Rathajatra: ଶ୍ରୀମନ୍ଦିରରେ ଗହଳି ନିୟନ୍ତ୍ରଣ କରିବ AI
Advertisement
Article Detail0/zeeodisha/odisha2651438

Rathajatra: ଶ୍ରୀମନ୍ଦିରରେ ଗହଳି ନିୟନ୍ତ୍ରଣ କରିବ AI

 Rathajatra: କୁମ୍ଭମେଳାରେ AI କ୍ଯାମେରା ଲଗାଯାଇ ଅନେକ ସଫଳତା ମିଳିଛି। ଏଣୁ ଏହା ଗହଳି ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏକ ଭଲ ବ୍ଯବସ୍ଥା। ରଥଯାତ୍ରାରେ ଏଆଇ କ୍ଯାମେରା ସଂଯୋଗ କରିବାକୁ ପୁଲିସ ଯେଉଁ ନିସ୍ପତି ନେଇଛି ସ୍ୱାଗତଯୋଗ୍ଯ ପଦକ୍ଷେପ। ତେବେ ଏହା କେତେଦୂର ଫଳପ୍ରଦ ହେବ ସମୟ କହିବ ବୋଲି ମତଦେଇଛନ୍ତି ସେବାୟତ ବୁଦ୍ଧିଜୀବୀ।

Rathajatra: ଶ୍ରୀମନ୍ଦିରରେ ଗହଳି ନିୟନ୍ତ୍ରଣ କରିବ  AI
Rathajatra: ଶ୍ରୀମନ୍ଦିରରେ ଗହଳି ନିୟନ୍ତ୍ରଣ କରିବା ପାଇଁ AI ସହାୟତା ନିଆଯିବ ବୋଲି ପରିଚାଳନା କମିଟି ବୈଠକରେ ନିସ୍ପତି ହୋଇଥିଲା। ଆଉ ଏବେ ଆସନ୍ତା ରଥଯାତ୍ରା ପରିଚାଳନାରେ ମଧ୍ୟ ବ୍ଯବହାର ହେବ AI କ୍ଯାମେରା। ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି। ଶ୍ରୀମନ୍ଦିର ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ସଂଖ୍ୟାର ସଠିକ ଗଣନା ପାଇଁ ଖୁବଶୀଘ୍ର AI camera ସଂଯୋଗ କରାଯିବ। ଟ୍ରାଫିକ ନିୟନ୍ତ୍ରଣ ମଧ୍ୟ କରିବ ଏହି ଉଚ୍ଚ କ୍ଷମତା ସମ୍ପର୍ଣ୍ଣ AI।ସେପଟେ କୁମ୍ଭମେଳାରେ AI କ୍ଯାମେରା ଲଗାଯାଇ ଅନେକ ସଫଳତା ମିଳିଛି। ଏଣୁ ଏହା ଗହଳି ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏକ ଭଲ ବ୍ଯବସ୍ଥା। ରଥଯାତ୍ରାରେ ଏଆଇ କ୍ଯାମେରା ସଂଯୋଗ କରିବାକୁ ପୁଲିସ ଯେଉଁ ନିସ୍ପତି ନେଇଛି ସ୍ୱାଗତଯୋଗ୍ଯ ପଦକ୍ଷେପ। ତେବେ ଏହା କେତେଦୂର ଫଳପ୍ରଦ ହେବ ସମୟ କହିବ ବୋଲି ମତଦେଇଛନ୍ତି ସେବାୟତ ବୁଦ୍ଧିଜୀବୀ।
 
ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପୁରୀ ପୁଲିସ। ରଥଯାତ୍ରା ଭିଡ଼ ଓ ଅପରାଧ ନିୟନ୍ତ୍ରଣ ପାଇଁ AI କ୍ଯାମେରାର ବୈଷୟିକ ସହାୟତା ନିଆଯିବ। ବ୍ୟବହାର ହେବ AI। ଏଥପାଇଁ ସର୍ଭେ ଆରମ୍ଭ ହୋଇଯାଇଛି। ଆଉ ୪ ମାସ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଣୁ ଏବେଠୁ ଆରମ୍ଭ ହୋଇଯାଇଛି ଏହାର ପ୍ରସ୍ତୁତି। ନିକଟରେ ରଥକାଠ ଅନୁକୂଳ ଶେଷ ହୋଇଥିବାବେଳେ ପବିତ୍ର ଅକ୍ଷୟ ତୃତୀୟରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବାକୁ ଯାଉଛି ଏହିଦିନଠାରୁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚାଲିଛି। ସେପଟେ ଏବେଠୁ ରଥଯାତ୍ରା ଭିଡ଼ ନିୟନ୍ତ୍ରଣ ସହ ଆପରାଧିକ କାର୍ଯ୍ୟ ଉପରେ ନଜର ରଖିବା ପାଇଁ ଅଣ୍ଟା ଭିଡ଼ିଛି ପୁରୀ ପୁଲିସ ଏସ୍‌ପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାହିସାହି ବୁଲି ଅଞ୍ଚଳବାସୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଚଳିତବର୍ଷ ଅତ୍ୟଧିକ ଭିଡ଼ ସମ୍ଭାବନା ଥିବାରୁ ପ୍ରଥମ ଥର ପାଇଁ ଅତ୍ୟାଧୁନିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ) ଜରିଆରେ ସଂପୂର୍ଣ୍ଣ ରଥଯାତ୍ରା ପରିଚାଳନା କରିବାକୁ ଯୋଜନା କରାଯାଇଛି। ଏ ନେଇ ସର୍ଭେ କାମ ଆରମ୍ଭ ହୋଇସାରିଛି ବୋଲି ପୁରୀ ଏସ୍‌ପି ବିନୀତ ଅଗ୍ରୱାଲ କହିଛନ୍ତି।
 
ଧିରେଧିରେ ରଥଯାତ୍ରାରେ ବଢିଚାଲିଛି ଭକ୍ତଙ୍କ ଭିଡ। ପ୍ରତିବର୍ଷ ୧୦ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେଉଛି। ବଡ଼ଦାଣ୍ଡ ଲୋକାରଣ୍ୟ ହେବା ସହ ସାହି ଗଳିକନ୍ଦି ବି ରହୁଛି ଗହଳଚହଳ। ଏଣୁ ପୁରୀ ଭଳି ଏକ ଛୋଟ ସହରରେ ଲକ୍ଷଲକ୍ଷ ଭକ୍ତଙ୍କ ଗହଳି ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନକୁ ଅସ୍ତବ୍ୟସ୍ତ କରିପକାଉଛି। ଏତେ ସଂଖ୍ୟାରେ ଭକ୍ତଙ୍କ ଆଗମନକୁ ନିୟନ୍ତ୍ରଣ କରିବା ପ୍ରତିବର୍ଷ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଆସୁଛି। ସେପଟେ ଆଇନଶୃଙ୍ଖଳା ଓ ଆପରାଧିକ କାର୍ଯ୍ୟକଳାପ ଉପରେ ବି ନଜର ରଖିବାକୁ ପଡୁଛି ଭିଡ଼ର ସୁଯୋଗ ନେଇ ଅନେକ ଶ୍ରଦ୍ଧାଳୁଙ୍କୁ ଲୁଟ୍‌ଟ୍ପଟ୍ କରୁଛନ୍ତି ଏହା ନିୟନ୍ତ୍ରଣ କରିବାକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଜିଲ୍ଲା ପୁଲିସ ଯୋଜନା କରିଛି ରାଜ୍ୟ ପୁଲିସ ମୁଖ୍ୟାଳୟରୁ ବି ଏ ନେଇ ସବୁଜ ସଙ୍କେତ ମିଳି ସାରିଥିବା ଜଣାପଡ଼ିଛି। ନିକଟରେ ଶ୍ରୀମନ୍ଦିର ଭିଡ଼ ନିୟନ୍ତ୍ରଣ ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସହାୟତା ନେବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ। ଏଆଇ କ୍ୟାମେରା ଜରିଆରେ ଫୁଟ୍ ପ୍ଲୋଟିଂ ଗଣତି କରି ଭିଡ଼ ନିୟନ୍ତ୍ରଣ କରିବାକୁ ଯୋଜନା ହୋଇଛି। 
 
ଏଥିପାଇଁ ଟେଣ୍ଡର ସରିଛି ଓ ଚଳିତ ସପ୍ତାହରେ ଏହାର ଫାଇନାନ୍ସିଆଲ୍ ବିଡ୍ ବି ଖୋଲିବାକୁ ଯାଉଛି। ଚଳିତବର୍ଷର ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରରେ ଏଆଇ କ୍ୟାମେରାରେ ଭିଡ଼ ନିୟନ୍ତ୍ରଣ ଓ ଆପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ବ୍ୟବସ୍ଥା ହୋଇ ସାରିଥିବ। ଯଦି ଶ୍ରୀମନ୍ଦିରରେ ଏହା ସଫଳତା ପୂର୍ବକ କାର୍ଯ୍ୟକାରୀ ହେଲା, ତେବେ ରଥଯାତ୍ରାରେ ଏଆଇ ବ୍ୟବସ୍ଥା ଆପଣାଇବାକୁ ଜିଲ୍ଲା ପୁଲିସ ଯୋଜନା ରଖିଛି। ସେପଟେ ଏଭଳି ବ୍ଯବସ୍ଥା ଭକ୍ତଙ୍କୁ ସୃଙ୍ଖଳିତ ଦର୍ଶନରେ କି ସହାୟତା ଯୋଗାଇବ ବୋଲି ପ୍ରଶ୍ନ କରିଛନ୍ତି ସେବାୟତ ଓ ବୁଦ୍ଧିଜୀବୀ। ତେବେ ଆଗାମୀ ରଥଯାତ୍ରାରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ଅଥବା AI ବ୍ଯବସ୍ଥା କେତେଦୁର ଫଳପ୍ରଦ ହେବ ସେହି ସମୟକୁ ଅପେକ୍ଷା।,,,