Raha kapoor: ଦୁନିଆ ସାମ୍ନାକୁ ଆସିଲେ ରାହା କପୁର୍, ଭିଡିଓ ଦେଖିଲେ ଜାଣି ପାରିବେ କେମିତି ଦେଖାଯାଉଛନ୍ତି ଆଲିଆ, ରଣବିରଙ୍କ ଝିଅ..
Advertisement
Article Detail0/zeeodisha/odisha2027915

Raha kapoor: ଦୁନିଆ ସାମ୍ନାକୁ ଆସିଲେ ରାହା କପୁର୍, ଭିଡିଓ ଦେଖିଲେ ଜାଣି ପାରିବେ କେମିତି ଦେଖାଯାଉଛନ୍ତି ଆଲିଆ, ରଣବିରଙ୍କ ଝିଅ..

Raha Kapoor: ପ୍ରଥମ ଥର ପାଇଁ ରାହା କପୁରଙ୍କୁ ମିଡିଆ ସାମ୍ନାକୁ ଆଣିଲେ ଅଭିନେତ୍ରୀ ଆଲିଆ ଓ ରଣବୀର। ଆଜି ଖ୍ରୀଷ୍ଟମାସ ଅବସରରେ କପୁର ଫ୍ୟାମିଲି କୁନି ରାହା କପୁରଙ୍କୁ ସର୍ବ ସମ୍ମୁଖକୁ ଆଣିଛନ୍ତି। ନଭେମ୍ବର ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ରାହା କପୁର । ତେବେ ରାହାଙ୍କୁ ଦେଖିବା ପାଇଁ ଆଲିଆ ଓ ରଣବୀରଙ୍କ ଫ୍ୟାନ୍ସ ଅନେକ ଦିନ ଧରି ଅପେକ୍ଷା କରି ରହିଥିବା ବେଳେ ଆଜି ସବୁ ଅପେକ୍ଷାର ଅନ୍ତ ଘଟିଛି।

ସୋସିଆଲ ମିଡିଆରେ ରାହାଙ୍କର ପ୍ରଥମ ଭିଡିଓ ଭାଇରାଲ ହେବା ପରେ ୟୁଜର୍ସମାନଙ୍କ ଭିନ୍ନ ପ୍ରତିକ୍ରିୟା ଆସିଛି। କେହି କେହି ରାହାଙ୍କୁ ତାଙ୍କ ଜେଜେ ଋଷି କପୁରଙ୍କ ଜେରକ୍ସ କପି କହୁଥିବା ବେଳେ ତାଙ୍କ ଆଖିକୁ ସମସ୍ତେ ଖୁବ୍ ପସନ୍ଦ କରିଛନ୍ତି।

ତେବେ ବଲିଉଡ଼ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଝିଅ ରାହା କପୁରଙ୍କୁ ନିକଟରେ ପୂରିଛି ଏକ ବର୍ଷ । ପ୍ରକାଶ ଥାଉ କି, ୨୦୨୨ ମସିହା ଏପ୍ରିଲ ୧୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ରଣବୀର ଓ ଆଲିଆ । ବିବାହ କିଛି ମାସ ପରେ ଏହି ଷ୍ଟାର କପଲ ପିତାମାତା ହେବା ନେଇ ସୂଚନା ଦେଇଥିଲେ । ବିବାହର ମାତ୍ର ୭ ମାସ ଭିତରେ ଆଲିଆ ଭଟ୍ଟ ମାଆ ହୋଇଥିଲେ । ୨୦୨୨ ମସିହା ନଭେମ୍ବର ୬ ତାରିଖରେ ରଣବୀରଙ୍କ ଘରେ ନହ୍ନି ପରୀ ଜନ୍ମ ନେଇଥିଲେ ।

Also Read: Raha kapoor: ପ୍ରଥମ ଥର ପାଇଁ ଝିଅ ରାହାଙ୍କ ଫଟୋ ପୋଷ୍ଟ କଲେ ଆଲିଆ, ଦେଖନ୍ତୁ