ସ୍ୱଚ୍ଛ ପାନୀୟ ଜଳ ଯୋଗାଣର ବିକଳ ଚିତ୍ର; ନଦୀ ଚୁଆ ପାଣି ମେଣ୍ଟାଉଛି ଶୋଷ
Advertisement
Article Detail0/zeeodisha/odisha1179135

ସ୍ୱଚ୍ଛ ପାନୀୟ ଜଳ ଯୋଗାଣର ବିକଳ ଚିତ୍ର; ନଦୀ ଚୁଆ ପାଣି ମେଣ୍ଟାଉଛି ଶୋଷ

ଗ୍ରାମାଞ୍ଚଳର ବିକାଶ ଲାଗି ସରକାରଙ୍କ ମାଳ ମାଳ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ଏହାର ଲାଭ ଉଠାଇବାରୁ ବଞ୍ଚିତ ହୋଇଛନ୍ତି ଲୋକେ। ଗ୍ରାମ ଉନ୍ନତି କରାଯାଇଥିବା କଥା କହି ଡିଣ୍ଡିମ ପିଟୁଛନ୍ତି ସରକାର। ମାତ୍ର ବାସ୍ତବରେ ଗାଁ ଗଣ୍ଡା କେତେ ବିକଶିତ ହୋଇଛି ତାହା ଦର୍ଶାଉଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ବୋରଦା ପଞ୍ଚୟତ ଅଧିନସ୍ଥ ଗଡଚିକିଲି ଗ୍ରାମ।

ସ୍ୱଚ୍ଛ ପାନୀୟ ଜଳ ଯୋଗାଣର ବିକଳ ଚିତ୍ର; ନଦୀ ଚୁଆ ପାଣି ମେଣ୍ଟାଉଛି ଶୋଷ

ଭଞ୍ଜନଗର: ଗ୍ରାମାଞ୍ଚଳର ବିକାଶ ଲାଗି ସରକାରଙ୍କ ମାଳ ମାଳ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ଏହାର ଲାଭ ଉଠାଇବାରୁ ବଞ୍ଚିତ ହୋଇଛନ୍ତି ଲୋକେ। ଗ୍ରାମ ଉନ୍ନତି କରାଯାଇଥିବା କଥା କହି ଡିଣ୍ଡିମ ପିଟୁଛନ୍ତି ସରକାର। ମାତ୍ର ବାସ୍ତବରେ ଗାଁ ଗଣ୍ଡା କେତେ ବିକଶିତ ହୋଇଛି ତାହା ଦର୍ଶାଉଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ବୋରଦା ପଞ୍ଚୟତ ଅଧିନସ୍ଥ ଗଡଚିକିଲି ଗ୍ରାମ। ବର୍ତ୍ତମାନ ଗ୍ରାମାଞ୍ଚଳରେ ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ। ବର୍ଷ ବର୍ଷ ଧରି ଏମିତି ପାନୀୟ ଜଳର ସମସ୍ୟା ଭୋଗି ଆସୁଛନ୍ତି ଗଡ଼ଚିକିଲି ଗ୍ରାମବାସୀ। 

ଗୋଟେ ପଟେ ସରକାର କହୁଛନ୍ତି ଗ୍ରାମାଞ୍ଚଳର ବିକାଶ ହେଉଛି ହେଲେ ବାସ୍ତବରେ ଏହା କଣ ସତରେ ହେଉଛି। ବ୍ଲକ ଠାରୁ କେଇଟା ଦୂରରେ ଥିବା ଗ୍ରାମରେ ଯୋଜନା ବାଟବଣା। ଗାଁ କୁ ସ୍ୱଚ୍ଛ ପାନୀୟ ଜଳ ଟିକିଏ ମିଳୁ ନଥିବାରୁ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ବୋରଦା ପଞ୍ଚାୟତ ଅନ୍ତର୍ଗତ ଗଡଚିକିଲି ଗ୍ରାମର ଲୋକେ ଏବେ ଖରା ଦିନେ ନାନାଦି ସମସ୍ୟା ଭୋଗୁଛନ୍ତି।

ଏହି ଗ୍ରାମରେ ୨ ଶହରୁ ଉର୍ଦ୍ଧ୍ୱ ପରିବାର ବସବାସ କରିଥାନ୍ତି। ଖରା ଦିନ ଆସିଲେ ଲୋକଙ୍କୁ ଘାରେ ପିଇବା ପାଣି ଚିନ୍ତା। କାରଣ ଗ୍ରାମରେ ନଳକୂପ ଥିବା ବେଳେ ସେଥିରୁ ଖରା ଦିନେ ପାଣି ବାହାରି ନାହିଁ। ଯାହା ଫଳରେ ଲୋକଙ୍କ ପିଇବା ପାଣିରେ ଏକମାତ୍ର ପନ୍ଥା ସାଜେ ନଦୀର ଦୂଷିତ ଜଳ।  ଗ୍ରାମ ଠାରୁ୧ କିଲୋମିଟର ଦୂରରେ ଅବସ୍ଥିତ ନଦୀରେ ଚୁଆ ଖୋଳି ତାହାର ପାଣିକୁ ବ୍ୟବହାର କରିଥାନ୍ତି ଗଡ଼ଚିକିଲି ଗ୍ରାମବାସୀ।। ଗ୍ରାମରେ ପିଇବା ପାଣିର ସମସ୍ୟା ଦୀର୍ଘ ବର୍ଷ ଧରି ରହିଆସିଛି। ଏହି ଗ୍ରାମରେ ବାଟବଣା ହୋଇଯାଇଛି ସରକାରଙ୍କ ସ୍ୱଚ୍ଛ ପାନୀୟ ଜଳ ଯୋଜନା।ପୁଣି ଏବେ ଖରାଦିନ। ଯେଉଁ କାରଣରୁ ନଦୀ ପାଣି ମଧ୍ୟ ସୁଖି ଯାଏ। ଫଳରେ ଲୋକଙ୍କ ପିଇବା ପାଣି ସଂଗ୍ରହର କଷ୍ଟ ଦ୍ୱିଗୁଣିତ ହୋଇଯାଏ।

ଗ୍ରାମର ପାନୀୟ ଜଳ ସମସ୍ୟା ବାବଦରେ ସ୍ଥାନୀୟ ରାଜନେତାଙ୍ରକ ଠାରୁ ଆରମ୍ଭ କରି ପ୍ରସାସନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଗ୍ରାମବାସୀ କହିଛନ୍ତି। ପାଣି ସମସ୍ୟାକୁ ନେଇ ସ୍ଥାନୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ସରପଞ୍ଚ, ଗ୍ରାମସେବକ, BDO,ଉପଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରିଛନ୍ତି ଗ୍ରାମବାସୀ। ମାତ୍ର ଏହାର କୌଣସି ସୁଫଳ ପାଇନାହାଁନ୍ତି ଗ୍ରାମବାସୀ। ଏପଟେ ନିର୍ବାଚନ ସମୟରେ ଗାଁ କୁ ଭୋଟ ମାଗିବାକୁ ନେତାଆସନ୍ତି ଭୋଟ ଦେଲେ ଗ୍ରାମର ବିକାଶ କରିବୁ କହିଥାନ୍ତି। ହେଲେ ନିର୍ବାଚନ ଜିତିବା ପରେ କାହାର ଦେଖା ମିଳୁନି ବୋଲି କହୁଛନ୍ତି ଗ୍ରାମବାସୀ।