ଆଜି ବାହାରିବ ମାଟ୍ରିକ୍ ରେଜଲ୍ଟ, ଏହି ଦୁଇଟି ଉପାୟରେ ଦେଖିପାରିବେ ପରୀକ୍ଷା ଫଳ
Advertisement
Article Detail0/zeeodisha/odisha1246212

ଆଜି ବାହାରିବ ମାଟ୍ରିକ୍ ରେଜଲ୍ଟ, ଏହି ଦୁଇଟି ଉପାୟରେ ଦେଖିପାରିବେ ପରୀକ୍ଷା ଫଳ

BSE Odisha 10th Results 2022: ଜୁଲାଇ ୬ ଅର୍ଥାତ ଆଜି ଦିନ ୧ଟାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ରେଜଲ୍ଟ ପ୍ରକାଶ ନେଇ ବୋର୍ଡ କର୍ତ୍ତୃପକ୍ଷ ବିସୃତ ବିବରଣୀ ଦେବେ । ଏଥର ପରୀକ୍ଷାଫଳକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବାକୁ ବୋର୍ଡ (BSE) ଉଦ୍ୟମ କରୁଛି । 

ଆଜି ବାହାରିବ ମାଟ୍ରିକ୍ ରେଜଲ୍ଟ, ଏହି ଦୁଇଟି ଉପାୟରେ ଦେଖିପାରିବେ ପରୀକ୍ଷା ଫଳ

ଭୁବନେଶ୍ୱର: BSE Odisha 10th Results 2022: ଆଜି ରାଜ୍ୟରେ ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ମାଟ୍ରିକ ବାର୍ଷିକ ପରୀକ୍ଷା ସହିତ, ରାଜ୍ଯ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ଦିନ ଗୋଟାଏ ବେଳେ କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇବ ।  ଅପରାହ୍ନ ୨ଟାରେ ୱେବସାଇଟରେ ମାଟ୍ରିକ ଫଳ ଉପଲବ୍ଧ ହେବ ।

ବୋର୍ଡର ଦୁଇଟି ୱବେସାଇଟ ଯଥା- www.bseodisha.ac.in / www.bseodisha.nic.in ରେ ରେଜଲ୍ଟ ଦେଖିପାରିବେ । ସେହିପରି SMS ମାଧ୍ୟମରେ ପରୀକ୍ଷା ଫଳ ଦେଖିବାକୁ ଚାହିଁଲେ, ପ୍ରଥମେ  OR01 <Roll Number> ଲେଖି  5676750 ନମ୍ବରରେ ମେସେଜ କରିପାରିବେ । ଯାହା ପରେ ଏସଏମଏସ୍‌ ଜରିଆରେ ପରୀକ୍ଷାଫଳ ଜାଣିପାରି‌ବେ । 

ଦଶମ ପରୀକ୍ଷା ଫଳ ଦେଖିବାର ପ୍ରକ୍ରିୟା

ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ: bseodisha.ac କିମ୍ବା orissaresults.nic.in ।

ମେନପେଜରେ ଲେଖା ହୋଇଥିବା ‘Odisha 10th result 2022 HSC'  ଉପରେ କ୍ଲିକ୍ କରନ୍ତୁ ।

ସେଠାରେ 10th result 2022 ପେଜ୍ ଦେଖାଯିବ ।

ଏବେ ସଠିକ୍ ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ଲେଖି ଲଗଇନ୍ କରନ୍ତୁ ।

ତା'ପରେ 'Submit' ଉପରେ କ୍ଲିକ୍ କରନ୍ତୁ। ଏବେ ଆପଣଙ୍କ ଦଶମ ଫଳାଫଳ ଦେଖାଯିବ ।

ଭିବିଷ୍ୟତର ଆବଶ୍ୟକତା ପାଇଁ ଏହାକୁ ଡାଉନଲୋଡ କରି ଗୋଟିଏ କପି ପ୍ରିଣ୍ଟ୍ କରିନିଅନ୍ତୁ ।

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀରୁ ଉପମୁଖ୍ୟମନ୍ତ୍ରୀ ହେବାର କାରଣ କହିଲେ ଦେବେନ୍ଦ୍ର ଫଡନାଭିସ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ଶିବସେନା, ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ଦଳର ସାଂସଦ

ଏହା ବି ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ବଡ଼ ଝଟକା: ପୁଣି ବଢ଼ିଲା LPG ର ଦାମ୍, ଜାଣନ୍ତୁ ଆଜି କେତେ ଟଙ୍କା ମହଙ୍ଗା ହେଲା ସିଲିଣ୍ଡର

 

 

ସୂଚନାଯୋଗ୍ୟ, ଜୁଲାଇ ୬ ଅର୍ଥାତ ଆଜି ଦିନ ୧ଟାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ରେଜଲ୍ଟ ପ୍ରକାଶ ନେଇ ବୋର୍ଡ କର୍ତ୍ତୃପକ୍ଷ ବିସୃତ ବିବରଣୀ ଦେବେ । ଏଥର ପରୀକ୍ଷାଫଳକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବାକୁ ବୋର୍ଡ (BSE) ଉଦ୍ୟମ କରୁଛି । ଏଥିପାଇଁ ମାର୍କ ମିସ ମ୍ୟାଚକୁ ମଧ୍ୟ ସଂଶୋଧନ କରାଯାଇଛି । ଚଳିତବର୍ଷ ଏପ୍ରିଲ ୨୯ରୁ ମେ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମାଟ୍ରିକ ପରୀକ୍ଷା ହୋଇଥିଲା । ମୋଟ ୫ ଲକ୍ଷ ୩୮ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଇଛନ୍ତି । ମାଟ୍ରିକ୍‌ ପରୀକ୍ଷାରେ ୪୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ । ମେ ୨୧ରୁ ଜୁନ ୨ ପର୍ଯ୍ୟନ୍ତ ମୋଟ ୫୩ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ ହୋଇଛି ।