Keonjhar News: କେନ୍ଦୁଝର ଠାରେ ଥିବା ଅଟେଇ ସଂରକ୍ଷିତ ଜଙ୍ଗଲରେ (Atei Reserve Forest)ବିରଳ ପ୍ରଜାତିର ବହୁ ବନ୍ୟପ୍ରାଣୀ ଟ୍ରାପ କ୍ୟାମେରାରେ ଠାବ କରାଯାଇଛି । ଏଠାରେ ଏକ ବିରଳ ପ୍ରଜାତିର ଗୟଳ (Bison), ଚଉସିଂଘା (Chousingha), ଇଣ୍ଡିଆନ ଗ୍ରୀନ ଉଲ୍ଫ ଆଦି ମଧ୍ୟ ଠାବ କରାଯାଇଛି । ପୂର୍ବରୁ ଏହି ରେଞ୍ଜରେ ଏକ ମହାବଳ ବାଘ ଠାବ କରାଯିବା ପରେ ଏହି ସଂରକ୍ଷିତ ଜଙ୍ଗଲର ବିଭିନ୍ନ ସ୍ଥାନରେ ୫୫ଟି ଟ୍ରାପ କ୍ୟାମେରା ଲଗାଯାଇଥିଲା ।
Trending Photos
(କେନ୍ଦୁଝର ,ଅଭୟ ମହାନ୍ତି) Keonjhar News: କେନ୍ଦୁଝର ଠାରେ ଥିବା ଅଟେଇ ସଂରକ୍ଷିତ ଜଙ୍ଗଲରେ (Atei Reserve Forest)ବିରଳ ପ୍ରଜାତିର ବହୁ ବନ୍ୟପ୍ରାଣୀ ଟ୍ରାପ କ୍ୟାମେରାରେ ଠାବ କରାଯାଇଛି । ଏଠାରେ ଏକ ବିରଳ ପ୍ରଜାତିର ଗୟଳ (Bison), ଚଉସିଂଘା (Chousingha), ଇଣ୍ଡିଆନ ଗ୍ରୀନ ଉଲ୍ଫ ଆଦି ମଧ୍ୟ ଠାବ କରାଯାଇଛି । ପୂର୍ବରୁ ଏହି ରେଞ୍ଜରେ ଏକ ମହାବଳ ବାଘ ଠାବ କରାଯିବା ପରେ ଏହି ସଂରକ୍ଷିତ ଜଙ୍ଗଲର ବିଭିନ୍ନ ସ୍ଥାନରେ ୫୫ଟି ଟ୍ରାପ କ୍ୟାମେରା ଲଗାଯାଇଥିଲା । ଲଗାଯାଇଥିବା ଟ୍ରାପ କ୍ୟାମେରା ଯାଞ୍ଚ କରିବା ସମୟ ରେ ସମୁଦାୟ ୨୧ ଟି ପ୍ରଜାତିର ବନ୍ୟ ଜୀବଜନ୍ତୁ ଓ ବନ୍ୟପ୍ରାଣୀ ରହିଥିବା ନଜରକୁ ଆସିଛି । ତା ମଧ୍ୟରେ ୧୪ ଟି ପ୍ରଜାତିର ବିରଳ ବନ୍ୟପ୍ରାଣୀ ସିଡ୍ୟୁଲ - ୧ ପ୍ରଜାତିର ଗୟଳ , ମହାବଳ ବାଘ , ଚଉସିଂଘା , ଇଣ୍ଡିଆନ୍ ଗ୍ରୀନ ଉଲ୍ଫ , ହାତୀ , ସ୍କଥ ବିଅର , ରୁଢି ମଙ୍ଗୁସ୍ ଆଦି ସହ ସିଡ୍ୟୁଲ ଦ୍ଵିତୀୟ ଓ ତୃତୀୟ ପ୍ରଜାତିର ୭ ୨ ପ୍ରକାରର ବନ୍ୟଜନ୍ତୁ ଯଥା ଗଧିଆ , କୋକିଶିଆଳ , ବଣୁଆ ବିଲେଇ ,ହରିଣ , ଠେକୁଆ , ବାରହା , ବଣୁଆ ମାଙ୍କଡ , ସାପ ଆଦି ଠାବ କରାଯାଇଥିବା ନେଇ ଡିଏଫ୍ଓ ଧନରାଜ ଏଚ୍ଡି ସୂଚନା ଦେଇଛନ୍ତି ।
ଏପରିକି ଶିଆଳ କୁଟୁରା ଖାଉଥିବା ଦୃଶ୍ୟ ମଧ୍ୟ ଟ୍ରାପ କ୍ୟାମେରାରେ କଏଦ ହୋଇଛି । ୧୬ ହଜାର ହେକ୍ଟର ପରିସମା ବିଶିଷ୍ଟ ଏହି ଅଟେଇ ସଂରକ୍ଷିତ ଜଙ୍ଗଲରେ ଏବେ ୫୫ ଟି ଟ୍ରାପ କ୍ୟାମେରା ଲାଗିଥିବା ବେଳେ ଅତି ଶିଘ୍ର ଆହୁରି ୩୦ ଟି କ୍ଯମେରା ଲଗାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି । ଅଟେଇ ସଂରକ୍ଷିତ ଜଙ୍ଗଲରେ ବହୁ ବିରଳ ବନ୍ୟପ୍ରାଣୀ ରହୁଥିବା ରାଜ୍ୟ ପାଇଁ ଗୋଟିଏ ଖୁସି ଖବର ସହ ଏଠାରେ ଘଞ୍ଚ ଜଙ୍ଗଲ ଥିବା ମଧ୍ୟ ସ୍ପଷ୍ଟ ହୋଇଛି । ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ମହାବଳ ବାଘ ଠାବ କରାଯିବା ପରେ ବନ ବିଭାଗ ପକ୍ଷରୁ କଟକଣା କରାଯାଇ ଜଙ୍ଗଲର ୪ଟି ସ୍ଥାନରେ ଗେଟ ଏବଂ ବାଡ ଦିଆଯାଇ ଯାତାୟତ ବନ୍ଦ କରାଯାଇଛି । ଅଟେଇ ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କଲେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦୁଝର ଡିଏଫଓ ଏଚ. ଡି ଧନରାଜ ସୂଚନା ଦେଇଛନ୍ତି ।
Also Read : Mysterious Sound: ପୁଣି ପ୍ରଚଣ୍ତ ଶବ୍ଦରେ ଥରିଲା ଓଡ଼ିଶାର ଏହି ୪ ଜିଲ୍ଲା, ଭୟଭୀତ ହୋଇ ଘର ବାହାରକୁ ପଳାଇ ଆସିଲେ ଲୋକ
Also Read : Dola Melana: ସୋମନାଥଙ୍କ ପାଖରେ ଲାଗିଲା ୨ କୋଟିର ବାଣଭୋଗ, ସରିଲା ହରିରାଜପୁର ମେଳଣ
Also Read : Deepika Padukone: OSCARS 2023ରେ ଦୀପିକାଙ୍କ କିଲର ଲୁକ୍, ବାକ୍ଲ ଗାଉନରେ ଦେଖାଇଲେ ଗ୍ଲାମରସ୍ ଅନ୍ଦାଜ୍
Also Read : Vastu Tips for Marriage: ବିବାହରେ ହେଉଛି କି ବିଳମ୍ବ? ଆପଣାନ୍ତୁ ଏହି ସବୁ ଉପାୟ…