Odisha 10th Result 2022: ରେଜଲ୍ଟ ଚେକ୍ କରିବାକୁ ଛାତ୍ର-ଛାତ୍ରୀ ବୋର୍ଡର ଅଫିସିଆଲ୍ ସାଇଟ୍ ଭିଜିଟ୍ କରନ୍ତୁ । ଏଠାରେ ଦିଆଯାଇଥିବା ସହଜ ଷ୍ଟେପ ଗୁଡ଼ିକ ଫଲୋ କରି ମଧ୍ୟ ରେଜଲ୍ଟ ଦେଖି ପାରିବେ ।
Trending Photos
Odisha 10th Result 2022: ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ) ଓଡିଶା Board of Secondary Education Odisha) ଦଶମ ଶ୍ରେଣୀର ଫଳାଫଳ ଘୋଷଣା କରିଛି, ଯାହାକୁ ଛାତ୍ର-ଛାତ୍ରୀ ମାନେ ବୋର୍ଡର ଅଫିସିଆଲ୍ ୱେବସାଇଟରେ bseodisha.nic.in ଓ bseodishaac.in. ରେ ଭିଜିଟ୍ କରି ଦେଖି ପାରିବେ ।
ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଓ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଫଳାଫଳ ଘୋଷଣା କରିଛନ୍ତି । ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ କରିଛନ୍ତି । ଏଥିମଧ୍ୟରେ ମାଟ୍ରିକ ପରୀକ୍ଷାରେ ଛାତ୍ରଙ୍କ ପାସ୍ ହାର ୮୮.୭୭ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୨.୩୭ ରହିଛି । A1 ଗ୍ରେଡରେ ୮ ହଜାର ୧୧୯ ପିଲା ଉତୀର୍ଣ୍ଣ ହୋଇଛନ୍ତି । ତିନୋଟି ସ୍କୁଲରେ ରେଜଲ୍ଟ ଜିରୋ ମଧ୍ୟ ରହିଛି । ୧୧୭୦ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ଆସିଛି । ମୋଟ ୫ଲକ୍ଷ ୧୭ହଜାର ୮୪୭ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।
ଛାତ୍ରଙ୍କ ପାସ ହାର ୮୮.୭୭%
ଛାତ୍ରୀଙ୍କ ପାସ ହାର ୯୨.୩୭%
ଆସନ୍ତା ୧୧ ତାରିଖରୁ ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ଥିବା ପିଲା ରି-ଚେକିଂ କରାଇ ପାରିବେ । ରି-ଚେକିଂ ପାଇଁ ଜୁଲାଇ ୧୧ ରୁ ଅନଲାଇନରେ ଆବେଦନ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
Odisha 10th Result 2022: ପୂର୍ବ ବର୍ଷ ଗୁଡିକରେ କେତେ ଥିଲା ପାସ୍ ପ୍ରତିଶତ
୨୦୨୨ - ୯୦.୫୫%
୨୦୨୧ - ୯୭.୮୯%
୨୦୨୦ - ୭୮.୭୬%
୨୦୧୯ - ୭୦.୭୮%
୨୦୧୮ - ୯୨.୪୭%
୨୦୧୭ - ୯୩%
ଏହିପରି ଦେଖନ୍ତୁ ରେଜଲ୍ଟ:
ଦଶମ ପରୀକ୍ଷା ଫଳ ଦେଖିବାର ପ୍ରକ୍ରିୟା
ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ: bseodisha.ac କିମ୍ବା orissaresults.nic.in ।
ମେନପେଜରେ ଲେଖା ହୋଇଥିବା ‘Odisha 10th result 2022 HSC' ଉପରେ କ୍ଲିକ୍ କରନ୍ତୁ ।
ସେଠାରେ 10th result 2022 ପେଜ୍ ଦେଖାଯିବ ।
ଏବେ ସଠିକ୍ ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ଲେଖି ଲଗଇନ୍ କରନ୍ତୁ ।
ତା'ପରେ 'Submit' ଉପରେ କ୍ଲିକ୍ କରନ୍ତୁ। ଏବେ ଆପଣଙ୍କ ଦଶମ ଫଳାଫଳ ଦେଖାଯିବ ।
ଭିବିଷ୍ୟତର ଆବଶ୍ୟକତା ପାଇଁ ଏହାକୁ ଡାଉନଲୋଡ କରି ଗୋଟିଏ କପି ପ୍ରିଣ୍ଟ୍ କରିନିଅନ୍ତୁ ।