ଦାରିଙ୍ଗବାଡ଼ିରେ ଜମି ମାଫିଆଙ୍କ ରାଜୁତି; ଗିରଫ ହେଲେ ବାପା ପୁଅ
Advertisement
Article Detail0/zeeodisha/odisha930494

ଦାରିଙ୍ଗବାଡ଼ିରେ ଜମି ମାଫିଆଙ୍କ ରାଜୁତି; ଗିରଫ ହେଲେ ବାପା ପୁଅ

ଜମି ମାଫିଆ ବାପା ପୁଅ ଉକ୍ତ ମହିଳାଙ୍କ ଘର ଭାଙ୍ଗିଦେବା ସହ ସମସ୍ତ ଘରକରଣ ସାମଗ୍ରୀ ଚୋରି କରି ନେଇଯାଇଥିଲେ। 

ଦାରିଙ୍ଗବାଡ଼ିରେ ଜମି ମାଫିଆଙ୍କ ରାଜୁତି; ଗିରଫ ହେଲେ ବାପା ପୁଅ

କନ୍ଧମାଳ: ଜିଲ୍ଲାର ଦାରିଙ୍ଗବାଡ଼ି ଅଞ୍ଚଳରେ ଦେଖିବାକୁ ମିଳିଛି ଜମି ମାଫିଆଙ୍କ ରାଜୁତି। ସରକାରୀ ଜମିକୁ ନିଜ ଅକ୍ତିଆରକୁ ନେବା ପାଇଁ କେତେବେଳେ କାହାକୁ ଆକ୍ରମଣ କରୁଛନ୍ତି ତ ଆଉ କେତେବେଳେ କାହାର ଘର ଭାଙ୍ଗି ଜିନିଷ ପତ୍ର ଚୋରି କରିନେଉଛନ୍ତି ମାଫିଆ। ବିଭିନ୍ନ ସ୍ଥାନରେ ସରକାରୀ ଜମିକୁ ହଡ଼ପ କରିବା ସହ ବିକ୍ରି ମଧ୍ୟ କରାଯାଉଛି। ଏପରି ଜମିକୁ ନେଇ ବିଭିନ୍ନ ସମୟରେ ଗଣ୍ଡଗୋଳ ହୋଇ ଅନେକ ଲୋକ ଥାନାର ଦ୍ୱାରସ୍ଥ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି।   

କନ୍ଧମାଳ (Kandhamal) ଜିଲ୍ଲା ଦାରିଙ୍ଗବାଡ଼ି ଥାନା (Daringbadi Police Station) ଅଧିନସ୍ଥ ଲୋହରା ସାହି ନିକଟରେ ଘଟିଯାଇଛି ଏଭଳି ଘଟଣା। ଯେଉଠି ସରକାରୀ ଜମିକୁ (Govt Land) ନେଇ ଦୁଇ ପକ୍ଷ ଗଣ୍ଡଗୋଳ ହେବା ସହ ଘର ଭାଙ୍ଗି ଲୁଟ୍‌ପାଟ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ଘଟଣାରେ ତୁର୍କୀବାଡ଼ି ଗ୍ରାମର  ଦୁଇ ଜଣ ଜମି ମାଫିଆ ବାପା ପୁଅଙ୍କୁ (Father Son Land Mafia) ଗିରଫ କରି ରବିବାର କୋର୍ଟଚାଲାଣ କରିଥିଲା ଦାରିଙ୍ଗବାଡି ପୋଲିସ। ଗିରଫ ହୋଇଥିବା ଦୁଇ ଜମି ମାଫିଆ ହେଉଛନ୍ତି ବାପା ପୀତବାସ ମାଳବିଷୋୟୀ ଏବଂ ପୁଅ ଆଲୋକ ମାଳବିଷୋୟୀ । 

Also Read: ପଟା ଜମିରେ ସମାଧି ଦେବାକୁ ନେଇ ବିବାଦ

ଏନେଇ ହୋଇଥିବା ଅଭିଯୋଗ ଅନୁସାରେ ଗତ ଏପ୍ରିଲ ମାସ ୨୪ ତାରିଖରେ ଲୋହରା ସାହି ନିକଟରେ ରହିଥିବା ସରକାରୀ ଜମି ଖାତା ନଂ- ୩୬୯, ପ୍ଲଟ ନଂ-୮୫୬ ଉପରେ ଗୌଡ଼ସାହି ଗ୍ରାମର କିଳା ନାୟକ ନାମ୍ନୀ ଜଣେ ମହିଳା ଏକ ଘର କରିଥିବା ବେଳେ ପୀତବାସ ମାଳବିଷୋୟୀ ଏବଂ ତାଙ୍କ ପୁଅ ଆଲୋକ ମାଳବିଷୋୟୀ ଦୁହେଁ ମିଶି ଏହି ଜାଗା ଆମର ବୋଲି କହି ଉକ୍ତ ମହିଳାଙ୍କ ଘର ଭାଙ୍ଗିଦେବା ସହ ସମସ୍ତ ଘରକରଣ ସାମଗ୍ରୀ ଚୋରି କରି ନେଇଯାଇଥିଲେ। 

Also Read: ପଟ୍ଟା ଜମିକୁ ପୁଣି ଦଖଲକୁ ନେଲେ ଗ୍ରାମବାସୀ; ଦଙ୍ଗାର ରୂପ ନେବକି ଶ୍ମଶାନ?

ଏପରିକି ବାପ-ପୁଅ ମିଶି ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଅଶାଳୀନ ଭାଷାରେ ଗାଳିଗୁଳଜ ମଧ୍ୟ କରିଥିଲେ। ଏହା ପରେ କିଳା ନାୟକ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଅଭିଯୋଗ ପାଇବା ପରେ  ମାମଲା ରୁଜୁ କରିଥିଲା ପୋଲିସ। ଥାନାରେ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ଦାଏର ହୋଇଥିବା ନେଇ ଖବର ପରେ ଦୀର୍ଘ ଦିନ ଧରି ଫେରାର ହୋଇଯାଇଥିଲେ ଉଭୟ ବାପା-ପୁଅ। ଗତକାଲି ଉଭୟଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା।