CHSE Result 2023: ପ୍ରକାଶ ପାଇଲା କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ, ପାସ ହାର ରହିଛି ୬୭.୪୮%
Advertisement
Article Detail0/zeeodisha/odisha1730001

CHSE Result 2023: ପ୍ରକାଶ ପାଇଲା କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ, ପାସ ହାର ରହିଛି ୬୭.୪୮%

Plus Two Result 2023:  ଜୁନ ୮ ତାରିଖ ବୁଧବାର ପ୍ରକାଶ ପାଇଛି +୨ କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ। ଏଥର ମୋଟାମୋଟି ପାସ ହାର ୬୭.୪୮ ପ୍ରତିଶତ ରହିଛି। 

CHSE Result 2023: ପ୍ରକାଶ ପାଇଲା କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ, ପାସ ହାର ରହିଛି ୬୭.୪୮%

Plus Two Arts and Vocational Result 2023: ପ୍ରକାଶ ପାଇଲା ଯୁକ୍ତ ୨ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ। ଓଡ଼ିଶା ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି ଫଳାଫଳା। ମୋଟାମୋଟି ପାସ ହାର ରହିଛି ୬୭.୪୮ ପ୍ରତିଶତ। ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଛି। ପ୍ରଥମ ଶ୍ରେଣୀରେ ୮୪୩ ଜଣ ପାସ କରିଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରୁ ଅପ୍ରେଲ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ପରୀକ୍ଷା। ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ପରୀକ୍ଷା ଦେଇଥିଲେ ୨ ଲକ୍ଷ ୧୯ ହଜାର ୧୧୦ ଜଣ ପରୀକ୍ଷାର୍ଥୀ। ସେହିପରି ଧନ୍ଦା ମୂଳକ ଶିକ୍ଷାରେ ପରୀକ୍ଷା ଦେଇଥିଲେ ୫ ହଜାର ଛାତ୍ରଛାତ୍ରୀ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଫଳାଫଳ ପ୍ରକାଶ ପାଇବାର ୧୭ ଦିନ ପରେ ଅର୍ଥାତ ଗତ ୩୧ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇଥିଲା।

ଜୁନ ୮ ତାରିଖ ବୁଧବାର ପ୍ରକାଶ ପାଇଛି +୨ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ପରୀକ୍ଷା ଫଳାଫଳ। ମୋଟାମୋଟି ପାସ ହାର ୬୭.୪୮ ପ୍ରତିଶତ ରହିଛି। ଏଥର ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି। ପ୍ରଥମ ଶ୍ରେଣୀରେ ୮୪୩ ଜଣ ପାସ କରିଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ ୧ରୁ ଏପ୍ରିଲ ୫ ତାରିଖ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ମୋଟ  ୨ ଲକ୍ଷ ୧୯ ହଜାର ୧୧୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେହିପରି ଧନ୍ଦା ମୂଳକ ଶିକ୍ଷାରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପୂର୍ବରୁ ଗତ ମେ ୩୧ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ଫଳାଫଳ ପ୍ରକାଶିତ ହୋଇଥିଲା। 

ଚଳିତ ବର୍ଷ  କଳାରେ ପ୍ରଥମ ଶ୍ରେଣୀରେ ୩୨ ହଜାର ୭୮୨ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ସେହିପରି ଦ୍ୱିତୀୟ ଶ୍ରେଣୀରେ ୩୨ ହଜାର ୪୬୧ ଜଣ  ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଅନ୍ୟପଟେ ତୃତୀୟ ଶ୍ରେଣୀରେ ୧ ଲକ୍ଷ ୧୬ ହଜାର ୧୭୯ ଜଣ ପରୀକ୍ଷୀର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜୁନ ୮ ତାରିଖ ବୁଧବାର ପ୍ରକାଶ ପାଇଛି ଯୁକ୍ତ ୨ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ। ଅପରାହ୍ନ ଚାରିଟା ସମୟରେ ସିଏଚଏସଇ ଆନୁଷ୍ଠାନିକ ୱେବସାଇଟ ଠାରେ ପରୀକ୍ଷା ଫଳ ଉପଲବ୍ଧ ହେବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ଯକ୍ଷ ଅଶ୍ବିନୀ ମିଶ୍ର ପୂର୍ବରୁ ଜଣାଇ ସାରିଛନ୍ତି।

ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଥିଲା। ବିଜ୍ଞାନରେ ମୋଟ ୯୩ ହଜାର ୭୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୧ ହଜାର ୯୩୮ ଜଣ ଛାତ୍ରଛାତ୍ରୀ ପାସ୍ କରିଥିଲେ। ପ୍ରଥମ ଶ୍ରେଣୀରେ ୩୯ ହଜାର ୫୭୩ ପରୀକ୍ଷୀର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୨୪ ହାଜର ୨୫୭ ଏବଂ ତୃତୀୟ ଶ୍ରେଣୀରେ ୧୪,୮୫୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ। ସେହିପରି ଯୁକ୍ତ ୨ ବାଣିଜ୍ୟରେ ଚଳିତ ବର୍ଷ ପାସ୍ ହାର ୮୧.୧୨% ରହିଥିଲା। ଏଥର ମୋଟ ୨୪,୦୮୨ ଜଣ ପରୀକ୍ଷୀର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ଯରୁ ୧୯ ହଜାର ୫୩୬ ଜଣ ପରୀକ୍ଷୀର୍ଥୀ ପାସ୍ କରିଛନ୍ତି। ୯୩.୯% ରେଜଲ୍ଟ ସହ ନୟାଗଡ଼ ଜିଲ୍ଲା ଆଗରେ ରହିଛି। ଚଳିତ ବର୍ଷ ବାଣିଜ୍ୟରେ ୫୫.୫୫% ରେଜଲ୍ଟ ସହ ସର୍ବ ନିମ୍ନରେ ରହିଛି ବୌଦ୍ଧ। 

ପ୍ରଥମ ପର୍ଯ୍ୟାୟରେ ୧୦ ଅପ୍ରେଲରୁ ୨୨ ତାରିଖ ମଧ୍ଯରେ ଅନଲାଇନ ମାଧ୍ୟମରେ ପରୀକ୍ଷା ଖାତା ମୂଲ୍ୟାଙ୍କନ କରାଯାଇଥିଲା। ସେହିପରି ୧୦ ଅପ୍ରେଲରୁ ୨୧ ତାରିଖ ମଧ୍ଯରେ ଅଫଲାଇନ ମାଧ୍ୟମରେ ଖାତା ହୋଇଥିଲା। ପ୍ରଥମ ପର୍ଯ୍ୟାୟ ଅନଲାଇନ ଖାତା ଦେଖାରେ ପ୍ରାୟ ୩ ହଜାର ଏବଂ ଅଫଲାଇନ ଖାତା ଦେଖାରେ ପ୍ରାୟ ୫ ହଜାର ମୂଲ୍ୟାୟନକାରୀ ନିୟୋଜିତ ହୋଇଥିଲେ। ବିଜ୍ଞାନ ଏବଂ ବାଣିଜ୍ୟ ବିଷୟର ଇ-ମୂଲ୍ୟାୟନ ଲାଗି ୩୯ ଏବଂ ମାନୁଆଲ ମୂଲ୍ୟାୟନ ହେବାକୁ ଥିବା କଳା ଏବଂ ଧନ୍ଦାମୂଳକ ବିଷୟ ଲାଗି ୬୫ କେନ୍ଦ୍ର କରାଯାଇଥିଲା।