Top 10 News Headlines: ପ୍ରତିଯୋଗିତାମୂଳକ ପରୀକ୍ଷା ଆଶାୟୀଙ୍କୁ ମିଳିବ ୧୫ ହଜାର ଓ ଅନ୍ୟାନ୍ୟ ବଡ଼ ଖବର
Advertisement
Article Detail0/zeeodisha/odisha2610941

Top 10 News Headlines: ପ୍ରତିଯୋଗିତାମୂଳକ ପରୀକ୍ଷା ଆଶାୟୀଙ୍କୁ ମିଳିବ ୧୫ ହଜାର ଓ ଅନ୍ୟାନ୍ୟ ବଡ଼ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

 

Top 10 News Headlines: ପ୍ରତିଯୋଗିତାମୂଳକ ପରୀକ୍ଷା ଆଶାୟୀଙ୍କୁ ମିଳିବ ୧୫ ହଜାର ଓ ଅନ୍ୟାନ୍ୟ ବଡ଼ ଖବର

NEP Work Shop: ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁ କରିବା ନେଇ କର୍ମଶାଳା। ରାଜ୍ୟରେ ଶିକ୍ଷାନୀତି ସଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ କର୍ମଶାଳା ଜରିଆରେ ବିଶେଷଜ୍ଞଙ୍କ ମତାମତ ନିଆଯିବ। ଆଜିଠୁ ୩ ଦିନ ଧରି ଚାଲିବ କର୍ମଶାଳା। ଲୋକସେବାଭବନରେ ଆୟୋଜିତ ହୋଇଛି କର୍ମଶାଳା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହିବେ। ଏନ୍‌ଇପି କାର୍ଯ୍ୟକାରିତା ନେଇ ତିନି ଦିନିଆ ଜାତୀୟ କର୍ମଶାଳାରେ ପୂର୍ବ ସରକାରକୁ ଟାର୍ଗେଟ୍‌ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ପୁରୁଣା ସରକାର କେବଳ ଲୋକ ଦେଖାଣିଆ ଭାବେ ଏନଇପିକୁ ଗ୍ରହଣ କରିଥିଲା । କିନ୍ତୁ ମୋହନ ସରକାର ଏହାକୁ କରିକି ଦେଖାଇଛନ୍ତି । ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି।

Today Bargarh Bandh: ବରଗଡ଼ ବନ୍ଦ ବେଳେ ଉତ୍ତେଜନା। ପୁଲିସ ସହ ଧସ୍ତାଧସ୍ତି ପରେ ଉତ୍ତେଜନା ଦେଖାଦେଇଛି। ମୁଖ୍ୟ ଅଭିଯୁକ୍ତକୁ ଏଯାଏଁ ଧରିପାରିନି ପୁଲିସ। ମୂର୍ମୁଶୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାରେ ବରଗଡ଼ ପୁଲିସ ଅବହେଳା ଓ ଏହାକୁ ୮ଦିନରୁ ଅଧିକ ବିତି ଯାଇଥିଲେ ମଧ୍ୟ ଏବେ ପର୍ୟ୍ୟନ୍ତ ମୁଖ୍ୟ ଅଭିଯୁକ୍ତକୁ ଧରି ପାରିନାହିଁ ପୋଲିସ, ଏହାର ପ୍ରତିବାଦରେ ବନ୍ଦ ପାଳନ କରାଯାଇଛି। ଏହାକୁ ନେଇ ବରଗଡ଼ରେ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। 

Subhadra Scheme: ସୁଭଦ୍ରାଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରଭାତୀ ପରିଡାଙ୍କ ବଡ଼ ବୟାନ । ଅନ୍ୟ ରାଜ୍ୟରେ ରହୁଥିବା ପ୍ରବାସୀ ମହିଳାଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା । ଜିଲ୍ଲା ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଅନେକ ମାଇଗ୍ରାଣ୍ଟ ମହିଳା ରାଜ୍ୟ ବାହାରେ ଅଛନ୍ତି । ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିନାହାନ୍ତି । ସେମାନେ ଜଲଦି ଆବେଦନ କରନ୍ତୁ ସରକାର ତାଙ୍କୁ ବି ସୁଭଦ୍ରା ଟଙ୍କା ଦେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

Dolphin Census 2025: ଅସ୍ତରଙ୍ଗ ବନାଞ୍ଚଳ ଅଞ୍ଚଳରେ ଚାଲିଛି ଡଲଫିନ ଗଣନା। ସମୁଦ୍ର ଓ ନଦୀ ମଧ୍ୟରେ ରହୁଥିବା ଡଲଫିନଙ୍କ ଗଣନା କରୁଛି ବନ ବିଭାଗ। ସୋମବାରଠାରୁ ଗଣନା ଆରମ୍ଭ ହୋଇଥିବା ବେଳେ ଏହା ତିନି ଦିନ ଧରି ଚାଲିବ। ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ମୋନାଲିସା ମହାପାତ୍ରଙ୍କ ନେତୃତ୍ଵରେ ଚାରୋଟି ଟିମ ଗଠନ କରାଯାଇ ଏହି ଡଲଫିନ ଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି। 

Kanasa Block Issue: କଣାସ ଝାଡ଼ାବାନ୍ତି ନେଇ ବିଜେଡି ସରକାରକୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। କହିଲେ, ପୂର୍ବ ସରକାର ପାଣି ନ ଦେଇ ଲୋକଙ୍କ ମିଛ କହି ଚାଲିଥିଲା ! ସେପଟେ ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ଏକ୍ସ ରେ ସେ ଲେଖିଛନ୍ତି, ପୁରୀ ଜିଲ୍ଲା କଣାସ ବ୍ଲକରେ ହଇଜା ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ଝାଡ଼ାବାନ୍ତିରେ ଲୋକଙ୍କ ପ୍ରାଣହାନୀ ହେବା ସହ ଧନଜୀବନ ସୁରକ୍ଷା ପ୍ରତି ବିପଦ ଉପୁଜୁଛି। 

Odisha Weather Report: କମିବ ଶୀତ। ବଢିବ ତାପମାତ୍ରା । ଉଭୟ ଦିନ ଏବଂ ରାତିର ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ଗୁରୁବାର ଠାରୁ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବଢିବ। ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ବୋଲି ଆକଳନ କରାଯାଇଛି। ଗତ ଦୁଇ ଦିନ ହେବ ରାଜ୍ୟରେ ଦିନର ତାପମାତ୍ରା ବୃଦ୍ଧି ହୋଇଥିବା ବେଳେ ଆସନ୍ତା ଦୁଇ ଦିନ ମଧ୍ୟରେ ରାତି ତାପମାତ୍ରା ବଢିବ। 

BJP's 2nd Phase Manifesto: ମଙ୍ଗଳବାର ଦିନ ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ନିର୍ବାଚନ ପାଇଁ ବିଜେପି ତାର ଦ୍ୱିତୀୟ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ଏହି ଇସ୍ତାହାରରେ ଦଳ ପ୍ରତିଯୋଗିତାମୂଳକ ପରୀକ୍ଷା ଆଶାୟୀମାନଙ୍କ ପାଇଁ ୧୫ ହଜାର ଆର୍ଥିକ ସହାୟତା ଏବଂ ଜାତୀୟ ରାଜଧାନୀରେ କ୍ଷମତାକୁ ଆସିଲେ ସ୍ନାତକୋତ୍ତର ସ୍ତର ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିବାକୁ ଘୋଷଣା କରିଛି।  

Mao Operation: ଛତିଶଗଡ଼ ଗରିଆବନ୍ଦରେ ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ଆଜି ବଡ଼ ସଫଳତା ହାସଲ କରଛନ୍ତି ସୁରକ୍ଷା କର୍ମୀ । ଜାନୁଆରୀ ୨୧ ତାରିଖରେ ହୋଇଥିବା ଏହି ଏନ୍‌କାଉଣ୍ଟର୍‌ରେ  ୧୦ରୁ ଅଧିକ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି ।ଗତକାଲି ମଧ୍ୟ ଏକ ଏନକାଉଣ୍ଟରରେ ଦୁଇ ଜଣ ନକ୍ସଲ ନିପାତ ହୋଇଥିଲେ । ଆଜି ପୁଣି ସକାଳେ ଆଉ  ୧୦ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ଗରିଆବନ୍ଦ ଡିଆରଜି ଓଡ଼ିଶାର ଏସଓଜି ଏବଂ କୋବ୍ରାର ୨୦୭ ବାଟାଲିୟନ ଏବଂ ସିଆରପିଏଫ ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ହାସଲ କରିଛନ୍ତି ସୁରକ୍ଷାକର୍ମୀ । 

Meghalaya Earth Quake: ଥରିଲା ମେଘାଳୟ । ଆଜି ପୁଣିଥରେ ମେଘାଳୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଦିନ ୧୨ଟା ୩୪ ମିନିଟରେ ଏଠାରେ ୪.୧ ତୀବ୍ରତାର ଭୂମିକମ୍ପ ଆସିଥିଲା, ଯାହା ୧୦ କିଲୋମିଟର ଗଭୀରତାରେ ଥିଲା । ମେଘାଳୟର ଦକ୍ଷିଣ ପଶ୍ଚିମ ଖାସି ହିଲ୍ସ ଅଞ୍ଚଳରେ ଏହି ଝଟକା ଅନୁଭବ କରାଯାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ମପାଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି ।

Patanjali Baba Ramdev: ଯୋଗଗୁରୁ ବାବା ରାମଦେବ ଓ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ବିରୋଧରେ ଜାମିନ୍ ଯୁକ୍ତ ଗିରଫ ୱାରେଣ୍ଟ ଜାରି ହୋଇଛି । କେରଳର ଏକ କୋର୍ଟ ଭ୍ରାମକ ବିଜ୍ଞାପନ ମାମଲାରେ ଦୁଇ ଜଣଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି । ପଲକ୍କଡ଼ରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଦ୍ଵିତୀୟ ବାବା ରାମଦେବ, ଆଚାର୍ଯ୍ୟ ବାଳକୃଷ୍ଣ ଏବଂ ଦିବ୍ୟ ଫାର୍ମାସୀ (ପତଞ୍ଜଳି ଆୟୁର୍ବେଦର ମାର୍କେଟିଂ ଶାଖା) ବିରୋଧରେ ଜାମିନ୍ ଯୁକ୍ତ ଗିରଫ ୱାରେଣ୍ଟ ଜାରି କରିଛନ୍ତି ।