ସାଲେପୁରରେ ପରମ୍ପରା ଅନୁଯାୟୀ ପାଳିଲେ ଗିରି ଗୋବର୍ଦ୍ଧନ ପୂଜା
Advertisement
Article Detail0/zeeodisha/odisha1414941

ସାଲେପୁରରେ ପରମ୍ପରା ଅନୁଯାୟୀ ପାଳିଲେ ଗିରି ଗୋବର୍ଦ୍ଧନ ପୂଜା

ସାଲେପୁର(ଦୀପକ ଦାସ): ଆସ୍ଥା ବିଶ୍ୱାସକୁ ନେଇ କାହିଁ କେଉଁ କାଳରୁ ବୁଣାକାର ସଂପ୍ରଦାୟର ଲୋକମାନେ ପାଳନ କରି ଆସୁଛନ୍ତି ଗିରି ଗୋବର୍ଦ୍ଧନ ପୂଜା। ପ୍ରଭୁ ଶ୍ରୀକୃଷ୍ନଙ୍କ ଗିରି ଗୋବର୍ଦ୍ଧନ ପ୍ରତିମା ପୂଜା ମଣ୍ଡପ ରେ ସ୍ଥାପନା କରି ଆନନ୍ଦ ଉଲ୍ଲାସ ସହକାରେ ସେମାନେ ଏହି ପୂଜା ପାଳନ କରନ୍ତି । କାର୍ତ୍ତିକ ମାସରେ ଏହି ଗିରି ଗୋବର୍ଦ୍ଧନ ପୂଜା

ସାଲେପୁରରେ ପରମ୍ପରା ଅନୁଯାୟୀ ପାଳିଲେ ଗିରି ଗୋବର୍ଦ୍ଧନ ପୂଜା

Giri Gobardhan Puja: ସାଲେପୁର(ଦୀପକ ଦାସ): ଆସ୍ଥା ବିଶ୍ୱାସକୁ ନେଇ କାହିଁ କେଉଁ କାଳରୁ ବୁଣାକାର ସଂପ୍ରଦାୟର ଲୋକମାନେ ପାଳନ କରି ଆସୁଛନ୍ତି ଗିରି ଗୋବର୍ଦ୍ଧନ ପୂଜା। ପ୍ରଭୁ ଶ୍ରୀକୃଷ୍ନଙ୍କ ଗିରି ଗୋବର୍ଦ୍ଧନ ପ୍ରତିମା ପୂଜା ମଣ୍ଡପ ରେ ସ୍ଥାପନା କରି ଆନନ୍ଦ ଉଲ୍ଲାସ ସହକାରେ ସେମାନେ ଏହି ପୂଜା ପାଳନ କରନ୍ତି । କାର୍ତ୍ତିକ ମାସରେ ଏହି ଗିରି ଗୋବର୍ଦ୍ଧନ ପୂଜା ଉତ୍ସବ ଆସିଲେ କଟକ ଜିଲ୍ଲା ସାଲେପୁର ବ୍ଲକ ବାସୁଦେବପୁର ଓ ବଳଭଦ୍ରପୁର ପୁରା ଉତ୍ସବ ମୁଖର ହୋଇଉଠେ । ଗାଁ ରେ ସୃଷ୍ଟି ହୁଏ ଆଧ୍ୟାତ୍ମିକ ବାତାବରଣ । ଯିଏ ଯେଉଁଠାରେ ଥାଅନ୍ତୁନା କାହିଁକି ଏହି ପୂଜା ସମୟରେ ଗାଁ କୁ ଚାଲି ଆସିଥାନ୍ତି । ପିଠା ପଣା ବନ୍ଧୁ ବାନ୍ଧବ ସାଙ୍ଗକୁ ଘରେ ଘରେ ଖୁସିର ମୁହୂର୍ତ୍ତ ରହିଥାଏ । 

ମଣ୍ଡପରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଗିରି ଗୋବର୍ଦ୍ଧନ ବେଶରେ ପୂଜାର୍ଚ୍ଚନା କରାଯାଉଛି। ପୂଜା ମଣ୍ଡପ ସମ୍ମୁଖରେ ଏକାଠି ହୋଇଥିବା ଏମାନେ ହେଲେ ସମସ୍ତେ ଏଠାକାର ବୁଣାକାର ସଂପ୍ରଦାୟର ଲୋକେ। ଘରେ ଘରେ ସେମାନେ କଳସ ବସାଇ ଘରଦ୍ୱାର ଲିପାପୋଛା ପରିସ୍କାର ପରିଚ୍ଛନ୍ନ କରି ଘରେ ଥିବା ତନ୍ତୁକୁ ପୂଜା କରିବାପରେ ପୂଜା ମଣ୍ଡପରେ ଏକାଠି ହେଉଛନ୍ତି ଆଉ ଭଜନ କୀର୍ତ୍ତନ କରି ଇଷ୍ଟଦେଵ ଙ୍କୁ ଆରାଧନା କରିବାକୁ । 7ଦିନ ଧରି ଗାଁର ପ୍ରତ୍ୟକ ପୂଜା ମଣ୍ଡପ ମାନଙ୍କରେ ଏଭଳି  ପୂଜା ଅର୍ଚ୍ଚନା ଚାଲିଥାଏ ।  ଏନେଇ ଗାଁ ରେ ଭାଇଚରା ସୃଷ୍ଟି ହେବାସହ ଆଧ୍ୟାତ୍ମିକ ବାତାବରଣ ସମସ୍ତ ଙ୍କ ମନରେ ଭିନ୍ନ ଏକ ଅନୁଭବ ସୃଷ୍ଟି କରେ । 

କିମ୍ବଦନ୍ତୀ କୁହେ ଦ୍ୱାପର ଯୁଗରେ ଯେତେବେଳେ ଦେବରାଜ ଇନ୍ଦ୍ର ଗୋପପୁର ବାସୀ ଙ୍କ ଉପରେ କୋପ କରିଥିଲେ ଏବଂ ରାଗିଯାଇ ପ୍ରବଳ ବୃଷ୍ଟିପାତ କରିକରିଥିଲେ ସେତେବେଳେ ଗୋପପୁର ବାସୀ ଙ୍କୁ ଇନ୍ଦ୍ର ଙ୍କ କୋପରୁ ରକ୍ଷା କରିବାକୁ ଯାଇ ପ୍ରଭୁ ଶ୍ରୀ କୃଷ୍ଣ ଗୋବର୍ଦ୍ଧନ ପାହାଡ଼ କୁ ନିଜ ବାମ ହସ୍ତ କାଣି ଆଙ୍ଗୁଳି ରେ ଟେକି ଗୋପପୁର ବାସୀ ଙ୍କୁ ଇନ୍ଦ୍ରଙ୍କ କୋପରୁ ରକ୍ଷା କରି ଇନ୍ଦ୍ର ଙ୍କ ଅହଂକାର କୁ ଖଣ୍ଡନ କରିଥିଲେ । ସେଥିଲାଗି କାହିଁ କେତେ କାଳରୁ ଏହି ବୁଣାକାର ସଂପ୍ରଦୟାର ଲୋକେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ନିଜ ଇଷ୍ଟଦେଵ ଭାବେ ବିବେଚନା କରି ଏହି ଗିରି ଗୋବର୍ଦ୍ଧନ ରୂପ  କୁ ପୂଜା ମଣ୍ଡପରେ ସ୍ଥାପନା କରି  ଧୁମ ଧାମ ରେ ଏହି ଉତ୍ସବ  ପାଳନ କରି ଆସୁଛନ୍ତି ।  ତେବେ ଉଭୟ ବଳଭଦ୍ରପୁର ଓ ବାସୁଦେବପୁର ଗାଁ ରେ ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ 16 ଟି ପୂଜା ମଣ୍ଡପରେ ଆନନ୍ଦ ଉଲ୍ଲାସ ରେ  ଗିରି ଗୋବର୍ଦ୍ଧନ ପୂଜା କରାଯାଉଛି । 

କରୋନା କଟକଣା ପାଇଁ ଗତ ଦୁଇ ବର୍ଷ ହେବ ଏହି ଗିରି ଗୋବର୍ଦ୍ଧନ ପୂଜା ଉତ୍ସବ ଟିକିଏ ଫିକା ପଡିଯାଇଥିଲା ଚଳିତ ବର୍ଷ କଟକଣା ମୁକ୍ତ ହୋଇଛି ଏହି ପୂଜା । ସେଥିଲାଗି ଭାଷାଣି ଉତ୍ସବ ବେଶ ଧୁମ ଧାମ ରେ ହେବ ବୋଲି ଆଶାବାଦୀ ସମସ୍ତ ଗ୍ରାମବାସୀ ।