ଛୁଟି ନ ମିଳିବାରୁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍ ନୋଟରେ ମୋଦି-ଯୋଗୀଙ୍କ ନାମ
Advertisement
Article Detail0/zeeodisha/odisha1187239

ଛୁଟି ନ ମିଳିବାରୁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍ ନୋଟରେ ମୋଦି-ଯୋଗୀଙ୍କ ନାମ

ଗଞ୍ଜାମ ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ଜଙ୍ଗଲରେ ମଙ୍ଗଳବାର ଜଣେ ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ କର୍ମଚାରୀ ଜଣକ କେନ୍ଦୁଝର ଜିଲ୍ଲାର ଦୟାନିଧି ମହନ୍ତ ବୋଲି ଚିହ୍ନଟ କରାଯଇଛି। ତାଙ୍କର ବୟସ ପ୍ରାୟ ୩୮ ବର୍ଷ ହେବ। 

ପ୍ରତିକାତ୍ମକ ଫଟୋ

ଗଞ୍ଜାମ: ଭଉଣୀ ବାହାଘର ପାଇଁ ଛୁଟି ନ ମିଳିବାରୁ ଆତ୍ମହତ୍ୟା କଲେ ଡାକ୍ତର, ଛୁଟି ନ ମିଳିବାରୁ ହୃଦଘାତରେ ମୃତ୍ୟୁ ବରଣ କଲେ ଥାନା ଅଧିକାରୀ, ଶାଳକ ବାହାଘରରେ ଯିବା ପାଇଁ ଛୁଟି ନ ମିଳିବାରୁ ଟ୍ରେନ୍‌ ଆଗରେ ଶୋଇଗଲେ ଯୁବକ, ଛୁଟି ଅନୁମତି ନ ମିଳିବାରୁ ଇସ୍ତଫା ଦେଲେ ସିଇଓ। ବିଗତ ଦିନକେ ଏଭଳି ଅନେକ ଘଟଣା ଗଣମାଧ୍ୟମର ଶୀର୍ଷକ ପାଲଟିଛି। ଜବିଶେଷ କରି ଛୁଟି ପାଇଁ ଆମ ଦେଶର ଯବାନଙ୍କ ଜୀବନ ଯାଉଛି। ଏବେ ଏହି ତାଲିକାରେ ଯୋଡି ହୋଇଛନ୍ତି ଆସ୍କାର ଦୟାନିଧି ମହନ୍ତ। 

ଗଞ୍ଜାମ ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ଜଙ୍ଗଲରେ ମଙ୍ଗଳବାର ଜଣେ ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ କର୍ମଚାରୀ ଜଣକ କେନ୍ଦୁଝର ଜିଲ୍ଲାର ଦୟାନିଧି ମହନ୍ତ ବୋଲି ଚିହ୍ନଟ କରାଯଇଛି। ତାଙ୍କର ବୟସ ପ୍ରାୟ ୩୮ ବର୍ଷ ହେବ। ଦୟାନିଧିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେ ଆସ୍କା ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ ଥିଲେ। ଗାଙ୍ଗପୁର ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଦୟାନିଧିଙ୍କ ପାଖରୁ ଏକ ସୁଇସାଇଡ ନୋଟ ମଧ୍ୟ ମିଳିଛି।

Also Read: Gyanvapi Masjid Row: ଶିବଲିଙ୍ଗ ବାହାରିଲା ପରେ ଜଳାଶୟ ସିଲ୍! ମୁସଲିମ୍ ପକ୍ଷ କହିଲେ...

ସୂଚନା ମୁତାବକ ସୋମବାରରାତିରେ ବୁଢ଼ାକେନ୍ଦୁ ରାସ୍ତା ଉପରେ ଅଗ୍ନିଶମ ଗାଡିଟି ରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ମଙ୍ଗଳାବର ସକାଳେ ଅଗ୍ନିଶମ କର୍ମଚାରୀ ଦୟାନିଧି ମହନ୍ତଙ୍କ ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏନେଇ ଗାଙ୍ଗପୁର ପୋଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ। ଭଞ୍ଜନଗର ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଗଛରୁ କାଢିଥିଲେ। ଗାଙ୍ଗପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

fallback

ଘଟଣାସ୍ଥଳରୁ ଗାଡି ଚାବି, ଦୟାନିଧି ମହନ୍ତଙ୍କ ଆଇଡି କାର୍ଡ଼ ସହିତ ଏକ ସୁଇସାଇଡ଼ ନୋଟ ମିଳିଛି। ସୁଇସାଇଡ଼ ନୋଟରେ ନିଜ ପରିବାର ସମ୍ପର୍କରେ ଲେଖିବା ସହ ଆତ୍ମହତ୍ୟ ନିଷ୍ପତ୍ତିର କାରଣ ଲେଖାଯାଇଛି। ରାଜ୍ୟ ସରକାରଙ୍କୁ ଅପାରଗତା ତାଙ୍କ ମୃତ୍ୟୁର କାରଣ ଦର୍ଶାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ  ୟୁପି ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ପୁଅ ଓ ଝିଅ କଥା ବୁଝିବାକୁ ଦୟାନିଧି ତାଙ୍କ ସୁଇସାଇଡ ନୋଟରେ ନିବେଦନ କରିଛନ୍ତି।

Also Read: ନାବାଳିକାଙ୍କୁ Digital Rape ଅଭିଯୋଗରେ ୮୧ ବର୍ଷିୟ ବୃଦ୍ଧ ଗିରଫ

ସୁଇସାଇଡ଼ ନୋଟରେ ଦୟାନିଧି ଲେଖିଛନ୍ତି ଯେ, ସେ ଚାକିରିର ବ୍ୟସ୍ତତା ମଧ୍ୟରେ ଘର ଲୋକଙ୍କୁ ସମୟ ଦେଇପାରୁନଥିଲେ। ଆଉ ଛୁଟି ପାଇଁ ବାରମ୍ବାର ଗୁହାରି କରିବା ପରେ ମଧ୍ୟ ଉଚ୍ଚ ପଦସ୍ତ ଅଧିକାରୀ ତାଙ୍କୁ ଛୁଟି ଦେଉନଥିଲେ। ଓଲଟି ତାଙ୍କୁ ଅନ୍ୟତ୍ର ବଦଳି କରିଦେଉଥିଲେ। ଛୁଟି ନ ମିଳିବାରୁ ପ୍ରଥମେ ନିଜ ମା ଓ ବାପାଙ୍କୁ ହରାଇଥିଲେ। ପୁଣି ଛୁଟି ଅଭାବରୁ ତାଙ୍କ ସ୍ତ୍ରୀଙ୍କୁ ଯଥେଷ୍ଟ ସମୟ ଦେଇନପରିବାରୁ ସେ ଅନ୍ୟ ପୁରୁଷ ସହିତ ଅନୈତିକ ସମ୍ପର୍କ ରଖୁଛନ୍ତି, ତେଣୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି ସୁଇସାଇଟ ନୋଟରେ ଲେଖା ଯାଇଛି। ତେବେ ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ କହିଛି।