Kandhamal News: ବିଦ୍ୟାଳୟରେ ଶ୍ରମିକ ହୋଇ କାମ କରୁଥିଲେ ଛାତ୍ର, ଅସାବଧାନତା ହେତୁ ମଳଦ୍ୱାରରେ ପଶିଗଲା ଶାବଳ
Advertisement
Article Detail0/zeeodisha/odisha1636338

Kandhamal News: ବିଦ୍ୟାଳୟରେ ଶ୍ରମିକ ହୋଇ କାମ କରୁଥିଲେ ଛାତ୍ର, ଅସାବଧାନତା ହେତୁ ମଳଦ୍ୱାରରେ ପଶିଗଲା ଶାବଳ

Kandhamal News In Odia: ଛାତ୍ରଙ୍କ (Student)ମଳଦ୍ବାରରେ ପଶିଗଲା ଶାବଳ । ବିଦ୍ୟାଳୟର (School) ଉନ୍ନତି କାମରେ କରୁଥିଲେ ସାହାର୍ଯ୍ୟ । ବିଦ୍ୟାଳୟର ଠିକା କାମରେ ଲଗାଇଥିଲେ ଠିକାଦାର । ବିଦ୍ୟାଳୟର ମରାମତି କାମରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା ବେଳେ ଛାତ୍ରଙ୍କ ସହ ଏକ ବଡ଼ ଅଘଟଣ ଘଟିଯାଇଛି (Student injured during work )।

ସୌଜନ୍ୟ- ସୋସିଆଲ ମିଡ଼ିଆ

Kandhamal News In Odia: ଛାତ୍ରଙ୍କ (Student)ମଳଦ୍ବାରରେ ପଶିଗଲା ଶାବଳ । ବିଦ୍ୟାଳୟର (School) ଉନ୍ନତି କାମରେ କରୁଥିଲେ ସାହାର୍ଯ୍ୟ । ବିଦ୍ୟାଳୟର ଠିକା କାମରେ ଲଗାଇଥିଲେ ଠିକାଦାର । ବିଦ୍ୟାଳୟର ମରାମତି କାମରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା ବେଳେ ଛାତ୍ରଙ୍କ ସହ ଏକ ବଡ଼ ଅଘଟଣ ଘଟିଯାଇଛି (Student injured during work )। କାମ କରୁଥିବା ବେଳେ ଅସାବଧାନତା ହେତୁ ଆଜବେଷ୍ଟରୁ ଖସି ପଡିବାରୁ ତାଙ୍କର ମଳଦ୍ବାରରେ ଏକ ଶାବଳ ପଶି ଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କନ୍ଧମାଳ (Kandhamal) ଜିଲ୍ଲା କୋଟଗଡ଼ ଥାନା ତଳ ସୁବର୍ଣ୍ଣଗିରି ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଗୁରୁତର ହୋଇଥିବା ଛାତ୍ର ଜଣକ ହେଲେ ତଳ ସୁବର୍ଣ୍ଣଗିରି ଅଞ୍ଚଳର ସନାତନ ପାଟଗୁରୁଙ୍କ ୧୬ ବର୍ଷର ପୁଅ ଶକ୍ତି ପାଟଗୁରୁ । 

ସୂଚନା ଅନୁସାରେ, ଶନିବାର ସକାଳେ ତଳ ସୁବର୍ଣ୍ଣଗିରି ଅଞ୍ଚଳର ସନାତନ ପାଟଗୁରୁଙ୍କ ୧୬ ବର୍ଷର ପୁଅ ଶକ୍ତି ପାଟଗୁରୁ ନିକଟସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନିର୍ମାଣ କାମ କରିବା ପାଇଁ ଯାଇଥିଲେ। ଭାଙ୍ଗି ଯାଇଥିବା ଆଜବେଷ୍ଟସ ବାହାର କରିବା ପାଇଁ ଶକ୍ତି ଆଜବେଷ୍ଟସ ଉପରକୁ ଚଢ଼ିଥିଲା ସେହି ସମୟରେ ଘର ଭିତରେ ଅନ୍ୟଜଣେ ଶ୍ରମିକ ଏକ ଶାବଳ ଧରି ଠିଆ ହୋଇଥିଲେ। ଅସାବଧାନତା ଯୋଗୁଁ ଶକ୍ତି ଭଙ୍ଗା ଆଜବେଷ୍ଟସରୁ ଖସି ଘର ଭିତରେ ଶାବଳ ଉପରେ ପଡ଼ିବାରୁ ଶାବଳଟି ଶକ୍ତିର ମଳଦ୍ବାରରେ ପଶିଯାଇଥିବା ଜଣାପଡ଼ିଛି। 

fallback

Also Read : Nandankanan: ଗ୍ରୀଷ୍ମ ପାଇଁ ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବା ସମୟ 

Also Read : Puri News: ପୁରୀ ସମୁଦ୍ରରୁ ମିଳିଲା ଭୟଙ୍କର ଆକୃତିର ମୂର୍ତ୍ତି, ଦେଖନ୍ତୁ ଫଟୋ

ଘଟଣା ଘଟିବାର ଖବରପାଇ ପରିବାର ଲୋକେ ଶକ୍ତିକୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଶକ୍ତିକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ସେପଟେ ସରକାରୀ ସ୍କୁଲରେ ମରାମତି କାର୍ଯ୍ୟ ନାବାଳକ ଶ୍ରମିକଙ୍କ ଦ୍ବାରା କିଭଳି କରାଯାଉଥିଲା। କେଉଁ ଠିକାଦାର ଏହି କାର୍ଯ୍ୟ କରୁଥିଲେ ଏବଂ କେଉଁ ଅଧିକାରୀ କାର୍ଯ୍ୟ ତଦାରଖ ଦାୟିତ୍ଵରେ ଥିଲେ। ଏଥିସହିତ ନାବାଳକ ଶ୍ରମିକଙ୍କୁ ବିପଦ ସଂକୁଳ କାର୍ଯ୍ୟରେ ନିୟୋଜିତ କିଭଳି କରାଯାଉଥିଲା ଏହାର ତଦନ୍ତ ହେବା ହେବା ସହ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଜରୁରୀ ବୋଲି ସାଧାରଣରେ ଆଲୋଚନା ହେଉଛି ।

ନିକଟରେ ଏଭଳି ଏକ ଘଟଣା ମଧ୍ୟ ସୁନ୍ଦରଗଡ ଜିଲ୍ଲାରେ ଦେଖିବାକୁ ମିଳିଥିଲା । କୋଇଡା ବ୍ଲକ୍‌ ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଡାଲିରେ ପଡି ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣଙ୍କ ଅଷ୍ଟମଶ୍ରେଣୀର ବୋଲି ଜଣା ପଡିଛି । ପାଟମୁଣ୍ଡା ଗାଁର ଛାତ୍ର ଗେଲେଟ ହାନଗା ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ସେ ଛାତ୍ରାବାସରେ ରୋଷେଇ ଚାଲିଥିବା ବେଳେ ରୋଷେୟାଙ୍କୁ ସାହାଯ୍ୟ କରୁଥିଲେ ।

ଡାଲି ହଣ୍ଡା ଓହ୍ଲାଉଥିବା ବେଳେ ତାଙ୍କ ହାତରୁ ଖସିଯାଇଥିଲା । ତାଙ୍କ ଉପରେ ଗରମ ଡାଲି ପଡିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରୁ ରାଉରକେଲା ଜେନେରାଲ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗେଲେଟଙ୍କର ମୃତ୍ୟୁ ହୋଇଛି । ଛାତ୍ରାବାସରେ ୨୦୦ ଛାତ୍ର ଥିବା ବେଳେ ସେଠାରେ ଜଣେ ମାତ୍ର ରୋଷେୟା ଅଛନ୍ତି । ସ୍କୁଲ୍‌ର ଛୋଟ ପିଲାଙ୍କୁ ଛାତ୍ରାବାସରେ ରୋଷେଇ ବେଳେ ସାହାଯ୍ୟ କରିବା ପାଇଁ କୁହାଯାଉଥିବା ଅଭିଯୋଗ ହୋଇଛି । ଏ ବିଷୟରେ ବିଦ୍ୟାଳୟର କର୍ତ୍ତୃପକ୍ଷ ଜାଣିଥିଲେ ବୋଲି କିଛି ଅଭିଭାବକ ଦାବି କରିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।