Indian Air Force Recruitment: ଭାରତୀୟ ସେନାରେ ଚାକିରି ସୁଯୋଗ, ଏତିକି ରହିଛି ଦରମା
Advertisement
Article Detail0/zeeodisha/odisha2048011

Indian Air Force Recruitment: ଭାରତୀୟ ସେନାରେ ଚାକିରି ସୁଯୋଗ, ଏତିକି ରହିଛି ଦରମା

Indian Air Force Recruitment: ଭାରତୀୟ ସେନାରେ କାମ କରିବାକୁ ଚାହୁଁଥିବା ଯୁବକଙ୍କ ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ । ଏନେଇ ଭାରତୀୟ ବାୟୁସେନା ଅଗ୍ନିବୀର ନିଯୁକ୍ତି ଯୋଜନା ନେଇ ବିଜ୍ଞପ୍ତି ପ୍ରକାଶ କରିଛି । 

Indian Air Force Recruitment: ଭାରତୀୟ ସେନାରେ ଚାକିରି ସୁଯୋଗ, ଏତିକି ରହିଛି ଦରମା

Indian Air Force Recruitment: ଭାରତୀୟ ସେନାରେ କାମ କରିବାକୁ ଚାହୁଁଥିବା ଯୁବକଙ୍କ ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ । ଏନେଇ ଭାରତୀୟ ବାୟୁସେନା ଅଗ୍ନିବୀର ନିଯୁକ୍ତି ଯୋଜନା ନେଇ ବିଜ୍ଞପ୍ତି ପ୍ରକାଶ କରିଛି । ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍‌ସାଇଟ୍ https://agnipathvayu.cdac.in କୁ ଯାଇ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍ ମାଧ୍ୟମରେ ହେବ। ଏହି ନିଯୁକ୍ତି ପ୍ରକ୍ରିୟା ଫଳରେ ୩୫୦୦ରୁ ଅଧିକ ପଦବୀ ପୂରଣ ହେବ।

 

ଗୁରୁତ୍ବପୂର୍ଣ୍ଣ ତାରିଖ

ଅନଲାଇନ ଆବେଦନ ଜାନୁଆରି ୧୭ରୁ ଆରମ୍ଭ ହୋଇ ଫେବୃୟାରୀ ୦୬ ତାରିଖ ପର୍ଯ୍ୟନ୍ତ ଚାଲିବ ଶେଷ ହେବ ।

ଶିକ୍ଷାଗତ ଯୋଗ୍ୟତା

କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ଼ ପ୍ରତିଷ୍ଠାନରୁ ଦ୍ବାଦଶ ଶ୍ରେଣୀ ପାସ୍ , ଡ଼ିପ୍ଲୋମା କିମ୍ବା ୨ ବର୍ଷ ଧନ୍ଦାମୂଳକ ପାଠ୍ୟକ୍ରମ।

ବୟସ ସୀମା:

ସର୍ବନିମ୍ନ ବୟସ – ୧୭ ବର୍ଷ

ସର୍ବାଧିକ ବୟସ – ୨୧ ବର୍ଷ

ପ୍ରାର୍ଥୀଙ୍କ ବୟସ ୨ ଜୁଲାଇ ୨୦୦୭ରୁ ୨ ଜାନୁୟାରୀ ୨୦୨୪ ମଧ୍ୟରେ ଗଣନା କରାଯିବ ।

ଆବେଦନ ଶୁଳ୍କ:

ସମସ୍ତ ବର୍ଗ ପାଇଁ ସମାନ ଆବେଦନ ଶୁଳ୍କ ରହିଛି । ଆବେଦନକାରୀଙ୍କୁ ଅନ୍‌ଲାଇନ୍‌ରେ ମାଧ୍ୟମରେ ୨୫୦ ଟଙ୍କା ଶୁଳ୍କ ଦେବାକୁ ପଡିବ ।

ଦରମା:

ସର୍ବନିମ୍ନ ମାସିକ ଦରମା – ୩୦,୦୦୦ଟଙ୍କା

ସର୍ବାଧିକ ମାସିକ ଦରମା – ୪୦, ୦୦୦ଟଙ୍କା

ଚୟନ ପ୍ରକ୍ରିୟା:

ଲିଖିତ ପରୀକ୍ଷା

ଶାରୀରିକ ଦକ୍ଷତା ପରୀକ୍ଷା

ଡକ୍ୟୁମେଣ୍ଟ ଯାଞ୍ଚ

ଡ଼ାକ୍ତରୀ ପରୀକ୍ଷା