ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆଶା କର୍ମୀଙ୍କୁ କୋରୋନା କିଟ୍ ବଣ୍ଟନ
Advertisement
Article Detail0/zeeodisha/odisha928512

ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆଶା କର୍ମୀଙ୍କୁ କୋରୋନା କିଟ୍ ବଣ୍ଟନ

ଆଗାମୀ ଦିନରେ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଆଶା କର୍ମୀଙ୍କୁ ପ୍ରଦାନ କରାଯିବ କୋରୋନା କିଟ। 

ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆଶା କର୍ମୀଙ୍କୁ କୋରୋନା କିଟ୍ ବଣ୍ଟନ

କନ୍ଧମାଳ: କୋରୋନା ମହାମାରୀ ସମୟରେ ସମୁଖ ଯୋଦ୍ଧା ସାଜି ଗାଁ ଗହଳି ହେଉ ଅଥବା ସହରାଞ୍ଚଳରେ ଲୋକଙ୍କ ଘରକୁ ଘର ଯାଇ ସେବା ଯୋଗାଇ ଆସୁଥିବା ଆଶା କର୍ମୀଙ୍କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କୋରୋନା କିଟ୍ ପ୍ରଦାନ କରାଯାଇଛି। ଯାହା ଫଳରେ ଏଣିକି ଘରକୁ ଘର ବୁଲି ଆଶା କର୍ମୀ ନିଜେ ଅକ୍ସିମିଟର ଏବଂ ଥର୍ମାଲ ସ୍କାନର ସାହାଯ୍ୟରେ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବେ। ଏହା ଦ୍ୱାରା ସ୍ୱାସ୍ଥ୍ୟ ସେବା ସହ ଲୋକଙ୍କ ମଧ୍ୟରେ ରହିଥିବା ଦୂରତା ହ୍ରାସ ପାଇବ। 

କନ୍ଧମାଳ (Kandhamal) ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର (Daringibadi Community Health Centre) ଆଶା କର୍ମୀଙ୍କୁ (Asha Worker) ଶୁକ୍ରବାର ସମ୍ପୂର୍ଣ୍ଣ କୋରୋନା କିଟ୍ (Corona Kit) ପ୍ରଦାନ କରାଯାଇଥିବା ବେଳେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଆଶା କର୍ମୀଙ୍କୁ ଏହା ଯୋଗାଇ ଦିଆଯିବ ବୋଲି କନ୍ଧମାଳ ଜିଲ୍ଲା ସବୁଜବୈଦ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ସ୍ଥିତ ଗୁଞ୍ଜ ଅନୁଷ୍ଠାନର ସହାୟତା କ୍ରମେ ଏହି ସଙ୍ଗଠନ ପକ୍ଷରୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। 

Also Read: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅକ୍ସିଜେନ ପ୍ଳାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ

ଏହି କାର୍ଯ୍ୟକ୍ରମରେ ସଙ୍ଗଠନ ସମ୍ପାଦକ ଦୀନବନ୍ଧୁ ମହାରଣା ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ସ୍ଥାନୀୟ ତହସିଲଦାର କଳାକୃଷ୍ଣ ପ୍ରଧାନ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଯାକେଶ ସାମନ୍ତରାୟଙ୍କ ସମେତ ବିଧାୟକ ପ୍ରତିନିଧି ଦୀପକ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଆଶା କର୍ମୀଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରାଯିବା ସହ ସେମାନଙ୍କୁ କୋରୋନା ସହ ଲଢ଼ିବା ପାଇଁ ଏକ ସମ୍ପୂର୍ଣ୍ଣ କିଟ୍ ପ୍ରଦାନ କରାଯାଇଛି। ଯାହା ସେମାନଙ୍କୁ ସେମାନଙ୍କ କାର୍ଯ୍ୟରେ ବହୁତ ସହାୟକ ହେବା ସହ ଅଧିକରୁ ଅଧିକ ଲୋକଙ୍କ ନିକଟତର ହୋଇ ଆବଶ୍ୟକ ସେବା ଯୋଗାଇବ। 

Also Read: ଜିଲ୍ଲାରେ ହେବ Campaign Mode Vaccination; ସରକାରଙ୍କ ପକ୍ଷରୁ Daily Target ଜାରି

ଆଶା କର୍ମୀଙ୍କୁ ଯୋଗାଇ ଦିଆଯାଇଥିବା କିଟରେ ଅକ୍ସିମିଟର, ଥର୍ମାଲ ସ୍କାନର, ଥର୍ମୋମିଟର, ମାସ୍କ, ଗ୍ଲୋବସ୍, ସାନିଟାଇଜର, ମଲଟିଭିଟାମିନ ବଟିକା ଆଦି ବିଭିନ୍ନ ଜରୁରୀ ଆବଶ୍ୟକୀୟ ସାମଗ୍ରୀ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଆଶା କିଟ୍ (Asha Kit) ପ୍ରଦାନ କରାଯାଇଛି। ଦିଲ୍ଲୀସ୍ଥିତ ଗୁଞ୍ଜ ଅନୁଷ୍ଠାନ ଏବଂ କନ୍ଧମାଳ ଜିଲ୍ଲାର ସବୁଜବୈଦ୍ୟ ସଙ୍ଗଠନର ଏଭଳି ପଦକ୍ଷେପକୁ ବେଶ ପ୍ରଶଂସା କରାଯିବା ସହ ଆଶା କର୍ମୀ ମଧ୍ୟ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।