Puri Sea Beach: ହେବନି ବ୍ଲୁ ଫ୍ଲାଗ ବିଚ, କିନ୍ତୁ ବିଶ୍ୱସ୍ତରୀୟ ରୂପ ନେବା ପୁରୀ ବେଳାଭୂମି
Advertisement
Article Detail0/zeeodisha/odisha1331901

Puri Sea Beach: ହେବନି ବ୍ଲୁ ଫ୍ଲାଗ ବିଚ, କିନ୍ତୁ ବିଶ୍ୱସ୍ତରୀୟ ରୂପ ନେବା ପୁରୀ ବେଳାଭୂମି

୨୦୨୩ ନୂଆବର୍ଷ ସୁଦ୍ଧା ପୁରୀର ସ୍ୱର୍ଗଦ୍ୱର ବେଳାଭୂମୀ, ଚକ୍ରତୀର୍ଥ ବେଳାଭୂମୀ, ପେଣ୍ଠକଟା ଓ କୋଣାର୍କର ଚନ୍ଦ୍ରଭାଗା ଆଦି ବେଳାଭୁମୀର ବିକାଶ କରିବା ଲାଗି ସରକାର ନିଷ୍ପତି ନେଇଛନ୍ତି। 

Puri Sea Beach: ହେବନି ବ୍ଲୁ ଫ୍ଲାଗ ବିଚ, କିନ୍ତୁ ବିଶ୍ୱସ୍ତରୀୟ ରୂପ ନେବା ପୁରୀ ବେଳାଭୂମି

Puri Sea Beach:ପୁରୀ (ସଞ୍ଜୟ ମହାପାତ୍ର): ବଦଳିବ ପୁରୀ-କୋଣାର୍କ ବେଳାଭୁମୀର ଲୁକ୍। ହେବ ନାହିଁ ବ୍ଲୁଫ୍ଲାଗ ବିଚ୍। ଅତ୍ଯାଧୁନିକ ଢଙ୍ଗରେ କରାଯିବ ସମଗ୍ର ବେଳାଭୁମୀର ବିକାଶ। ବେଳାଭୂମୀ ଉପରେ ନିର୍ଭର କରୁଥିବା ଉଠାଦୋକାନୀ ମାନଙ୍କୁ ଥଇଥାନ କରାଯିବ। ପଞ୍ଜିକୃତ ଭେଣ୍ଡରମାନଙ୍କୁ ବିସ୍ଥାପିତ କରାଯିବ ନାହିଁ ବରଂ ସେମାନଙ୍କୁ ଦିଆଯିବ କିଓସ୍କ। ବେଳାଭୂମୀ ମାର୍ଗ ରାସ୍ତାକୁ ଚଉଡା କରାଯିବା ସହ ହେବ ପାର୍କିଂ ଓ ଭେଣ୍ଡିଂ ଜୋନ। ପର୍ଯ୍ଯଟକଙ୍କୁ ଆକୃଷ୍ଟ କଲାଭଳି ବେଳାଭୁମୀର ବିକାଶ କରାଯିବ।

୨୦୨୩ ନୂଆବର୍ଷ ସୁଦ୍ଧା ପୁରୀର ସ୍ୱର୍ଗଦ୍ୱର ବେଳାଭୂମୀ, ଚକ୍ରତୀର୍ଥ ବେଳାଭୂମୀ, ପେଣ୍ଠକଟା ଓ କୋଣାର୍କର ଚନ୍ଦ୍ରଭାଗା ଆଦି ବେଳାଭୁମୀର ବିକାଶ କରିବା ଲାଗି ସରକାର ନିଷ୍ପତି ନେଇଛନ୍ତି। ଏଥିପାଇଁ ପ୍ରାୟ ୧୨୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ଏଭଳି ଯୋଜନା ସଠିକ୍ ଭାବେ କାର୍ଯ୍ଯକାରୀ ହେଲେ ବେଳାଭୂମୀ ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ଉଠାଦୋକାନୀଙ୍କର ଆର୍ଥିକ ବିକାଶ ହୋଇପାରିବ ବୋଲି କହିଛନ୍ତି ଉଠାଦୋକାନୀ ଓ ବୁଦ୍ଧିଜୀବୀ।

ଏବେ ବିଶ୍ୱ ବ୍ଲୁଫ୍ଲାଗ ବିଚ୍ ନୁହେଁ ବରଂ ବ୍ଲୁଫ୍ଲାଗ ବିଚ୍ ଢାଞ୍ଚାରେ ବଦଳିବ ପୁରୀ ଜିଲ୍ଲାର ପ୍ରମୁଖ ୪ଟି ବେଳାଭୂମୀର ରୂପରେଖ। ପୁରୀର ସ୍ୱର୍ଗଦ୍ୱାର ବେଳାଭୂମୀ, ଚକ୍ରତୀର୍ଥ ବେଳାଭୂମୀ, ପେଣ୍ଠକଟା ବେଳାଭୂମୀ ସହିତ କୋଣାର୍କର ଚନ୍ଦ୍ରଭାଗା ବେଳାଭୁମୀର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ଏଥିରେ ବେଳାଭୁମୀ ରାସ୍ତାର ପ୍ରଶସ୍ତିକରଣ ସହିତ ପାର୍କିଂ, ଭେଣ୍ଡିଂ ଜୋନ୍ ଉପରେ ଦିଆଯାଇଛି ବିଶେଷ ଗୁରୁତ୍ୱ। ମଲ୍ଟି କାର୍ ପାର୍କିଂ, ଷ୍ଟ୍ରୀଟ ଲାଇଟ୍, ଫୁଟପାଥ ଆଲୋକିକରଣ ଆଉ ବେଳାଭୁମୀକୁ ଅତ୍ଯାଧୁନିକ ଢାଞ୍ଚାରେ ସୌନ୍ଦର୍ଯ୍ୟ କରଣ କରାଯିବ।

ଏଥିପାଇଁ ପ୍ରାୟ ୧୨୦କୋଡିଏ କୋଟି ଟଙ୍କା ଖର୍ଚ୍ଚ ହେବା ସହ ୨୦୨୩ ନୂଆବର୍ଷ ପୂର୍ବରୁ ସରିବା ନେଇ ସ୍ୱତନ୍ତ୍ର ବ୍ଲୁପ୍ରୀଣ୍ଟ ପ୍ରସ୍ତୁତ କରାଯାଇଛି।ଅଞ୍ଚଳବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଟେଣ୍ଡର ମଧ୍ୟ କୌଣସି ଘରୋଇ ସଂସ୍ଥାକୁ ଦିଆଯିବ ନାହିଁ। ବେଳାଭୁମୀ ଉପରେ ନିର୍ଭର କରୁଥିବା ପଞ୍ଜିକୃତ ଉଠାଦୋକାନୀ ମାନଙ୍କୁ ବିସ୍ଥାପିତ କରାଯିବ ନାହିଁ। ସେମାନଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦିଆଯିବ। ସେମାନଙ୍କ ଫଟୋ ପରିଚୟ ପତ୍ର ପାଇଁ ସ୍ୱତନ୍ତ୍ର କିଓସ୍କ ଦିଆଯିବ। କାହାରିକୁ ଏଥିରୁ ବଞ୍ଚିତ କରାଯିବନାହିଁ। ବିଚ୍ ଡେଭେଲପମେଣ୍ଟ କମିଟିର ସହଯୋଗରେ କାର୍ଯ୍ୟ କରାଯିବ। ତେବେ ଏସବୁ କାର୍ଯ୍ୟ କିଭଳି ସଠିକ୍ ଢଙ୍ଗରେ ହୋଇପାରିବ ସେଥିପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ଲୋଡିଛନ୍ତି ଜିଲ୍ଲାପାଳ।

ସେପଟେ ଚକ୍ରତିର୍ଥ ବେଳାଭୁମୀରେ ବ୍ଲୁଫ୍ଲାଗ ବିଚ୍ କୁ ବିରୋଧ କରି ହଜାର ହଜାର ଉଠାଦୋକାନୀ ଓ ସ୍ଥାନୀୟ ବାସୀନ୍ଦା ରାଜ ରାସ୍ତାକୁ ଓହ୍ଲାଇଥିଲେ। ଏକବର୍ଷ ଧରି ନିଜ ଜିଦ୍ ରୁ ଓହରି ନଥିଲେ। ମାତ୍ର ଆଉ ବିଶ୍ୱ ବ୍ଲୁଫ୍ଲାଗ ବିଚ୍ କରାଯିବ ନାହିଁ କେବଳ ବିଚ୍ ର ବିକାଶ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେବା ପରେ ସମସ୍ତେ ସହଯୋଗର ହାତ ବଢାଇଛନ୍ତି। ଯଦି ଏସବୁ ବେଳାଭୂମୀ ବ୍ଲୁଫ୍ଲାଗ ବିଚ୍ ଭଳି ଆକର୍ଷିତ ହୁଏ ତେବେ ପର୍ଯ୍ଯଟନର ବିକାଶ ସହିତ ଉଠାଦୋକାନୀ ଓ ସ୍ଥାନୀୟ ଲୋକଙ୍କର ମଧ୍ୟ ଆର୍ଥିକ ବିକାଶ ହୋଇପାରିବ ବୋଲି କହିଛନ୍ତି ବୁଦ୍ଧିଜୀବୀ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ସାକାର କରିବା ପାଇଁ ସରକାରୀ କଳ ବେଶ୍ ତତ୍ପର। ଦୃତଗତିରେ ଆଗେଇ ଚାଲିଛି ପ୍ରାୟ ୩୩୧କୋଟି ଟଙ୍କା ବ୍ଯୟରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଉ ଚାଲିଛି ସହରରେ ପ୍ରାୟ ୩୨ଶହ କୋଟି ଟଙ୍କାର ଏଗାରଟି ପ୍ରକଳ୍ପ। ତେବେ ଏସବୁ ପ୍ରକଳ୍ପ କେବେ ସରିବ ଆଉ କେବେ ଶ୍ରୀକ୍ଷେତ୍ର ପୁରୀ ପାଇବ ବିଶ୍ୱ ଐତିହ୍ୟ କ୍ଷେତ୍ରର ମାନ୍ଯତା ତାହା ଉପରେ ରହିଛି ସମସ୍ତଙ୍କ ନଜର।

ଅଧିକ ପଢନ୍ତୁ: ପଞ୍ଜାବ ସରକାରରେ ହଟଚମଟ