ବିଶ୍ବବିଦ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ ରୋକିବାକୁ ଚେଷ୍ଟା କରିଥିଲା । ଫଳରେ ପେଲାଠେଲା ସ୍ଥିତି ଉପୁଜିଛି । ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କୁଆଡେ ଗଲେ ବୋଲି ନାରାବାଜି ସମୟରେ ପ୍ରଶ୍ନ କରିଛନ୍ତି ନବ ନିର୍ମାଣ ଛାତ୍ର ସଂଗଠନ । ଓଡ଼ିଶାର ଛବି ଅନ୍ତର୍ଜାତୀୟ ସ୍ତରରେ ମଳିନ କରିବା ଅଭିଯୋଗ କରିଛନ୍ତି ।
Trending Photos
ଭୁବନେଶ୍ୱର: କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ୩ ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ପ୍ରତାପ ଚମ୍ପତି, ସୁଧୀର ରଥ । ସୁରକ୍ଷାକର୍ମୀ ରମାକାନ୍ତ ନାୟକ ଏବଂ ଯୋଗେନ୍ଦ୍ର ବେହେରାଙ୍କୁ ଗିରଫ କରାଯାଇଛି । ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଇନ୍ଫୋସିଟି ପୋଲିସ ।
ଅନ୍ୟପଟେ, କିଟ୍ ବିଶ୍ବବିଦ୍ୟାଳୟ ୪ନଂ ଗେଟ୍ ପାଖରେ ହୋହଲ୍ଲା, ନାରାବାଜି କରୁଛନ୍ତି ନବ ନିର୍ମାଣ ଛାତ୍ର ସଂଗଠନ । ବିଶ୍ବବିଦ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ ରୋକିବାକୁ ଚେଷ୍ଟା କରିଥିଲା । ଫଳରେ ପେଲାଠେଲା ସ୍ଥିତି ଉପୁଜିଛି । ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କୁଆଡେ ଗଲେ ବୋଲି ନାରାବାଜି ସମୟରେ ପ୍ରଶ୍ନ କରିଛନ୍ତି ନବ ନିର୍ମାଣ ଛାତ୍ର ସଂଗଠନ । ଓଡ଼ିଶାର ଛବି ଅନ୍ତର୍ଜାତୀୟ ସ୍ତରରେ ମଳିନ କରିବା ଅଭିଯୋଗ କରିଛନ୍ତି ।
ସେପଟେ କିଟ୍ ଘଟଣାକୁ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପିଲାଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛି । କ୍ୟାମ୍ପସ୍ ଛାଡ଼ିଥିବା ପିଲା ବର୍ତ୍ତମାନ କେଉଁଠି ଅଛନ୍ତି ସେମାନେ ଜଣାଇବେ । କେତେ ପିଲା ଫେରୁଛନ୍ତି ଘଣ୍ଟାକୁ ଘଣ୍ଟା ଅନ୍ତରରେ ରିପୋର୍ଟ କରିବେ । ଫେରୁଥିବା ପିଲାଙ୍କ ବିରୋଧରେ ପ୍ରତିଶୋଧ ନେଇ ପାରିବେ ନାହିଁ କର୍ତ୍ତୁପକ୍ଷ । କଣ ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସରକାରଙ୍କୁ ଜଣାଇଲେ ନାହିଁ ଗୃହ କିମ୍ବା ଉଚ୍ଚ ଶିକ୍ଷା ବିଭାଗକୁ କାହିଁକି ଅବଗତ କଲେନି ବୋଲି ପଚାରିଛୁ । ଯେଉଁମାନେ ଭାରତ-ନେପାଳ ସମ୍ପର୍କ ଅବନତି ଭଳି କହିଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କୁ ନିଲମ୍ବିତ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି, ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଭୁବନେଶ୍ବର ଏମ୍ସରେ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ଶେଷ ହୋଇଛି । ଭୁବନେଶ୍ବର ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି । ମୃତ ଛାତ୍ରୀଙ୍କ ବାପା ଏବଂ ସମ୍ପର୍କୀୟ ଭାଇ ମଧ୍ୟ ସେହି ସମୟରେ ଉପସ୍ଥିତ ଥିଲେ । କାଲି ବିମାନଯୋଗେ ମୃତ ଶରୀର ଛାତ୍ରୀଙ୍କ ଘରକୁ ପଠାଇବାକୁ ବ୍ୟବସ୍ଥା କରାଯିବ ।
ସୂଚନାଯୋଗ୍ୟ, ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ଦେଖାଦେଇଥିବା ବିବାଦ ଘେରରେ ଛନ୍ଦି ହୋଇ ପଡିଥିଲା କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ବା କିଟ୍। ଏହି ବିବାଦ କ୍ରମେ ଗତ ୧୬ ତାରିଖରେ ନେପାଳୀ ଛାତ୍ରୀଙ୍କୁ ସୁରକ୍ଷା କର୍ମୀ ଓ ହଷ୍ଟେଲ କର୍ମଚାରୀଙ୍କ ଦ୍ୱାରା ଧକ୍କା ଦେଇ କଟକ ରେଳ ଷ୍ଟେସନରେ ଛାଡି ଦେଇଥିଲେ। ଏହି ବିବାଦ ଘନେଇବାରୁ ଆଜି କିଟ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ଗତ ୧୬ ତାରିଖରେ ହଷ୍ଟେଲରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିବାଦରେ ରହିଛି କିଟ। ଛାତ୍ରୀଙ୍କ ମୃତ୍ୟୁ ପରେ ପଢୁଥିବା ନେପାଳୀ ଛାତ୍ରଛାତ୍ରୀମାନେ କଲେଜ ଆଗରେ ଆନ୍ଦୋଳନ କରିଥିଲେ। ମାତ୍ର କିଟ ପକ୍ଷରୁ ଏହି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ସହିତ ସୁରକ୍ଷା କର୍ମୀଙ୍କ ସହାୟତା ସେମାନଙ୍କୁ ଧକ୍କା ଦେଇ ହଷ୍ଟେଲରୁ ବାହାର କରିଦେଇଥିଲେ। ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଦୃତ ବେଗରେ ଭାଇରାଲ ହୋଇଥିଲା। ଯାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ବିବାଦ ବଢୁଥିବା ଦେଖି କିଟ ପକ୍ଷରୁ ବିତାଡିତ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରିଥିଲା।
ମାତ୍ର ଏହି ପ୍ରୟାସ ପରେ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଥମିନଥିଲା। ଆଜି ମଙ୍ଗଳବାର କିଟ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି। ଏପରିକି କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଯେଉ ସୁରକ୍ଷା କର୍ମୀମାନେ ମାଡ଼ ମାରିଥିଲେ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏହା ସହିତ ଦୁଇ ହଷ୍ଟେଲ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ନେଇ ମଧ୍ୟ କିଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହା ସହିତ ନେପାଳ ଛାତ୍ରଛାତ୍ରୀଙ୍କୁ ସହାୟତା କରିବା ପାଇଁ ୨୪ ଘଣ୍ଟିଆ ସହାୟତା କେନ୍ଦ୍ର ମଧ୍ୟ ଖୋଲାଯିବା ସହିତ ଏକ ହେଲପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି।
ଶବ ବ୍ୟବଚ୍ଛେଦ ପୂର୍ବରୁ ଭୁବନେଶ୍ୱରରେ ମୃତକଙ୍କ ପରିବାର ଲୋକେ ପହଞ୍ଚିଥିଲେ । ରବିବାର ଅପରାହ୍ଣରେ କିଟ୍ ହଷ୍ଟେଲରେ ନେପାଳୀ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିଲେ । ଏକ ରୁମରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ କ୍ୟାମ୍ପସରେ ଲାଗିରହିଥିଲା ହଙ୍ଗାମା । ଏବେ ବି କିଟ୍ କ୍ୟାମ୍ପସରେ ପୋଲିସ ମୁତୟନ ଅଛନ୍ତି ।
ସେପଟେ ଆଜି କିଟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଆଜି ବିଧାନସଭାରେ ଶୂନ୍ୟକାଳରେ ଉଠିଛି କିଟ୍ ପ୍ରସଙ୍ଗ। ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ ଏହି ପ୍ରସଙ୍ଗ ଉଠାଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଥିବା ଅଭିଯୋଗ କରିଥିବାବେଳେ ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ନେତା । ଏହି ଘଟଣାରେ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯିବା ପାଇଁ ମଧ୍ୟ ଦାବି ଉଠିଛି । ବିଜେପି ବିଧାୟକ ବାବୁ ସିଂହ ଅଚ୍ୟୁତଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ଦାବି କରିଛନ୍ତି ।