Kendriya Vidalaya Recruitment: ଘୁଞ୍ଚିଲା କେନ୍ଦ୍ରୀୟ ବିଦ୍ୟାଳୟ ନିଯୁକ୍ତି ପରୀକ୍ଷା; ଜାଣନ୍ତୁ ସବିଶେଷ ତଥ୍ୟ
Advertisement
Article Detail0/zeeodisha/odisha1566274

Kendriya Vidalaya Recruitment: ଘୁଞ୍ଚିଲା କେନ୍ଦ୍ରୀୟ ବିଦ୍ୟାଳୟ ନିଯୁକ୍ତି ପରୀକ୍ଷା; ଜାଣନ୍ତୁ ସବିଶେଷ ତଥ୍ୟ

କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ (କେଭିଏସ୍) ପକ୍ଷରୁ ୧୩୪୦୪ ଶିକ୍ଷକ ଓ ଅଣଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ହେବାକୁ ଥିବା କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି)ର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଯୋଗୁଁ  ବିଜ୍ଞାପନ ନମ୍ବର ୧୫ ଓ ୧୬ ମାଧ୍ୟମରେ ପ୍ରକାଶ ପାଇଥିବା ଖାଲି ପଦବୀ

ସୌ(ସୋସିଆଲ ମିଡିଆ)

Kendriya Vidalaya Recruitment: କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ (କେଭିଏସ୍) ପକ୍ଷରୁ ୧୩୪୦୪ ଶିକ୍ଷକ ଓ ଅଣଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ହେବାକୁ ଥିବା କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି)ର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଯୋଗୁଁ  ବିଜ୍ଞାପନ ନମ୍ବର ୧୫ ଓ ୧୬ ମାଧ୍ୟମରେ ପ୍ରକାଶ ପାଇଥିବା ଖାଲି ପଦବୀ ପାଇଁ ହେବାକୁ ଥିବା ସିବିଟି(CBT) କାର୍ଯ୍ୟସୂଚୀରେ ସଂଶୋଧନ କରାଯାଇଥିବା ନେଇ ସଙ୍ଗଠନ ପକ୍ଷରୁ ଦର୍ଶାଯାଇଛି। ପରୀକ୍ଷାର୍ଥୀଙ୍କ ପାଇଁ କେଭିଏସର ଅଫିସିଆଲ ୱେବସାଇଟ kvsangathan.nic.in ରେ ସଂଶୋଧିତ ପରୀକ୍ଷା ସୂଚୀ ଉପଲବ୍ଧ କରାଯାଇଛି।

ସୂଚନା ଥାଉ କି, କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ସିଧାସଳଖ ନିଯୁକ୍ତି ମାଧ୍ୟମରେ ସମୁଦାୟ ୧୩୪୦୪ ପଦବୀ ପୂରଣ କରିବ। ଆସିଷ୍ଟାଣ୍ଟ କମିଶନର, ପ୍ରିନ୍ସପାଲ, ଭାଇସ ପ୍ରିନ୍ସପାଲ, ପିଜିଟି, ଟିଜିଟି, ଲାଇବ୍ରେରିଆନ ଓ ଅନ୍ୟାନ୍ୟ ଅଣ ଶିକ୍ଷକ ପଦବୀ ପାଇଁ ୬୯୯୦ଟି ପଦବୀ ପୂରଣ ହେବାକୁ ଥିବାବେଳେ ପ୍ରାଥମିକ ଶିକ୍ଷକ ପଦବୀ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ୬୪୧୪ଟି ପଦବୀ ଖାଲି ପଡ଼ିଛି ।

ପୂର୍ବରୁ ଚଳିତ ବର୍ଷ ଫେବୃୟାରୀ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ପଦବୀ ପାଇଁ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ କେଭିଏସ୍ ପକ୍ଷରୁ ପ୍ରାକ୍ ଆଡ଼ମିଟ୍ କାର୍ଡ଼ ଜାରି କରାଯାଇଥିଲା। ପ୍ରାକ୍ ଆଡ଼ମିଟ୍ କାର୍ଡ଼ରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ତାରିଖ ଓ ଯେଉଁ ସହରରେ ପରୀକ୍ଷା ହେବାକୁ ଯାଉଛି ସେହି ସହରର ନାମ ଉଲ୍ଲେଖ ରହିଛି ।

ପରୀକ୍ଷାର ତିନି ଦିନ ପୂର୍ବରୁ କେଭିଏସ୍ ୱବସାଇଟରେ ଆଡମିଟ୍ କାର୍ଡ଼ ଉପଲବ୍ଧ ହେବ । https://www.kvsanciathan.nic.in ରେ ଯାଇ ଏହାକୁ ଡ଼ାଉନଲେଡ଼ କରିବା ନେଇ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

Also Read-OJEE 2023: ଆଜିଠୁ ଓଜେଇଇ ଆବେଦନ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ କେବେ ହେବ ପରୀକ୍ଷା ?