Khordha: ଗର୍ଭବତୀ ନଥାଇ ଚାଲିଥିଲା ଚିକିତ୍ସା; କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି, ଜାଣନ୍ତୁ ପୁରା ଘଟଣାକ୍ରମ
Advertisement
Article Detail0/zeeodisha/odisha1640395

Khordha: ଗର୍ଭବତୀ ନଥାଇ ଚାଲିଥିଲା ଚିକିତ୍ସା; କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି, ଜାଣନ୍ତୁ ପୁରା ଘଟଣାକ୍ରମ

Jatni News: ଏହି ଘଟଣାରେ ଲିଖିତ ଅଭିଯୋଗ କରିବାକୁ  ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ରିପୋର୍ଟ୍ ଦାଖଲ କରାଯିବା ପରେ ଏହି ଘଟଣାରେ ଏକ ତଦନ୍ତ କରାଯିବ। ଯାହାର ଭୁଲ ରହିଥିବ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଚିକିତ୍ସା ଅଧିକାରୀ। 

Khordha: ଗର୍ଭବତୀ ନଥାଇ ଚାଲିଥିଲା ଚିକିତ୍ସା; କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି, ଜାଣନ୍ତୁ ପୁରା ଘଟଣାକ୍ରମ

Jatni Community Health Centre: ରାଜଧାନୀ ଭୁବନେଶ୍ବର ଉପକଣ୍ଠସ୍ଥ ଜଟଣୀ ସହରରେ ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର। ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କଥା। ଜଣେ ଦିବ୍ୟାଙ୍ଗ ମହିଳା ଗର୍ଭବତୀ ନଥାଇ ୮ ମାସ ହେବ ତାଙ୍କର ଚାଲିଥିଲା ଗର୍ଭବତୀ ଚିକିତ୍ସା। ପୁରା ଘଟଣାକ୍ରମ ଜାଣିଲେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ। ଦେଖନ୍ତୁ ଏହି ସ୍ୱତନ୍ତ୍ର ଉପସ୍ଥାପନା।

ଜଟଣୀ ଗଜପତି ନଗର ଅଞ୍ଚଳରେ (Jatni Gajapati Nagar Area) ରୁହନ୍ତି ଦିବ୍ୟାଙ୍ଗ ମହିଳା ସ୍ୱର୍ଣ୍ଣଲତା ସାହୁ। ଯିଏକି ଜନ୍ମରୁ ମୂକ ବଧିର। ଆଉ ତାଙ୍କ ସ୍ଵାମୀ ହେଉଛନ୍ତି ଦିନ ମଜୁରିଆ। ତାଙ୍କର ଦୁଇଟି ଝିଅ ମଧ୍ଯ ଅଛନ୍ତି। କିଛି ମାସ ପୂର୍ବରୁ ତାଙ୍କର ଋତୁସ୍ରାବ ବନ୍ଦ ହୋଇଯାଇଥିଲା। ଯେଉଁ କାରଣରୁ ତାଙ୍କୁ ସ୍ଥାନୀୟ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ (Jatni Community Health Centre) ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଗର୍ଭବତୀ ରହିଥିବାର କହିଥିଲେ। ସେବେଠାରୁ ଆଜକୁ ୮ ମାସ ହେବ ଗର୍ଭବତୀଙ୍କୁ ଯେପରି ସେବା ଯୋଗାଇ ଦିଆଯାଏ, ତାଙ୍କୁ ସେପରି ସେବା ଯୋଗାଇ ଦିଆଯାଉଥିଲା।

ହେଲେ କୌଣସି କାରଣରୁ ସ୍ୱର୍ଣ୍ଣଲତା ସାହୁଙ୍କ ମାଆ ଟିକିନାଙ୍କ ସନ୍ଦେହ ହେବାରୁ ସେ ସ୍ଥାନୀୟ ଏକ ଘରୋଇ କ୍ଲିନିକ୍ ଠାରେ ଅଲଟ୍ରା ସାଉଣ୍ଡ କରିଥିଲେ। ହେଲେ ଅଲଟ୍ରା ସାଉଣ୍ଡ ରିପୋର୍ଟ ଆସିବା ପରେ ସ୍ୱର୍ଣ୍ଣଲତାଙ୍କ ମାଆ ଟିକିନା ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ତାଙ୍କ ଝିଅ ଗର୍ଭବତୀ ନଥିବା ଜାଣିବାକୁ ପାଇଥିଲେ। ହେଲେ ଏବେ ପ୍ରଶ୍ନ ଉଠୁଛି ଯେ ରାଜଧାନୀ ଭୁବନେଶ୍ବର ଉପକଣ୍ଠସ୍ଥ ଅଞ୍ଚଳରେ ଯଦି ଏପରି ସ୍ୱାସ୍ଥ୍ୟ ସେବାର ଅବସ୍ଥା ଏଭଳି ରହିଛି, ତାହେଲେ ରାଜ୍ୟର ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥା କିପରି ଥିବ ତାହା ଏଥିରୁ ସହଜରେ ଅନୁମାନ କରାଯାଇ ପାରିବ। 

ସ୍ୱର୍ଣଲତା ସାହୁଙ୍କ ସ୍ଵାମୀ ବାହାରେ ରହି ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ହେଲେ ଯେତେବେଳେ ତାଙ୍କ ସ୍ୱାମୀ ଘରକୁ ଫେରିଲେ, ସେତେବେଳେ ସେ ଏହି ସବୁ ଘଟଣା ବିଷୟରେ ସ୍ଥାନୀୟ ସମାଜ ସେବୀ ତନ୍ମୟ ପଣ୍ଡାଙ୍କୁ ଜଣାଇଥିଲେ। ସ୍ୱର୍ଣଲତାଙ୍କ ମାଆ ଏବଂ ସ୍ଵାମୀଙ୍କୁ ସାଙ୍ଗରେ ନେଇ ସମାଜସେବୀ ତନ୍ମୟ ପଣ୍ଡା ସହ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସାକ୍ଷାତ କରିଥିଲେ। ମୁଖ୍ୟ ଚିକିତ୍ସା ଅଧିକାରୀ ଜିତେନ୍ଦ୍ର ପଣ୍ଡା ସମସ୍ତ ରିପୋର୍ଟ ଦେଖିବା ପରେ ତ୍ରୁଟି ରହିଥିବାର ଜାଣିବାକୁ ପାଇଥିଲେ। 

ଏନେଇ ଏକ ଲିଖିତ ଅଭିଯୋଗ କରିବାକୁ ଡାକ୍ତର ଜିତେନ୍ଦ୍ର ପଣ୍ଡା ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ରିପୋର୍ଟ୍ ଦାଖଲ କରାଯିବା ପରେ ଏହି ଘଟଣାରେ ଏକ ତଦନ୍ତ କରାଯିବ। ଯାହାର ଭୁଲ ରହିଥିବ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟ ଚିକିତ୍ସା ଅଧିକାରୀ। ସେ ଯାହା ହେଉ ନା କାହିଁକି ସ୍ବର୍ଣ୍ଣଲତା ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କୁ ଉଚିତ କ୍ଷତିପୂରଣ ଦେବା ସହ ତାଙ୍କୁ ଚିକିତ୍ସା କରୁଥିବା ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।