Trending Photos
ରାଷ୍ଟ୍ରପତିଙ୍କ ଅଭିଭାଷଣ ଶେଷ ହୋଇଚି। ଗୃହରେ ଦେଶର ପ୍ରଗତି ସମ୍ପର୍କିତ ସୂଚନା ପ୍ରଦାନ କରିଛନ୍ତି ମହାମହିମ ରାଷ୍ଟ୍ରପତି। ଏହା ସରକାର କିପରି ମଧ୍ୟବିତ ଓ ନିମ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ପାଇଁ କାର୍ଯ୍ୟ କରୁଛନ୍ତି ସେ ନେଇ ଅଭିଭାଷଣରେ କହିଥିଲେ ରାଷ୍ଟ୍ରପତି। ଆଜିଠାରୁ ଆରମ୍ଭ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ ଅଧିବେଶନ।
ସବୁ ଶେଷରେ ଆମର ପରିଚୟ ଆମେ ଭାରତୀୟ। ଆମର ଏକ ମାତ୍ର ଲକ୍ଷ୍ୟ ହେବାର ଆବଶ୍ୟକ ରହିଛି। ତାହା ହେଉଛି ବିକଶିତ ଭାରତ। ଏହି ଲକ୍ଷ୍ୟ ନେଇ ଆମକୁ ଆଗକୁ ବଢିବାର ଆବଶ୍ୟକ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି।
ସବୁ ଶେଷରେ ଆମର ପରିଚୟ ଆମେ ଭାରତୀୟ। ଆମର ଏକ ମାତ୍ର ଲକ୍ଷ୍ୟ ହେବାର ଆବଶ୍ୟକ ରହିଛି। ତାହା ହେଉଛି ବିକଶିତ ଭାରତ। ଏହି ଲକ୍ଷ୍ୟ ନେଇ ଆମକୁ ଆଗକୁ ବଢିବାର ଆବଶ୍ୟକ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି।
ଏହା ସହିତ ସମଗ୍ର ବିଶ୍ୱରେ ଏକ ସ୍ଥାୟୀ ସରକାର ଭାବେ ଭାରତ ଉଭା ହୋଇଛି। ଦେଶରେ ଜି7 ସମ୍ମିଳନୀ, କ୍ୱାଡ ସମ୍ମିଳନୀ, ବ୍ରିକ୍ସ, ଏସସିଓ ଓ ଜି20 ସମ୍ମିଳନୀ ଭଳି ସମ୍ମିଳନୀ ସଫଳତାର ସହ ଆୟୋଜନ ହୋଇଛି। ଏହା ସହିତ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ମଧ୍ୟ ଆୟୋଜନ ହୋଇଛି। ବିଶ୍ୱବନ୍ଧୁର ଛବିକୁ ମଜବୁତ କରିବା ସହିତ ବିପର୍ଯ୍ୟୟ ସମୟରେ ଭାରତ ହାତ ବଢାଇଛି। ଏହା ସହିତ ବିଶ୍ୱରେ ୬ଟି ନୂଆ ଭାରତୀୟ ଦୂତାବାସ କାର୍ଯ୍ୟାଳୟ ଖୋଲାଯାଇଛି।
ଚଳିତ ବର୍ଷ ଦେଶ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ୧୫୦ ତମ ଜନ୍ମ ଜୟନ୍ତୀ ପାଳନ କରୁଛି। ପ୍ରଥମେ ଦେଶ ନ୍ୟାୟରେ ସରକାର କାର୍ଯ୍ୟ କରୁଛି। ସେହିପରି ସୀମାରେ ସୁରକ୍ଷାକୁ ନିଶ୍ଚିତ କରିଛି। ସୀମାବର୍ତ୍ତି ଅଞ୍ଚଳରେ ଉନ୍ନତ ଜ୍ଞାନ କୌଶଳରେ ଅଟଳ ଟନେଲ, ସେଲା ଟନେଲ ଓ ସୋନମାର୍ଗ ଟନେଲ ନିର୍ମାଣ କରାଯାଇଛି। ଏହା ସହିତ ସୀମାରେ ପର୍ଯ୍ୟଟନ ସୃଷ୍ଟି ହୋଇଛି। ଏହା ସହିତ ସୀମାରେ ପ୍ରଥମ ଗାଁରେ ଭାଇବ୍ରାଣ୍ଟ ଗ୍ରାମ ଯୋଜନା ଆରମ୍ଭ କରାଯାଇଛି।
ମୋ ସରକାର ୧୫୦୦ରୁ ଅଧିକ ଆଇନକୁ ବିଲୁପ୍ତ କରିଛନ୍ତି। ଦଣ୍ଡ ସହିତ ବଦଳରେ ନ୍ୟାୟ ସଂହିତାକୁ ପ୍ରାଧାନ୍ୟ ଦେଇଛି। ଏଥିପାଇଁ ଜନ ବିଶ୍ୱାସ ଓ ଜନ ଭାଗିଦାରୀ ନ୍ୟାୟରେ କାର୍ଯ୍ୟ କରୁଛି।
ବର୍ତ୍ତମାନ ସମୟରେ ମୋ ସରକାରକୁ ୱାର୍ଲ୍ଡ ଲିଡର ମାନ୍ୟତା ପାଇଛି। ବର୍ତ୍ତମାନ ସମୟରେ ବିଶ୍ୱରେ ରିଫର୍ମ, ପର୍ଫମ ଓ ଟ୍ରାନସଫର୍ମ ତିନୋଟି ମଜବୁତ ମୂଳଦୂଆ ସୃଷ୍ଟି କରିଛି।
ମୋ ସରକାର ସମୟରେ ଆସାମୀ, ମରାଠୀ, ପାଲି, ପ୍ରକୃତି, ଓ ବେଙ୍ଗଲି ଭାଷାକୁ କ୍ଲାସିକାଲ ଭାଷାର ମାନ୍ୟତା ପ୍ରଦାନ କରାଯାଇଛି।
ମୋ ସରକାରର କେବଳ ଗୋଟିଏ ନୀତି ରହିଛି ସେବା। ୧୪୦ କୋଟି ଲୋକଙ୍କୁ ସେବା ଯୋଗାଇବା ମୂଳ ଲକ୍ଷ୍ୟ ରହିଛି। ଏଥିପାଇଁ ମୋ ସରକାର ପିଏମ ସୂରଜ ଯୋଜନା ଜାରି ରଖିଛି। ସେହିପରି ସ୍ୱଚ୍ଛତା କର୍ମଚାରୀଙ୍କ ପାଇଁ ମଧ୍ୟ ନମସ୍ତେ ଯୋଜନା ଚଳାଇଛନ୍ତି। ସେହିପରି ଦିବ୍ୟାଙ୍ଗ ପାଇଁ କୋଟିଏ ଦିବ୍ୟାଙ୍ଗ ପରିଚୟ ପତ୍ର ପ୍ରଦାନ କରାଯାଇଛି।
ଚଳିତ ବର୍ଷ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ୧୨୫ ତମ ଜନ୍ମ ବାର୍ଷିକୀ ପାଳନ କରାଯାଇଛି। ସେହିପରି ସନ୍ଥ ମିରାବାଇଙ୍କର ୫୨୫ ତମ ଓ ମହାବୀରଙ୍କ ଉଦ୍ଦେଶ୍ୟରେ ୨୫୫୦ତମ ନିର୍ବାଣ ମହୋତ୍ସବ ପାଳନ କରାଯାଇଛି।
ମୋ ସରକାରର କେବଳ ଗୋଟିଏ ନୀତି ରହିଛି ସେବା। ୧୪୦ କୋଟି ଲୋକଙ୍କୁ ସେବା ଯୋଗାଇବା ମୂଳ ଲକ୍ଷ୍ୟ ରହିଛି। ଏଥିପାଇଁ ମୋ ସରକାର ପିଏମ ସୂରଜ ଯୋଜନା ଜାରି ରଖିଛି। ସେହିପରି ସ୍ୱଚ୍ଛତା କର୍ମଚାରୀଙ୍କ ପାଇଁ ମଧ୍ୟ ନମସ୍ତେ ଯୋଜନା ଚଳାଇଛନ୍ତି। ସେହିପରି ଦିବ୍ୟାଙ୍ଗ ପାଇଁ କୋଟିଏ ଦିବ୍ୟାଙ୍ଗ ପରିଚୟ ପତ୍ର ପ୍ରଦାନ କରାଯାଇଛି।
ଧାରା ୩୭୦ ହଟିବା ପରେ କାଶ୍ମୀରରେ ଏକ ନୂତନ ବାତାବରଣ ସୃଷ୍ଟି ହୋଇଛି। ଚଳିତ ବର୍ଷ ଜମ୍ମୁ କାଶ୍ମୀରରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଶାନ୍ତିଶୃଙ୍ଖଳା ସହିତ ସମ୍ପନ୍ନ ହୋଇଛି।
ମୋ ସରକାରର କାର୍ଯ୍ୟ ଫଳରେ ଦେଶର ଆଦିବାସୀ, ପଛୁଆ ବର୍ଗଙ୍କୁ ଅଧିକ ଲାଭ ମିଳୁଛି। ଏହାର ପ୍ରତ୍ୟକ୍ଷ ଉଦାହରଣ ହେଉଛି ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଓ ପ୍ରଧାନମନ୍ତ୍ରୀ ଜନମନ ଯୋଜନାଯ। ୧.୨୫ ଲକ୍ଷ ଆଦିବାସୀ ଶିଶୁଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରାଯାଉଛି। ୪୭୦ ଏକଲବ୍ୟ ମଡେଲ ସ୍କୁଲ ସୃଷ୍ଟି କରାଯାଇଛି।
୪୦ ହଜାର କୋଟି ଟଙ୍କା ନିବେଶ କରି କେନ-ବେତୱା ଲିଙ୍କ ପ୍ରକଳ୍ପ ଦ୍ୱାରା ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ଲକ୍ଷାଧିକ ଚାଷୀ ଲାଭ ଉଠାଇପାରିବେ। ସେହିପରି ୧୨ ହଜାର କୋଟି ଟଙ୍କା ନିବେଶ କରି ପୋଲାଭରମ ଇରିଗେସନ ପ୍ରକଳ୍ପ ସୃଷ୍ଟି କରାଯାଇଛି।
ସେହିପରି ତୈଳ ଜାତୀୟ ଉତ୍ପାଦ ମଧ୍ୟ ଉତ୍ପାଦନ କରିବାରେ ମୋ ସରକାର ରାଷ୍ଟ୍ରୀୟ ମିଶନ ଭାବେ କାର୍ୟ୍ୟ କରିଆସୁଛି। ମତ୍ସ୍ୟ ପାଳନକୁ ପ୍ରୋତ୍ସାହନ ଦେବା ଦିଗରେ ମଧ୍ୟ ମୋ ସରକାର କାର୍ଯ୍ୟ କରିଆସୁଛି।
ଚାଷୀମାନଙ୍କ ଆୟରେ ବୃଦ୍ଧି କରିବାକୁ ମୋ ସରକାର ସମର୍ପିତ ଭାବେ କାର୍ଯ୍ୟ କରି ଆସୁଛି। ୨୦୨୩-୨୪ ମସିହାରେ ୩୩୨ ମିଲିୟନ ଖାଦ୍ୟ ଉତ୍ପାଦ ସୃଷ୍ଟି କରାଯାଇଛି। ବର୍ତ୍ତମାନ ମୋ ଦେଶରେ କ୍ଷୀର, ଓ ମସଲା ସର୍ବାଧିକ ଉତ୍ପାଦନରେ ପହଞ୍ଚି ପାରିଛି।
ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ମୋ ସରକାର କାର୍ଯ୍ୟ କରି ଆସୁଛି। ଦେଶବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୧୭୫୦୦୦ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇଛି। ସେହିପରି ପାଖାପାଖି ୯ କୋଟି ମହିଳାଙ୍କୁ ଗର୍ଭ କର୍କଟର ଯାଞ୍ଚ କରାଯାଇଛି। ସେହିପରି ଦେଶରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ୭୫୦୦୦ ଡାକ୍ତରୀ ସିଟକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।
ଯାତାୟତ କ୍ଷେତ୍ରରେ ମଧ୍ୟ ମୋ ସରକାର ବେଶ ଦୃତ ବେଗରେ କାର୍ଯ୍ୟ କରୁଛି। ବିକଶିତ ଭାରତ ଗଢିବା ଲକ୍ଷରେ ଦେଶରେ ୧୦୦ ଇଣ୍ଡଷ୍ଟ୍ରିଆଲ ପାର୍କ ସୃଷ୍ଟି କରିବାକୁ ଲକ୍ଷ ରଖିଛି। ଏଥିପାଇଁ ୨୮ ହଜାର କୋଟି ଟଙ୍କା ନିବେଶ କରାଯିବ ବୋଲି ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ଏହା ସହିତ ସହରୀକରଣରେ ୫୨ ହଜାର ଇଲେକ୍ଟ୍ରିକ ବସ ଚଳାଚଳ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୮ ହଜାର କୋଟି ଟଙ୍କା ନିବେଶ କରାଯିବ।
କିଛି ଦିନ ପୂର୍ବରୁ ପାଣିପାଗ ବିଭାଗ ୧୫୦ ବର୍ଷ ପୂରଣ କରିଛି। ଏହା ସହିତ ୱେଦର-ରେଡି ଏବଂ କ୍ଲାଇମେଟ ସ୍ମାର୍ଟ ଇଣ୍ଡିଆ ପାଇଁ ୨୦୦୦ କୋଟି ଟଙ୍କାର ମିଶନ ମୌସମ ଲଞ୍ଚ କରାଯାଇଛି। ଏହା ଦ୍ୱାରା ମୋ ଦେଶର ଚାଷୀଭାଇମାନେ ଲାଭ ଉଠାଇପାରିବେ। ବାବା ସାହେବ ଆମ୍ବେଦକରଙ୍କ ଲକ୍ଷ୍ୟକୁ ଆଧାର କରି ମୋ ସରକାର ଦୁଇଚି ଐତିହାସିକ ନଦୀ ସଂଯୋଗୀକରଣ ପ୍ରକଳ୍ପ କରିଛି। ଏହା ଦ୍ୱାରା ଦେଶରେ ମରୁଡି ସମସ୍ୟା ଏଣିକି ଦୂର ହେବ।
ମୋ ସରକାର ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରିଛି। ଛାତ୍ରଛାତ୍ରୀଙ୍କ ପାଇଁ ମଡର୍ଣ୍ଣ ଶିକ୍ଷା ବ୍ୟବସ୍ଥା ପ୍ରତିଷ୍ଠା କରିଛି। ଏହା ସହିତ ନିଜର ସୃଜନ ଶିଳତାକୁ ବୃଦ୍ଧି କରିବା ପାଇଁ ୧୦ ହଜାର ଅଟଳ ଟିଙ୍କେରିଙ୍ଗ ଲ୍ୟାବ ମଧ୍ୟ ପ୍ରତିଷ୍ଠା କରାଯାଇଛି।
ଆୟକର ଦାତାଙ୍କ ପାଇଁ ଟିକସ ବ୍ୟବସ୍ଥାକୁ ସରଳ କରାଯାଉଛି। ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ଆମ ସରକାରର ଲକ୍ଷ୍ୟ।
ମହିଳାଙ୍କୁ ସଶକ୍ତ କରିବା ଆମ ସରକାରର ଲକ୍ଷ। ନାଳନ୍ଦା ବିଶ୍ୱବିଦ୍ୟାଳର ନୂଆ କ୍ୟାମ୍ପସ ଉଦଘାଟନ ହୋଇଛି। ଶହେତ ଉତକ୍ଷେପଣ ପାଇଁ ଇସ୍ରୋଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି।
କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ସୀମା ବୃଦ୍ଧି କରାଯାଇଛି। ଦେଶରେ ବର୍ତ୍ତମାନ ଦେଢ ଲକ୍ଷରୁ ଅଧିକ ଷ୍ଟାର୍ଟ ଅପ ରହିଛି। ବିଶ୍ୱର ତୃତୀୟ ବଡ଼ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି ଭାରତ। ଇନେଭେସନ ରାଙ୍କିଙ୍ଗରେ ମଧ୍ୟ ଭାରତ ଉନ୍ନତି କରିଛି।
ଆୟୁଷ୍ମାନ ଯୋଜନାରେ ଉତ୍ତର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ୧୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଦେଶକୁ ପ୍ରଗତି ଅଭିମୁଖେ ଅଗ୍ରସର ହେଉଛି। ଶିକ୍ଷା ଓ ରୋଜଗାର ଉପରେ ପଦକ୍ଷେପ ଗ୍ରହଣ କରାଯାଉଛି। ୨5 କୋଟି ଲୋକଙ୍କୁ ଗରିବୀରୁ ଉପରକୁ ଉଠାଯାଇଛି। ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ ଆଗେଇବ। ମଧ୍ୟବିତ ଯେତେ ବଡ଼ ସ୍ୱପ୍ନ ଦେଖିବ ଦେଶ ସେତେ ଆଗେଇବ।
ଗରିବଙ୍କ ପାଇଁ ସରକାର ପ୍ରତିଶୃତିବଦ୍ଧ। ସମସ୍ତଙ୍କୁ ଆବାସ ଯୋଗାଇଦେବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ବନ୍ଦେ ଭାରତ ଓ ନମୋ ଭାରତ ଟ୍ରେନ ଦୌଡୁଛି।
ପେନସନ କ୍ଷେତ୍ରରେ ବରିଷ୍ଠ ନାଗରିକଙ୍କୁ ମଧ୍ୟ ଅନେକ ଯୋଜନା ପ୍ରଣୟନ କରାଯାଇଛି। ମହିଳାଙ୍କୁ ସଶକ୍ତ କରିବାକୁ ଅନେକ ଯୋଜନା ହାତକୁ ନିଆଯାଇଛି।
ଉଡାଣ ଯୋଜନାରେ ପ୍ରୟ ଦେଢ ଲକ୍ଷ ଲୋକଙ୍କ ସ୍ୱପ୍ନ ପୂରଣ କରାଯାଇଛି। ସେହିପରି ଶିକ୍ଷା କ୍ଷେତ୍ରରେ ମଧ୍ୟ ମଧ୍ୟବର୍ଗଙ୍କ ପାଇଁ ଅନେକ ସୁବିଧା ଯୋଗାଇ ଦିଆଯାଇଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରି କହିଥିଲେ ଯେ ମୁଦ୍ରା ଋଣ ସୀମା ବୃଦ୍ଧି କରାଯାଇଛି।
ରେଳ ଚଳାଚଳକୁ ନେଇ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି। ଦେଶରେ ତିନି ପ୍ରକାର ଟ୍ରେନ ଚାଲୁଥିବା ନେଇ ସୂଚନା ଦେଲେ। ୨କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ସ୍ୱାମୀତ୍ୱ କାର୍ଡ ମିଳିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି।
ଶିକ୍ଷା କ୍ଷେତ୍ରରେ ପେପର ଲିକ ଘଟଣାକୁ ରୋକିବା ପାଇଁ ନୂଆ ନୀତି ଆସିଥିବା ନେଇ ସୂଚନା ରଖିଛନ୍ତି। ଦେଶ ବର୍ତ୍ତମାନ ଦୃତ ବେଗରେ ଅଗ୍ରଗତି ହେଉଛି। ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଇଲେ ରାଷ୍ଟ୍ରପତି।
ଆୟୁଷ୍ମାନ ଯୋଜନାକୁ ନେଇ ମଧ୍ୟ ସୂଚନା ଦେଲେ ରାଷ୍ଟ୍ରପତି। ମୁଦ୍ରା ଯୋଜନାକୁ ନେଇ ମଧ୍ୟ ସୂଚନା ପ୍ରଦାନ କରିଛନ୍ତି। ମୋଦି ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ମଧ୍ୟ ସୂଚନା ଦେଲେ ରାଷ୍ଟ୍ରପତି।
ମହାକୁମ୍ଭରେ ହୋଇଥିବା ଦଳାଚକଟାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଷ୍ଟ୍ରପତି। ଏହା ସହିତ ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ରାଷ୍ଟ୍ରପତି
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.