯାନର ରାଜ୍ୟର ପ୍ରଦେଶ ସଂଯୋଜକ ମଧ୍ୟ କରିଥିଲା ।

ରାଞ୍ଚିର ଆର୍ଗୋରା ପୋଲିସ ସୀମା ପାତ୍ରଙ୍କ ବିରୋଧରେ ଏସସି-ଏସଟିର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି । ଏହା ସହିତ ଆଇପିସି ଧାରା ଅଧୀନରେ ଏକ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି । ଏଥି ସହିତ ହାଟିଆର ଡିଏସପି ରାଜ ମିତ୍ରଙ୍କୁ ତଦନ୍ତ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଏହାପୂର୍ବରୁ ନ୍ୟାସନାଲ କମିଶନ ଫର ଓମେନ (ଏନସିଡବ୍ଲୁ) ପୂର୍ବତନ ଆଇଏଏସ ଅଧିକାରୀଙ୍କ ପତ୍ନୀଙ୍କୁ ତାଙ୍କ ଘରୋଇ ଚାକରାଣୀକୁ କଥିତ ଭାବେ ହଇରାଣ କରିବା ଅଭିଯୋଗରେ ଗିରଫ କରିବାକୁ ଦାବି କରିଥିଲା । ବର୍ତ୍ତମାନ ପୋଲିସ ତାଙ୍କୁ ୧୪ ଦିନ ପାଇଁ ରିମାଣ୍ଡରେ ନେଇଛି ।

ଏହା ବି ପଢ଼ନ୍ତୁ: ଗର୍ଭବତୀ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଇସ୍ତଫା ଦେଲେ ପର୍ତ୍ତୁଗାଲର ସ୍ୱାସ୍ଥ୍ୟମନ୍ତ୍ରୀ; ଜାଣନ୍ତୁ ମାମଲା

ଏହା ବି ପଢ଼ନ୍ତୁ: Congress crisis: ଜମ୍ମୁ କାଶ୍ମୀରରୁ କଂଗ୍ରେସକୁ ମୂଳ ପୋଛ କରି ନିଶ୍ୱାସ ନେବେ ଗୁଲାମ ନବୀ ଆଜାଦ!