Odisha Conjoined Twin: ଫିଟ୍ ରହିବାକୁ ଜଗାର ଜଗିଂ, ପ୍ରତିଦିନ ଚାଲୁଛି ଦୁଇ କିଲୋମିଟର
Advertisement
Article Detail0/zeeodisha/odisha1331768

Odisha Conjoined Twin: ଫିଟ୍ ରହିବାକୁ ଜଗାର ଜଗିଂ, ପ୍ରତିଦିନ ଚାଲୁଛି ଦୁଇ କିଲୋମିଟର

ଡାକ୍ତରଙ୍କ ମରାମର୍ଶ ଅନୁସାରେ ଜଗା ମର୍ନିଂ ୱାକ୍‌ରେ କରୁଛି ବୋଲି ବାପା ଭୁଆଁ କହଁର କହିଛନ୍ତି। ସେ ପ୍ରତିଦିନ ସକାଳେ ଦୁଇ କିଲୋମିଟର ଚାଲୁଛି। ପ୍ରତିଦିନ ଚାଲିବା ଓ ଫିଟ୍ ରହିବା ନିହାତି ଜରୁରୀ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି। ତେଣୁ ଜଗା ସବୁଦିନ ସୂର୍ଯ୍ୟୋଦୟ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରି ଜଗନ୍ନାଥ ମନ୍ଦିର ଛକ ଦେଇ ସାର୍ଭାଗୁଡ଼ା ପର୍ଯ୍ୟନ୍ତ ମଣ୍ଡିଂ ୱାକ୍‌ରେ ଯାଇ ଫେରୁଛି। 

Odisha Conjoined Twin: ଫିଟ୍ ରହିବାକୁ ଜଗାର ଜଗିଂ, ପ୍ରତିଦିନ ଚାଲୁଛି ଦୁଇ କିଲୋମିଟର

Odisha Conjoined Twin, କନ୍ଧମାଳ: ବହୁଚର୍ଚ୍ଚିତ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ନିଜକୁ ଫିଟ୍ ରଖିବାକୁ ପ୍ରତିଦିନ ଦୁଇ କିଲୋମିଟର ଚାଲୁଛି। ଜଗା ପ୍ରତ୍ୟହ ସୂର୍ଯ୍ୟୋଦୟ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରି ଜଗନ୍ନାଥ ମନ୍ଦିର ଛକ ଦେଇ ସାର୍ଭାଗୁଡ଼ା ପର୍ଯ୍ୟନ୍ତ ମଣ୍ଡିଂ ୱାକ୍‌ରେ ଯାଇ ଫେରୁଛି। ତା’ ସହିତ ବାପା ଭୁଆଁ କହଁର ମଧ୍ୟ ମର୍ନିଂ ୱାକ୍‌ରେ ଯାଉଛନ୍ତି। ନିଜକୁ ସୁସ୍ଥ ରଖିବାକୁ ହେଲେ ଜଗାକୁ ପ୍ରତିଦିନ ଚାଲିବା ଓ ଫିଟ୍ ରହିବା ନିହାତି ଜରୁରୀ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି। 

ଡାକ୍ତରଙ୍କ ମରାମର୍ଶ ଅନୁସାରେ ଜଗା ମର୍ନିଂ ୱାକ୍‌ରେ କରୁଛି ବୋଲି ବାପା ଭୁଆଁ କହଁର କହିଛନ୍ତି। ସେ ପ୍ରତିଦିନ ସକାଳେ ଦୁଇ କିଲୋମିଟର ଚାଲୁଛି। ପ୍ରତିଦିନ ଚାଲିବା ଓ ଫିଟ୍ ରହିବା ନିହାତି ଜରୁରୀ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି। ତେଣୁ ଜଗା ସବୁଦିନ ସୂର୍ଯ୍ୟୋଦୟ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରି ଜଗନ୍ନାଥ ମନ୍ଦିର ଛକ ଦେଇ ସାର୍ଭାଗୁଡ଼ା ପର୍ଯ୍ୟନ୍ତ ମଣ୍ଡିଂ ୱାକ୍‌ରେ ଯାଇ ଫେରୁଛି। ଗତ ୨୦୨୧ ମାର୍ଚ୍ଚ ୨୩ ତାରିଖରେ ଜଗା କଟକ ଏସ୍‌ସିବି ମେଡିକାଲ୍‌ରୁ ଡିସ୍‌ଚାର୍ଜ ହୋଇ ଫୁଲବାଣୀ ଫେରିଥିଲା। ଏବେ ସେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଶିଶୁ ସ୍ଵାସ୍ଥ୍ୟ ୟୁନିଟ୍‌ର ସ୍ବତନ୍ତ୍ର କ୍ୟାବିନ୍‌ରେ ରହୁଛି। 

Also Read: ଶାଶୁ-ବୋହୂଙ୍କ ପାଇଁ ଶିବିର ଆୟୋଜନ କରିବେ ଓଡ଼ିଶା ସରକାର, ଫ୍ୟାମିଲି ପ୍ଲାନିଂ ଉପରେ ଦିଆଯିବ ଜ୍ଞାନ

ଡାକ୍ତରଙ୍କ କହିଛନ୍ତି ଯେ, ଜଗାର କୌଣସି ପ୍ରକାର ସ୍ବାସ୍ଥ୍ୟଗତ ଜଟିଳତା ନାହିଁ। ସେ କେବଳ ଡାକ୍ତରଙ୍କ ତତ୍ତ୍ବାବଧାନରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ରହୁଛି। ସେପଟେ ହେଲମେଟ୍ ଖରାପ ହୋଇଗଲାଣି ଏହାକୁ ବଦଳାଇବା ଦରକାର ଅଛି। ଜଗାର ସ୍ଵାସ୍ୱ୍ୟାବସ୍ଥା ସ୍ବାଭାବିକ ରହିଛି। ସେ ମୋବାଇଲ୍ ଧରି ଖେଳୁଛି ଏବଂ ପ୍ରତିଦିନ ବୁଲାବୁଲି କରୁଛି ବୋଲି ଭୁଆଁ କହିଛନ୍ତି। ଜଗାର ସ୍ଵାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ ମଧ୍ୟ କହିଛନ୍ତି। 

ଉଲ୍ଲେଖଯୋଗ୍ୟ, ଗତ ୨୦୧୫ ଏପ୍ରିଲ୍ ୯ ତାରିଖରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆ ଜନ୍ମଗ୍ରହଣ କରିଥିଲେ। ୨୦୧୭ରେ ସରକାରୀ ଖର୍ଚ୍ଚରେ ଦିଲ୍ଲୀ ଏମ୍‌ସ୍‌ରେ ଯୋଡ଼ାମୁଣ୍ଡ ଅଲଗା ହେବାପରେ ଦୀର୍ଘ ୪ ବର୍ଷରୁ ଅଧିକ ସମୟ ଧରି ଜଗା ଓ ବଳିଆ ଚିକିତ୍ସାଧୀନ ରହିଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ୨୫ ନଭେମ୍ବର ୨୦୨୦ରେ ବଳିଆର ମୃତ୍ୟୁ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ପ୍ରାୟ ୪୫ ଘଣ୍ଟାର ସର୍ଜରୀ ପରେ ଜଗା-ବଳିଆଙ୍କ ଯୋଡାମୁଣ୍ଡକୁ ଅଲଗା କରିବାରେ ଦିଲ୍ଲୀ ଏମ୍ସର ଡାକ୍ତରମାନେ ସଫଳ ହୋଇଥିଲେ।

Also Read: Bhubaneswar Murder Case: ପ୍ରଥମେ ଧାରୁଆ ଅସ୍ତ୍ର, ତା ପରେ ଠେଙ୍ଗାରେ ପିଟି ପିଟି ନେଇଗଲେ ଜୀବନ.

ଜଗା-ବଳିଆଙ୍କ ସର୍ଜରୀ ଲିମକା ବୁକ୍ ଅଫ ରେକର୍ଡରେ ସାମିଲ ହୋଇଛି। ଏଥିରେ ୧୨୫ ଜଣ ଡାକ୍ତର ଓ ପାରାମେଡିକାଲ ଟିମ ସାମିଲ ଥିଲେ। ଡାକ୍ତରଙ୍କ କହିବା ଅନୁସାରେ, ତିରିଶ ଲକ୍ଷ ଯୋଡାମୁଣ୍ଡ ମାମଲାରେ ଗୋଟିଏ ସର୍ଜରୀ ସଫଳ ହୋଇଥାଏ। ଗତ ୩୩ ବର୍ଷରେ ଏଭଳି ସର୍ଜରୀ କେବଳ ୧୨ରୁ ୧୩ଟି ହୋଇଥିବା କୁହାଯାଉଛି। ଜଗା-ବଳିଆର ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ କୋଟିଏ ଟଙ୍କା ଖର୍ଚ୍ଚ କରାଯାଇଥିଲା।