ରାୟଗଡାରେ ଝାଡ଼ାବାନ୍ତି ଆତଙ୍କ ୫ ମୃତ, ୧୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ
Advertisement
Article Detail0/zeeodisha/odisha1258727

ରାୟଗଡାରେ ଝାଡ଼ାବାନ୍ତି ଆତଙ୍କ ୫ ମୃତ, ୧୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ଶୁକ୍ରବାର ଟିକିରି ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତର ମୃତ୍ୟୁ ହୋଇଛି। ଏହାସହ ୧୫ରୁ ଅଧିକ ଆକ୍ରାନ୍ତ ଟିକିରି ଓ କାଶିପୁର ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ରାୟଗଡାରେ ଝାଡ଼ାବାନ୍ତି ଆତଙ୍କ ୫ ମୃତ, ୧୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ରାୟଗଡ଼ା: କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁବାର ରାତିରେ ଟିକିରିର ଝଡ଼ିଆ ସାହିରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ଶୁକ୍ରବାର ଝଡ଼ଇାସାହିର ଆଉ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଶୁକ୍ରବାର ଟିକିରି ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତର ମୃତ୍ୟୁ ହୋଇଛି। ଏହାସହ ୧୫ରୁ ଅଧିକ ଆକ୍ରାନ୍ତ ଟିକିରି ଓ କାଶିପୁର ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ ଗାଁରେ ଏଯାଏଁ ମେଡିକାଲ୍ ଟିମ୍ ପହଞ୍ଚିପାରିନଥିବା ଅଭିଯୋଗ ହୋଇଛି। 

Also Read: ସନ୍ଦେହରୁ ବିଭତ୍ସ ହତ୍ୟାକାଣ୍ଡ; ସ୍ତ୍ରୀର କଟାମୁଣ୍ଡ ଧରି ଥାନାକୁ ଚାଲିଲା ନାକଫୋଡି

ରାୟଗଡ଼ା ବ୍ଲକ କାଶିପୁର ବ୍ଲକର ଟିକିରି, ଗୋବରିଘାଟି, ଜଲାକୁରା, କାକୁଡିପଦର, ରାଉତଘାଟି, ଦୁଡୁକାବାହାଲ, ବଡ଼ମାରିଭଟ୍ଟା ଆଦି ଗାଁରେ ଝାଡାବାନ୍ତି ବ୍ୟାପିଛି। ସେପଟେ ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ରାୟଗଡ଼ା ସିଡିଏମଓ କହିଛନ୍ତି। ତେବେ କେଉଁ କାରଣରୁ ବ୍ଲକ୍‌ରେ ଝାଡ଼ାବାନ୍ତି ବ୍ୟାପିଛି, ତାହାର କାରଣ ଜଣାପଡ଼ି ନାହିଁ।

fallback