India Post GDS Vacancy 2025: ଭାରତୀୟ ଡାକ ବିଭାଗ ଗ୍ରାମୀଣ ଡାକ ସେବକ (GDS) ନିଯୁକ୍ତି ୨୦୨୫ ଅଧୀନରେ ୨୩ଟି ସର୍କଲରେ ମୋଟ ୨୧,୪୧୩ ପଦବୀ ପାଇଁ ନିଯୁକ୍ତି ଦେବାକୁ ଘୋଷଣା କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଅନଲାଇନ୍ ଆବେଦନ ୧୦ ଫେବୃଆରୀ ୨୦୨୫ ରୁ ଆରମ୍ଭ ହୋଇଛି। ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ https://indiapostgdsonline.gov.in/ ଭିଜିଟ୍ କରି ଆବେଦନ କରିପାରିବେ।
Trending Photos
India Post GDS Recruitment 2025: ଭାରତୀୟ ଡାକ ବିଭାଗ ଗ୍ରାମୀଣ ଡାକ ସେବକ (GDS) ନିଯୁକ୍ତି ୨୦୨୫ ଅଧୀନରେ ୨୩ଟି ସର୍କଲରେ ମୋଟ ୨୧,୪୧୩ ପଦବୀ ପାଇଁ ନିଯୁକ୍ତି ଦେବାକୁ ଘୋଷଣା କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଅନଲାଇନ୍ ଆବେଦନ ୧୦ ଫେବୃଆରୀ ୨୦୨୫ ରୁ ଆରମ୍ଭ ହୋଇଛି। ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ https://indiapostgdsonline.gov.in/ ଭିଜିଟ୍ କରି ଆବେଦନ କରିପାରିବେ। ଆପଣ ୩ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଏଥିରେ ଆବେଦନ କରିପାରିବେ।
ଦଶମ ପାସ୍ କରିଥିଲେ କରିପାରିବେ ଆବେଦନ
ଏହି ନିଯୁକ୍ତି ଓଡ଼ିଶା ସର୍କଲ ପାଇଁ ୧୧୦୧, ଉତ୍ତର ପ୍ରଦେଶ ୩,୦୦୪, ବିହାରରେ ୭୮୩, ଛତିଶଗଡ଼ରେ ୬୩୮ ଏବଂ ମଧ୍ୟପ୍ରଦେଶରେ ୧,୩୧୪ ପଦବୀକୁ କଭର କରିବ। ଦଶମ ପାସ୍ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଚୟନ ପ୍ରକ୍ରିୟାରେ କୌଣସି ଲିଖିତ ପରୀକ୍ଷା ହେବ ନାହିଁ ବରଂ ପ୍ରାର୍ଥୀଙ୍କ ମେରିଟ୍ ଦଶମ ଶ୍ରେଣୀ ମାର୍କ ଆଧାରରେ ପ୍ରସ୍ତୁତ କରାଯିବ।
ଏହି ପଦବୀରେ ହେବ ନିଯୁକ୍ତି
ଏହି ନିଯୁକ୍ତି ଅଧୀନରେ ବ୍ରାଞ୍ଚ ପୋଷ୍ଟମାଷ୍ଟର (BPM), ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର (ABPM) ଏବଂ ଡାକ ସେବକ ପଦବୀ ପୂରଣ କରାଯିବ। ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ସଂଶୋଧନ କରିବାର ସୁଯୋଗ ମଧ୍ୟ ପାଇବେ। ଯାହା ପାଇଁ ସଂଶୋଧନ ୱିଣ୍ଡୋ ମାର୍ଚ୍ଚ ୬ ରୁ ୮ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଖୋଲା ରହିବ।
ଦରମା ସ୍କେଲ (ପଦ ଅନୁସାରେ)
ବ୍ରାଞ୍ଚ ପୋଷ୍ଟମାଷ୍ଟର (BPM) ୧୨,୦୦୦– ୨୯,୩୮୦
ଆସିଷ୍ଟାଣ୍ଟ ବ୍ରାଞ୍ଚପୋଷ୍ଟମାଷ୍ଟର (ABPM)/ଡାକ ସେବକ ୧୦,୦୦୦– ୨୪,୪୭୦
ବୟସ ସୀମା
ସର୍ବନିମ୍ନ ବୟସ: ୧୮ ବର୍ଷ
ସର୍ବାଧିକ ବୟସ: ୪୦ ବର୍ଷ
ସଂରକ୍ଷିତ ବର୍ଗଗୁଡ଼ିକୁ ମିଳିବ ରିହାତି
ଅନୁସୂଚିତ ଜାତି/ଜନଜାତି (SC/ST) ପାଇଁ ୫ ବର୍ଷ ଛାଡ଼।
ଅନ୍ୟାନ୍ୟ ପଛୁଆ ବର୍ଗ (OBC) ପାଇଁ ୩ ବର୍ଷ ଛାଡ଼
ଶିକ୍ଷାଗତ ଯୋଗ୍ୟତା
ପ୍ରାର୍ଥୀଙ୍କ ପାଇଁ ଦଶମ ଶ୍ରେଣୀ ପାସ୍ ହେବା ବାଧ୍ୟତାମୂଳକ।
ଦଶମ ଶ୍ରେଣୀରେ ଗଣିତ ଏବଂ ଇଂରାଜୀ ରହିଥିବା ଆବଶ୍ୟକ
ଚୟନ ପ୍ରକ୍ରିୟା
ଅନଲାଇନ୍ ଆବେଦନରେ ପୂରଣ ହୋଇଥିବା ସୂଚନା ଆଧାରରେ ଚୟନ କରାଯିବ।
କେବଳ ଦଶମ ମାର୍କ ଆଧାରରେ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯିବ।
ଏଥିରେ କୌଣସି ଲିଖିତ ପରୀକ୍ଷା ହେବ ନାହିଁ।
ଉଚ୍ଚଶିକ୍ଷା ପାଇଥିବା ପ୍ରାର୍ଥୀମାନଙ୍କୁ କୌଣସି ଅତିରିକ୍ତ ଅଗ୍ରାଧିକାର ମିଳିବ ନାହିଁ।
କିପରି କରିବେ ଆବେଦନ?
ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ସାଧାରଣ ଏବଂ ଓବିସି ବର୍ଗର ପ୍ରାର୍ଥୀମାନଙ୍କୁ ୧୦୦ ଟଙ୍କା ଆବେଦନ ଫି ଦେବାକୁ ପଡିବ। ସମସ୍ତ ବର୍ଗର SC/ST ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ନାହିଁ। ଆବେଦନ କରିବା ପାଇଁ, ନିମ୍ନଲିଖିତ ପଦକ୍ଷେପଗୁଡ଼ିକୁ ଅନୁସରଣ କରାଯାଇପାରିବ: