ଭାଇରାଲ ଭିଡ଼ିଓଟିରୁ ସ୍ପଷ୍ଟଭାବେ ଜଣାପଡୁଛି ଯେ ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟକ୍ରମ ଚାଲିଛି। ଯେଉଁଠି ଜଣେ କର୍ମୀ ବୋଧ ହୁଏ ନୂଆରେ ଦଳରେ ଯୋଗ ଦେଇଥିଲେ।
Trending Photos
କନ୍ଧମାଳ: ବିଜେଡି କର୍ମୀ ଜାଣିନାହାନ୍ତି କିଏ ପ୍ରଧାନମନ୍ତ୍ରୀ, କିଏ ମଖ୍ୟମନ୍ତ୍ରୀ? ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବାକୁ ଯାଇ ଦଳୀୟ କାର୍ଯ୍ୟକ୍ରମରେ ଜଣେ କର୍ମୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ବୋଲି ସମ୍ବୋଧନ କରିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ଭାଇରାଲ ଭିଡ଼ିଓଟିରୁ ସ୍ପଷ୍ଟଭାବେ ଜଣାପଡୁଛି ଯେ ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟକ୍ରମ ଚାଲିଛି। ଯେଉଁଠି ଜଣେ କର୍ମୀ ବୋଧ ହୁଏ ନୂଆରେ ଦଳରେ ଯୋଗ ଦେଇଥିଲେ। ନଚେତ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିବାକୁ ଯାଇ ଦଳୀୟ କର୍ମୀ ଭୁଲି ଯାଇଛନ୍ତି, ଯେ ପ୍ରଧାନମନ୍ତ୍ରୀ କିଏ ଆଉ ମୁଖ୍ୟମନ୍ତ୍ରୀ କିଏ। ତେବେ ଥରୁଟିଏ ଆପଣ ବି ଭାଇରାଲ ହେଉଥିବା ଏହି ଭିଡ଼ିଓକୁ ଦେଖିନିଅନ୍ତୁ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିହ୍ନି ପାରିଲେନି @bjd_odisha କର୍ମୀ! ମଞ୍ଚରେ କହିଲେ ଏମିତି#ViralVideo #Kandhamal #NaveenPatnaik pic.twitter.com/EXFTSLvLRc
— ZEE Odisha (@ZeeOdisha) November 6, 2021
Also Read: 'ନବୀନ ବାବୁ ଚିଠି ଲେଖା ବନ୍ଦ କରନ୍ତୁ'
ତେବେ କେବେ ଆଉ କେଉଁଠି ଏହି ଦଳୀୟ କାର୍ଯ୍ୟକ୍ରମ ହୋଇଥିଲା ତାହା ଜଣାପଡ଼ିପାରିନାହିଁ। ହେଲେ ବିଜୁଜନତା ଦଳର କର୍ମୀ ଜଣକ ଦଳୀୟ କାର୍ଯ୍ୟକ୍ରମରେ କଣ କହୁଛନ୍ତି? 'ଓଡ଼ିଶାକୁ ୨୧ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶାସନ କରୁଥିବା ମାନ୍ୟବର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଦର୍ଶ, ଲୋକମାନଙ୍କ ପାଇଁ ତାଙ୍କର ତ୍ୟାଗ ଏବଂ ଓଡିଶାକୁ ଏକ ପ୍ରଗତିଶୀଳ, ଗତିଶୀଳ ଓ କ୍ରିୟାଶୀଳ ରାଜ୍ୟରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଛନ୍ତି।'