Advertisement
Photo Details/zeeodisha/odisha2611873
photoDetails0hindi

RRB Group D Vacancy 2025:୩୨୦୦୦ ପଦ ପାଇଁ ବିଜ୍ଞପ୍ତି ଜାରି କଲା ରେଳବାଇ, ଖୁବ ଶୀଘ୍ର ଆରମ୍ଭ ହେବ ଆବେଦନ ପ୍ରକ୍ରିୟା

RB Group D Vacancy 2025: ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ୩୨୪୩୮ଟି ପଦ ପାଇଁ ବିଜ୍ଞପ୍ତି ଜାରି କରିଛି। ଯେଉଁଥି ପାଇଁ ଆବେଦନ ୨୩ ଜାନୁଆରୀ ୨୦୨୫ ଗୁରୁବାର ଠାରୁ ଆରମ୍ଭ ହେବ। 

1/4

୩୨୪୩୮ ପଦ ପାଇଁ ବିଜ୍ଞପ୍ତି RRB ଗ୍ରୁପ୍ D ପାଇଁ ୩୨ ହଜାର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନଗୁଡ଼ିକ ୨୩ ଜାନୁଆରୀ ୨୦୨୫ ରୁ ୨୨ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ସେହିପରି ଆବେଦନ ଫି'ର ଶେଷ ତାରିଖ ୨୪ ଫେବୃଆରୀ ୨୦୨୫ ଅଟେ। ଯଦି ଫର୍ମରେ କୌଣସି ସଂଶୋଧନ କରିବାକୁ ପଡ଼େ, ତେବେ ଏହା ୨୫ ଫେବୃଆରୀରୁ ୬ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ କରାଯାଇପାରିବ।

2/4

ଏହି ସବୁ ପଦବୀରେ କରିପାରିବେ ଆବେଦନ ରେଳ ବିଭାଗ ଆସିଷ୍ଟାଣ୍ଟ(ଏସ ଆଣ୍ଡ ଟି), ସହାୟକ(ୱାର୍କସପ), ସିଷ୍ଟେଣ୍ଟ ଲୋକୋ ସେଡ(ଡିଜେଲ), ଆସିଷ୍ଟାଣ୍ଟ ଟିଏଲ ଓ ଏସି(ୱାର୍କସପ), ଆସିଷ୍ଟାଣ୍ଟ ଲୋକୋ ସେଡ(ଇଲେକ୍ଟ୍ରିକାଲ), ଆସିଷ୍ଟାଣ୍ଟ ବ୍ରିଜ, ଆସିଷ୍ଟାଣ୍ଟ କ୍ୟାରିଜ ଓ ୱାଗନ, ଆସିଷ୍ଟାଣ୍ଟ ଅପରେସନ (ଇଲେକ୍ଟ୍ରିକାଲ), ଆସିଷ୍ଟାଣ୍ଟ ଟ୍ରାକ ମେସିନ, ଆସିଷ୍ଟାଣ୍ଟ ଟିଆରଡି, ଆସିଷ୍ଟାଣ୍ଟ ପିଭି, ଆସିଷ୍ଟାଣ୍ଟ ଟିଏଲ ଓ ଏସି, ପଏଣ୍ଟମ୍ୟାନ ପଦ ପାଇଁ ଆଶାୟୀମାନେ ଆବେଦନ କରିପାରିବେ। 

 

3/4

ଆବେଦନ ଦେୟ କେତେ ରହିବ ଜେନେରାଲ, ଓବିସି, ଇଡବ୍ଲ୍ୟୁଏସ ବର୍ଗ: ୫୦୦ ଟଙ୍କା ଏସସି, ଏସଟି, ପିଏଚ, ଇବିସି ଓ ମହିଳା ବର୍ଗ: ୨୫୦ ଟଙ୍କା

4/4

ଯୋଗ୍ୟତା ଆବେଦନକାରୀମାନେ ଭାରତର ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍ କରିଥିବା ଆବଶ୍ୟକ। ଏହା ବ୍ୟତୀତ, ଶାରୀରିକ କ୍ଷମତା (ପୁରୁଷ) ୩୫ କିଲୋଗ୍ରାମ ଓଜନ ଉଠାଇ ୨ ମିନିଟରେ ଶହେ ମିଟର ଦୂରତା ଅତିକ୍ରମ କରିପାରିବାର କ୍ଷମତା ରହିଥିବା ଜରୁରୀ। ୪ ମିନିଟ୍ ୧୫ ସେକେଣ୍ଡରେ ୧୦୦୦ ମିଟର ଦୌଡ଼ି ପାରିବେ। ମହିଳାମାନଙ୍କୁ ୨୦ କିଲୋଗ୍ରାମ ଓଜନ ଉଠାଇ ୨ ମିନିଟରେ ୧୦୦ ମିଟର ଦୂରତା ଅତିକ୍ରମ କରିବାକୁ ପଡିବ। ସେହି ସମୟରେ ଜଣେ ୫ ମିନିଟ୍ ୪୦ ସେକେଣ୍ଡରେ ଏକ ହଜାର ମିଟର ଦୌଡ଼ି ଦୂରତା ଅତିକ୍ରମ କରିପାରୁଥିବା ଜରୁରୀ। ନିଯୁକ୍ତି ବିଜ୍ଞପ୍ତି ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ଆପଣ ୱେବସାଇଟ ଭିଜିଟ କରି ଜାଣିପାରିବେ। 

RRB Notification