ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବେଡ୍ ରେଷ୍ଟ ପାଇଁ ସୈଫଙ୍କୁ ଡାକ୍ତର ପରାମର୍ଶ ଦେଇଛନ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସମୟ ମଧ୍ୟରେ ତାଙ୍କ ସହ କେହି ସାକ୍ଷାତ ନକରିବା ପାଇଁ ଡାକ୍ତର କହିଛନ୍ତି ।
Trending Photos
Saif ali Khan: ୬ ଦିନ ଧରି ଚିକିତ୍ସା ହେବା ପରେ ଆଜି (ମଙ୍ଗଳବାର) ଡିସଚାର୍ଜ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବଲିଉଡ ଅଭିନେତା ସୈଫ ଅଲୀ ଖାନ୍ । ସୈଫଙ୍କ ସ୍ୱାସ୍ଥ୍ୟ ଭଲ ହେବା ପରେ ତାଙ୍କୁ ମୁମ୍ବାଇ ସ୍ଥିତ ଲୀଳାବତୀ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।
ସୂଚନାଯୋଗ୍ୟ, ବାନ୍ଦ୍ରା ସ୍ଥିତ ସୈଫଙ୍କ ବାସଭବନରେ ଦୁର୍ବୃତ୍ତ ପଶି ସୈଫଙ୍କୁ ଛୁରା ମାଡ଼ କରିଥିଲେ । ଫଳରେ ଗୁରୁତର ଆହତ ହୋଇପଡିଥିଲେ ଆପଣଙ୍କ ପ୍ରିୟ ଅଭିନେତା । ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବେଡ୍ ରେଷ୍ଟ ପାଇଁ ସୈଫଙ୍କୁ ଡାକ୍ତର ପରାମର୍ଶ ଦେଇଛନ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସମୟ ମଧ୍ୟରେ ତାଙ୍କ ସହ କେହି ସାକ୍ଷାତ ନକରିବା ପାଇଁ ଡାକ୍ତର କହିଛନ୍ତି । ସୈଫଙ୍କ ସୁରକ୍ଷା ପାଇଁ ବାସଭବନ ବାହାରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।
ଆପଣଙ୍କୁ କହିରଖୁଛୁ ଯେ, ୧୬ ଜାନୁଆରୀ ୨୦୨୫ ଗୁରୁବାର ଦିନ ବଲିଉଡ ସୁପରଷ୍ଟାର ସୈଫ୍ ଅଲ୍ଲୀ ଖାନଙ୍କୁ ଜଣେ ବାଂଲାଦେଶୀ ଯୁବକ ଛୁରା ମାଡ କରିଥିଲେ । ଉକ୍ତ ଯୁବକଙ୍କ ନାମ ସୈଫୁଲ ଇସଲାମ ସେହଜାଦ । ସେ ଘରେ ପଶି ସୈଫଙ୍କୁ ଛୁରି ମାଡ଼ କରିଥିଲେ। ଫଳରେ ଗୁରୁତର ଆହତ ହୋଉଥିଲେ ଅଭିନେତା । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଆକ୍ରମଣ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଥିଲା ମୁମ୍ବାଇ ପୋଲିସ। ବାନ୍ଦ୍ରା ପୋଲିସ ମାମଲାର ତଦନ୍ତ କରି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ଶୁକ୍ରବାର ଦିନ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିବା ପୋଲିସ।
ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଙ୍କ ମାମଲାର ତଦନ୍ତ କରୁଛି ମୁମ୍ବାଇ ପୋଲିସ। ବର୍ତ୍ତମାନ ସୁଦ୍ଧା ପୋଲିସ ୪୦ରୁ ୫୦ ଜଣଙ୍କୁ ପଚରାଉଚରା କରିଛି। ଏହି ସମୟରେ ସେହି ସନ୍ଦିଗ୍ଧଙ୍କ ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଏହି ସିସିଟିଭି ଫୁଟେଜ୍ ଜାନୁଆରୀ ୧୨ ତାରିଖରେ ମୁମ୍ବାଇର ଭର୍ସୋଭା ଅଞ୍ଚଳର, ଯେଉଁଥିରେ ସନ୍ଦିଗ୍ଧ ଜଣକ ଚପଲ ଚୋରି କରୁଥିବାର ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ତଦନ୍ତ ବେଳେ ପୋଲିସ ନିକଟରେ କିଛି ସିସିଟିଭି ଫୁଟେଜ୍ ମଧ୍ୟ ଲଗାଯାଇଛି, ଯେଉଁଥିରେ ଅଭିଯୁକ୍ତ ଆସୁଥିବା ଓ ଯାଉଥିବା ଦେଖିବାକୁ ମିଳିଛି। ସାମ୍ନାକୁ ଆସିଥିବା ପ୍ରଥମ ଫଟୋରେ ଅଭିଯୁକ୍ତ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହାପରେ ଆସିଥିଲା ଦ୍ୱିତୀୟ ଫଟୋ ଯେଉଁଥିରେ ଆକ୍ରମଣକାରୀ ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ। ଏବେ ନୂଆ ଫଟୋରେ ସେ ହଳଦିଆ ରଙ୍ଗର ଟି-ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ତେବେ ଏମିତି ବି ଚର୍ଚ୍ଚା ହେଉଛି ଯେ, କିଛି ଦିନ ତଳେ ଶାହାରୁଖ ଖାନ୍ ଥିଲେ ଟାର୍ଗେଟରେ। ସୈଫ୍ ଅଲ୍ଲୀ ଖାନ୍ ଛୁରାମାଡ଼ ମାମଲାରେ ଆକ୍ରମଣକାରୀ ପୂର୍ବରୁ ଜାନୁଆରୀ ୧୪ ତାରିଖରେ ବଲିଉଡ୍ ଅଭିନେତା ଶାହରୁଖ୍ ଖାନ୍ ଙ୍କ ମନ୍ନତ ବଙ୍ଗଳାରେ ପଶିବାକୁ ଚେଷ୍ଟା କରିଥିଲେ। ତେବେ କଡ଼ା ସୁରକ୍ଷା କାରଣରୁ ସେ ଘର ଭିତରକୁ ପ୍ରବେଶ କରିପାରିନଥିଲେ। ଆଉ ଏହି ଚର୍ଚ୍ଚା ପରେ ମୁମ୍ବାଇ ପୋଲିସ ସବୁ ବଡ ବଡ ସେଲିବ୍ରିଟିଙ୍କ ଘରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛି।
https://zeenews.india.com/hindi/zeeodisha/video/saif-ali-khan-discharged...
Also Read- କେମିତି ଦେଖିବେ ଗଣତନ୍ତ୍ର ଦିବସ ପରେଡ୍? ଏହିଠାରୁ କିଣନ୍ତୁ ଅନଲାଇନ୍ ଓ ଅଫଲାଇନ ଟିକେଟ୍
Also Read- ବାଇକ୍ ଚାଳକ ସାବଧାନ ! ସତର୍କ କରାଇଲେ ଡିସିପି