କଳାହାଣ୍ଡିର ଧର୍ମଗଡରେ ଥମୁନି ଶିଳ୍ପ ତାଲିମ କେନ୍ଦ୍ରକୁ ନେଇ ବିବାଦ
Advertisement
Article Detail0/zeeodisha/odisha1207161

କଳାହାଣ୍ଡିର ଧର୍ମଗଡରେ ଥମୁନି ଶିଳ୍ପ ତାଲିମ କେନ୍ଦ୍ରକୁ ନେଇ ବିବାଦ

ଧର୍ମଗଡ଼, ବ୍ରଜେଶ ପଣ୍ଡା : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡରେ ପ୍ରସ୍ତାବିତ ଶିଳ୍ପ ତାଲିମ କେନ୍ଦ୍ର ( ଆଇଟିଆଇ ) କୁ ନେଇ ଏବେ ବିବାଦ ଦେଖାଦେଇଛି । ତିନିଦିନ ମଧ୍ୟରେ ଦୁଇଟି ସରକାରୀ ନିର୍ଦ୍ଦେଶନାମା ଏହି ବିବାଦ ନିଆଁରେ ଘିଅ ଢାଳିଲା ଭଳି କାମ କରିଥିବା ଅଭିଯୋଗ ହୋଇଛି । ପ୍ରସ୍ତାବିତ ଆଇଟିଆଇକୁ ନେଇ ଏବେ ବିବାଦ ଦେଖାଦେଇଛି । ଏହାକୁ ନେଇ ଆଜି ଧର୍ମଗଡ଼ ଡେଭଲପମେଣ୍ଟ ଫୋରମ ଜିଲ୍ଲାପାଳ ର ଦ୍ୱାରାସ୍ତ ହୋଇଛି । ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେଲେ ଆନ୍ଦୋଳନ ର ଚେତାବନୀ ଦେଲେ ଧର୍ମଗଡ଼ ଡେଭଲପମେଣ୍ଟ ଫୋରମ

କଳାହାଣ୍ଡିର ଧର୍ମଗଡରେ ଥମୁନି ଶିଳ୍ପ ତାଲିମ କେନ୍ଦ୍ରକୁ ନେଇ ବିବାଦ

ସୂଚନା ମୁତାବକ ଧର୍ମଗଡ଼ରେ ଆଇଟିଆଇ ସ୍ଥାପନ ପାଇଁ ଜାଗା ନିରୁପଣ ସହ ଟେଣ୍ଡର ପ୍ରକ୍ରିୟା ସରି ଯାଇଛି । ଭଚୁଆଲ ମୋଡ଼ରେ ଏହାର ଶିଳାନ୍ୟାସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କରି ସାରିଛନ୍ତି । ତେବେ ମଇ ୩୧ ତାରିଖରେ ଓଡ଼ିଶା ସରକାରଙ୍କ ସ୍କିଲ ଡେଭଲପ୍‌ମେଣ୍ଟ ଆଣ୍ଡ ଟେକ୍ନୋନିକାଲ ଏଜୁକେସନ ବିଭାଗ ହଠାତ ଏହି ଆଇଟିଆଇକୁ ଧର୍ମଗଡ଼ରୁ କୁନାଗଡ଼କୁ ସ୍ଥାନାନ୍ତର ପାଇଁ ସରକାରୀ ଚିଠି ଆସିଥିବା ଜଣାପଡ଼ିଥିଲା । ଜୁନାଗଡ଼ ମଡେଲ ଡିଗ୍ରୀ କଲେଜରେ ଏହି ଆଇଟିଆଇ ହେବ ବୋଲି ଉଲ୍ଲେଖ ରହିଥିଲା । ଏହାପରେ ଧର୍ମଗଡ଼ ବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏନେଇ ଆଜି ସ୍ଥାନୀୟ ଖେଳ ପଡ଼ିଆରେ ଏକ ଜରୁରୀ ବୈଠକ ବସିଥିଲା । ଦଳ ମତ ନିର୍ବିଶେଷରେ ସହରବାସୀ ଏକତ୍ର ହୋଇ ସରକାରୀ ନିଷ୍ପଭିକୁ ବିରୋଧ କରିଥିଲେ । 

ଧର୍ମଗଡ଼ ଏନ୍‌ଏସି ଅଧ୍ୟକ୍ଷ ଅଶୋକ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା , ରାଜନୈତିକ ଦଳର ପ୍ରତିନିଧ୍ଵ , ବୁଦ୍ଧିଜୀବୀ , ଆଇନଜୀବୀ , ସାମ୍ବାଦିକଙ୍କ ସମେତ ଶତାଧିକ ବ୍ୟକ୍ତି ବିଶେଷ ଉପସ୍ଥିତ ଆଇଟିଆଇ ସ୍ଥାନାନ୍ତରକୁ ବିରୋଧ କରିଥିଲେ । ବିଭିନ୍ନ ସମୟରେ ଧର୍ମଗଡ଼ ପ୍ରତି ସରକାରୀ ଅବହେଳାକୁ କଟୁ ସମାଲୋଚନା କରିଥିଲେ । ପରେ ୨ ଜୁନ ସନ୍ଧ୍ୟା ରେ ସରକାର ପକ୍ଷରୁ ଆଉ ଜୁନାଗଡ଼ ରେ ଥିବା ଆଟିଆଇ ପୁଣିଥରେ ଧର୍ମଗଡ଼ ରେ ହେବ ବୋଲି ଏକ ନୋଟିସ ଜାରି ହୋଇଛି । ଯେହେତୁ ଆଘରୁ ମଧ୍ୟ ନୋଟିସ ହୋଇ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିଲା ସେହି ଜିନିଷ ପୁଣିଥରେ ନହେଉ ଏଵଂ ଯଦି ୭ ଦିନ ମଧ୍ୟ ରେ ନିର୍ମାଣ କାର୍ଯ୍ୟଆରମ୍ଭ ନହୁଏ ତେବେ ଧର୍ମଗଡ଼ ଡେଭଲପମେଣ୍ଟ ଫୋରମ ଆନ୍ଦୋଲନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଙ୍କୁ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ ଜରିଆରେ ଏକ ଚିଠି ପ୍ରଦାନ କରିଛନ୍ତି ।