Economic Survey 2025: ୬.୩% ରୁ ୬.୮% ରହିବ ଭାରତର ବିକାଶ ହାର
Advertisement
Article Detail0/zeeodisha/odisha2625300

Economic Survey 2025: ୬.୩% ରୁ ୬.୮% ରହିବ ଭାରତର ବିକାଶ ହାର

ନୂଆଦିଲ୍ଲୀ: ନିର୍ମାଣ କ୍ଷେତ୍ରକୁ ଅନେକ ଆହ୍ୱାନ ସତ୍ତ୍ୱେ ଭାରତର ବିକାଶ ହାର ୬.୩ ରୁ ୬.୮ ପ୍ରତିଶତ ରହିବ ବୋଲି ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି। ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟକୁ ଆଜି ଲୋକସଭା ଓ ରାଜ୍ୟସଭାରେ ପୃଥକ ପୃଥକ ଭାବେ ଉପସ୍ଥାପନ କରିଛନ୍ତି

Economic Survey 2025: ୬.୩% ରୁ ୬.୮% ରହିବ ଭାରତର ବିକାଶ ହାର

Economic Survey 2025: ନୂଆଦିଲ୍ଲୀ: ନିର୍ମାଣ କ୍ଷେତ୍ରକୁ ଅନେକ ଆହ୍ୱାନ ସତ୍ତ୍ୱେ ଭାରତର ବିକାଶ ହାର ୬.୩ ରୁ ୬.୮ ପ୍ରତିଶତ ରହିବ ବୋଲି ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି। ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟକୁ ଆଜି ଲୋକସଭା ଓ ରାଜ୍ୟସଭାରେ ପୃଥକ ପୃଥକ ଭାବେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆସନ୍ତାକାଲି ବଜେଟ ଉପସ୍ଥାପନ ହେବାକୁ ଥିବାରୁ ଏହି ରିପୋର୍ଟ ଭାରତର ଅର୍ଥନୀତି ଏବଂ ସରକାରଙ୍କ ନୀତି ଆଗାମୀ ବର୍ଷରେ କିପରି ରହିବ ତାହାକୁ ସ୍ପଷ୍ଟ କରିଛି। ଏହି ରିପୋର୍ଟରେ ମୋଦୀଙ୍କ ତୃତୀୟ ଥରର ସରକାର ସମୟରେ ନିର୍ମାଣ ଶିଳ୍ପରେ ନିଯୁକ୍ତାତ୍ମକ ପ୍ରଗତି ସ୍ପଷ୍ଟ କରାଯାଇଛି। କିନ୍ତୁ ସେବା କ୍ଷେତ୍ରରେ ବିକାଶ ଭାରତର ଅର୍ଥନୀତିକୁ ନିରନ୍ତର ପ୍ରଗତି ଦିଗରେ ଟାଣିନେବ ବୋଲି ସମ୍ଭାବନା ବ୍ୟକ୍ତ କରାଯାଇଛି। 

ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତର ଅର୍ଥନୀତି ନିରନ୍ତର ଭାବରେ ପୃଥିବୀର ପ୍ରଗତିଶୀଳ ଅର୍ଥନୀତି ଭାବରେ ସ୍ଥାନିତ ହୋଇଛି। ଏହି କ୍ଷେତ୍ରରେ ଅର୍ଥନୀତିକୁ ପ୍ରସ୍ଫୁଟିକ କରିବା ଲାଗି ସାଧାରଣ ଲୋକଙ୍କ ପାଖରେ ଖର୍ଚ୍ଚ କରିବାର ଶକ୍ତିକୁ ବଢାଇବା ଉପରେ ଗୁରୁତ୍ତ୍ୱାରୋପ କରାଯାଇଛି। ଏହି କ୍ରମରେ ମଧ୍ୟବିତ ବର୍ଗଙ୍କ ଖର୍ଚ୍ଚ ବୃଦ୍ଧି ଲାଗି ଆୟକର କ୍ଷେତ୍ରରେ ମଧ୍ୟବିତ୍ତଙ୍କୁ ମିଳୁଥିବା ରିହାତି ପରିମାଣ ବଢିପାରେ ବୋଲି ସମ୍ଭାବନା ବ୍ୟକ୍ତି କରାଯାଇଛି। ଚଳିତ ବର୍ଷ ଏହି ରିପୋର୍ଟରେ କୁହାଯାଇଛି ଏବେ ମୁଦ୍ରାସ୍ପିତିର ଚାପ ଅର୍ଥନୀତି ଉପରେ ହ୍ରାସ ପାଇଛି। ଏହା ଦ୍ୱାରା ସାଧାରଣ ବଜାର ଦରଦାମ ସ୍ଥିର ରହିଛି ବୋଲି ଏହି ରିପୋର୍ଟ କୁହାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ ଏହି କ୍ଷେତ୍ରକୁ ଧ୍ୟାନ ଦେଇ ବିକାଶ କ୍ଷେତ୍ରରେ ଅବଦାନକୁ ତ୍ୱରାନ୍ୱିତ କରିବା ଲାଗି ରିପୋର୍ଟରେ ଆହ୍ୱାନ କରାଯାଇଛି। 

ବିଶ୍ୱ ଅର୍ଥନୀତି ତୁଳନାରେ ଭାରତର ଅର୍ଥନୀତି ସ୍ଥିର ଓ ବିକଶିତ ରହିଛି। ଭାରତର ବାସ୍ତବ ଜିଡିପି ୬.୪ ପ୍ରତିଶତ ହାରରେ ୨୦୨୫ ଆର୍ଥିକ ବର୍ଷରେ ବିକଶିତ ହେବ। ଏହି ବିକାଶ ବିଶେଷ କରି କୃଷି, ସେବା କ୍ଷେତ୍ରର ବିକାଶ ସହ ଗ୍ରାମୀଣ ଭାରତରେ ବଢୁଥିବା ଚାହିଦା ଯୋଗୁଁ ଅଧିକ ତ୍ୱରାନ୍ୱିତ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଭାରତର ଖାଉଟିଙ୍କ ଚାହିଦା ସ୍ଥିର ରହିଛି ଯାହା ଘରୋଇ ଚାହିଦାର ନିରନ୍ତର ବୃଦ୍ଧିକୁ ଦର୍ଶାଉଛି। ଆର୍ଥିକ ଶୃଙ୍ଖଳା ଏବଂ ବୈଦୁତିକ ନୀତିରେ ଉଚିତ ଭାରସାମ୍ୟ ଭାରତୀୟ ଅର୍ଥନୀତିକୁ ସୁଦୃଢ ରଖିଛି। ଗତବର୍ଷର ଏହି ଧାରାକୁ ପୃଷ୍ଠଭୂମୀଭାବେ ଗ୍ରହଣ କରି ଆସନ୍ତା ବର୍ଷର ଅର୍ଥନୀତି ସନ୍ତୁଳିତ ରହିବ ବୋଲି ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି। ଭିତ୍ତିଭୂମୀ ଏବଂ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଦେଶର ଅର୍ଥନୀତିରେ ଗୁରୁତ୍ତ୍ୱପୂର୍ଣ୍ଣ ଅଂଶ ଗ୍ରହଣ କରିବ।