Rayagada news : ମିଳିଲା ଚୋରି ହୋଇଥିବା ଶିଶୁ, ହେଲେ ଚୋରି କରିଥିଲା କିଏ ?
Advertisement
Article Detail0/zeeodisha/odisha1311115

Rayagada news : ମିଳିଲା ଚୋରି ହୋଇଥିବା ଶିଶୁ, ହେଲେ ଚୋରି କରିଥିଲା କିଏ ?

ଘରୋଇ ଡାକ୍ତରଖାନାରୁ ନବଜାତ ଶିଶୁପୁତ୍ର ଚୋରି ଅଭିଯୋଗ। ଦିର୍ଘ ଦୁଇଘଣ୍ଟା ପରେ ଶିଶୁ କୁ ଉଦ୍ଧାର କଲା ବିଷମକଟକ ପୁଲିସ । ମେଡିକାଲରେ ଶିଶୁଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ରାସିକଲା ପଞ୍ଚାୟତ ର ଟୋଗାପଦର ଗାଁ ସିଦ୍ଧାନ୍ତ କିଲାକା ଙ୍କ ସ୍ତ୍ରୀ ରିତା ବ୍ରେକବେଡେକା ଗତ ଅଗଷ୍ଟ ୧୪ ତାରିଖରେ ବିଷମକଟକ ର ଘରେ

Rayagada news : ମିଳିଲା ଚୋରି ହୋଇଥିବା ଶିଶୁ, ହେଲେ ଚୋରି କରିଥିଲା କିଏ ?

ରାୟଗଡା: ଘରୋଇ ଡାକ୍ତରଖାନାରୁ ନବଜାତ ଶିଶୁପୁତ୍ର ଚୋରି ଅଭିଯୋଗ। ଦିର୍ଘ ଦୁଇଘଣ୍ଟା ପରେ ଶିଶୁ କୁ ଉଦ୍ଧାର କଲା ବିଷମକଟକ ପୁଲିସ । ମେଡିକାଲରେ ଶିଶୁଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ରାସିକଲା ପଞ୍ଚାୟତ ର ଟୋଗାପଦର ଗାଁ ସିଦ୍ଧାନ୍ତ କିଲାକା ଙ୍କ ସ୍ତ୍ରୀ ରିତା ବ୍ରେକବେଡେକା ଗତ ଅଗଷ୍ଟ ୧୪ ତାରିଖରେ ବିଷମକଟକ ର ଘରେଇ ଖ୍ରୀଷ୍ଟିଆନ ହସ୍ପିଟାଲ ରେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲା । ହସ୍ପିଟାଲରୁ ନବଜାତ ଶିଶୁ ପୁତ୍ରକୁ ଚୋରି କରି ନେଇ ଯାଉଥିବା ବେଳେ ଦିର୍ଘ ଦୁଇଘଣ୍ଟା ପରେ ଉଦ୍ଧାର କରିଛି ବିଷମକଟକ ପୁଲିସ । ନିଜକୁ ଆଶାକାର୍ମୀ ର ପରିଚୟ ଦେଇ ଗତ ଦୁଇ ଦିନ ହେଲା ଘରେଇ ମେଡିକାଲ ରେ ରହି ଆସୁଥିଲେ ଦୁର୍ବୁତ୍ତ ମହିଳା।

ସେଠାରେ ରହି ଶିଶୁ ପୁତ୍ରର ମା ଓ ତାଙ୍କ ପରିବାର କୁ ରାୟଗଡା ର ଆଶା ଦିଦି ପରିଚୟ ଦେଇ ବିଶ୍ୱାସ ଜିତି ଥିଲେ। ଶିଶୁ ପୁତ୍ର ର ଅଜନ କରିବା ସହ ଶିଶୁ ଡାକ୍ତର କୁ ଦେଖାଇବା ପାଇଁ କହି ମାଙ୍କ ଠାରୁ ଛୁଆ କୁ ନେଇ ଚମ୍ପଟ ମାରିଥିଲେ ଏହି ଜଣେ ମହିଳା । ଶିଶୁ ପୁତ୍ର କୁ ଚୋରି କରି ନେଇଥିବା ମହିଳା ଜଣକ ହେଲେ ବିହାର ର ରୂପାଳି ଦେବୀ ସେ ତାଙ୍କ ସ୍ୱାମୀ ସରଜ କୁମାର ୟାଦବ ଙ୍କ ସହ ରାୟଗଡା ଜିଲ୍ଲାର ସଦର ମାଝୀ ଘୋରିଆଣୀ ମନ୍ଦିର ଏକ ବସ୍ତିରେ ରହୁଥିବା ଜଣା ପଡ଼ିଛି। ଉକ୍ତ ମହିଳା ଙ୍କୁ ବିଷମକଟକ ଥାନାରେ ଅଟକ ରଖି ପଚାର ଉଚରା ଆରମ୍ଭ କାରାଯାଇଛି । ଶିଶୁ ପୁତ୍ର କୁ ଚୋରି କରିବା ସମୟରେ ବାଇକ ବ୍ୟବହାର କାରା ଯାଇଥିବା ବେଳେ ଏଥିରେ ଆଉ କେଉଁ କେଉଁ ମାନେ ସାମିଲ ରହିଛନ୍ତି ଏବଂ ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେ ନେଇ ତଦନ୍ତ କାରାଯାଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସେହିପରି ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରୁ ମୟୂରଭଞ୍ଜ ରାଇରଙ୍ଗପୁରର ୫୦ ବର୍ଷୀୟ ମହିଳା ୩ ବର୍ଷର ପୁଅକୁ ଚୋରାଇ ନେଇ ଯାଇଥିଲେ । ଏହି ମାମଲାର ତଦନ୍ତ କରି ପିଲାକୁ ଉଦ୍ଧାର କରିବା ସହ ମହିଳା ପଦ୍ମାବତୀ ନାଗଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ସୂଚନା ଅନୁସାରେ, ଛୁଆଟିର ମାଆ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ପିଲାଟି ନୟାପଲ୍ଲୀରେ ତାଙ୍କ ମାଉସୀଙ୍କ ପାଖରେ ରହୁଥିଲା ।  ଗତ ସୋମବାର କେହି ଛୁଆଟିକୁ ନେଇ ଯାଇଥିବା ନେଇ ସମ୍ପର୍କୀୟ ମାଉସୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଯାଞ୍ଚ ବେଳେ ଜଣାପଡ଼ିଥିଲା ରାଇରଙ୍ଗପୁରର ମହିଳା ଅନେକ ସମୟରେ ସାଲିଆସାହି ଆସନ୍ତି ।

ଆଉ ଛୁଆଟି ତାର ସମ୍ପର୍କୀୟ ମାଉସୀ ପାଖରେ ଥିବା ବେଳେ ରାତି ଅଧରେ ଚୋରି କରି ନେଇ ଯାଇଥିଲେ ମହିଳା ଜଣଙ୍କ । ପୋଲିସ ରାଇରଙ୍ଗପୁର ବହଲଦାରୁ ଛୁଆକୁ ଉଦ୍ଧାର କରିବା ସହ ମହିଳାଙ୍କୁ ଗିରଫ କରିଛି । ତେବେ ଗିରଫ ପଦ୍ମାବତୀଙ୍କ ପିଲାପିଲି ଥିବା ସତ୍ତ୍ୱେ ସେ କାହିଁକି ଛୁଆ ଚୋରି କରିଥିଲେ ଜଣା ପଡ଼ିନାହିଁ । ପୂର୍ବରୁ ମଧ୍ୟ ଖଣ୍ଡଗିରି ଥାନା ଅଞ୍ଚଳରେ ଚିକେନ୍ ଓ ଆଇସିକ୍ରିମ ଦେଇ ଏକ ୬ ବର୍ଷର ଛୁଆକୁ ଚୋରି କରି ନେଇଥିଲେ ନୟାଗଡ଼ର କିଛି ଦୁର୍ବୃତ୍ତ । ସେହିପରି ଇନଫୋସିଟି ଥାନା ଅଞ୍ଚଳରେ ଶିଖରଚଣ୍ଡି ବସ୍ତିରେ ମଧ୍ୟ ଏକ ପିଲାକୁ ଚୋରି କରି ନେବା ଜଣାପଡ଼ିବା ପରେ ପୋଲିସ ପିଲାଟିକୁ ଠାବ କରିଥିଲା ।